ARTICLE AD BOX
ଏନ୍ଗୁଏ ଷ୍ଟ୍ରିଟ୍: ଏଠାରେ ଚାଲିଥିବା ଭିଏତ୍ନାମ ଓପନ୍ ସୁପର ୧୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ସେମିଫାଇନାଲ୍ରେ ୩ ଭାରତୀୟ ମହିଳା ଖେଳାଳି ଶୀର୍ଷ ମାନ୍ୟତାପ୍ରାପ୍ତ ତନ୍ବୀ ଶର୍ମା, ତୃତୀୟ ମାନ୍ୟତାପ୍ରାପ୍ତ ଈଶାରାଣୀ ବରୁଆ ଓ ରକ୍ଷିତା ଶ୍ରୀ ସନ୍ତୋଷ ରାମରାଜ (ଷଷ୍ଠ) ପ୍ରବେଶ କରିଛନ୍ତି। ତନ୍ବୀ ଶର୍ମା ୨୧-୧୮, ୧୫-୨୧, ୨୧-୧୪ରେ ନିଜ ସାଥୀ ପ୍ରତିଦ୍ବନ୍ଦ୍ବୀ ବିଶ୍ବର ୨୭ ନମ୍ବର ମାଳବିକା ବଂଶୁଦଙ୍କୁ ହରାଇଥିଲେ।
ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି
ସେମିଫାଇନାଲ୍ରେ ତନ୍ବୀ ଥାଇଲାଣ୍ଡର ସରୁନରାକ୍ ଭିତିଦ୍ସର୍ନଙ୍କୁ ଭେଟିବେ। ସେହିଭଳି ଈଶାରାଣୀ ୨୧-୧୫, ୨୧-୧୮ରେ ଚାଇନିଜ୍ ତାଇପେଇର ହୁଆଙ୍ଗ ଚିଙ୍ଗ ପିଙ୍ଗ୍ଙ୍କୁ ମାତ୍ ଦେଇଥିଲେ। ସେମିଫାଇନାଲ୍ରେ ସେ ରକ୍ଷିତା ଶ୍ରୀଙ୍କୁ ଭେଟିବେ। ରକ୍ଷିତା ୨୧-୧୨, ୨୧-୧୦ରେ ଆଉ ଜଣେ ଭାରତୀୟ ଖେଳାଳି ମାନସୀ ସିଂହଙ୍କୁ ପରାସ୍ତ କରିଥିଲେ। ତେବେ ମିଶ୍ରିତ ଯୁଗଳରେ ଭାରତୀୟ ଯୋଡ଼ି ବିମଳରାଜ ଆନ୍ନାଦୁରାଇ ଓ ଶ୍ରେୟା ବାଲାଜୀ ୧୨-୨୧, ୧୧-୨୧ରେ ଇଣ୍ଡୋନେସିଆର ଫୁୱାନାତ ହୋର୍ବାନଏୁଏକିତ୍ ଓ ଫୁଙ୍ଗଫା କୋର୍ପଥାମାକିତ୍ଙ୍କଠୁ ହାରି ବିଦାୟ ନେଇଛନ୍ତି।

21 minutes ago
1


