ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୧୭ ବର୍ଷୀୟ ନାବାଳକ ନିଜ ଜନ୍ମଦିନ ଅବସରରେ ବିଳାସପୂର୍ଣ୍ଣ ଅଡି କାର ଚଲାଉଥିବାବେଳେ ରାସ୍ତାରେ ଚାଲି ଯାଉଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଧକ୍କା ଦେବା ଫଳରେ ତାଙ୍କ ମୃତ୍ୟୁ ହୋଇଛି। ନାବାଳକ ଜଣକ ଅନ୍ୟ ତିନୋଟି ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିଲା। ଏହି ଘଟଣାଟି ଅକ୍ଟୋବର ୪ ତାରିଖ ରାତି ୨ଟା ଘଟିଥିବା ପୁଲିସ ସୂଚନା ଦେଇଛି।
ଗାଡ଼ିଟି ନାବାଳକଙ୍କ ପରିବାରର ନୁହେଁ
ନାବାଳକଙ୍କୁ ଅଟକ ରଖାଯିବା ସହିତ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ଆଗରେ ହାଜର କରାଯାଇଥିଲା। ଡିସିପି (ଦକ୍ଷିଣପଶ୍ଚିମ) ଅମିତ୍ ଗୋଏଲ କହିଛନ୍ତି, କିଶନଗଡ଼ର ସିଏନ୍ଜି ପମ୍ପର ବିପରୀତ ପାଖରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଜେପିଏନ୍ ଆପେକ୍ସ ଟ୍ରମା ସେଣ୍ଟରକୁ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ନାମ ଉମା ଶଙ୍କର ଓ ସେ କିଶନଗଡ଼ ଅଞ୍ଚଳର ବାସିନ୍ଦା। ପୁଲିସ କହିଛି ଯେ, ଅଡି ଗାଡ଼ିଟି ନାବାଳକଙ୍କ ପରିବାରର ନୁହେଁ। ବିଳାସପୂର୍ଣ୍ଣ ଗାଡ଼ିଟି ଭଡ଼ା ନିଆଯାଇଥିଲା ନା ଏହା କୌଣସି ବନ୍ଧୁଙ୍କର ତାହା ଜାଣିବା ପାଇଁ ଚେଷ୍ଟା କରାଯାଉଛି। ଧକ୍କା ହୋଇଥିବା ଅନ୍ୟ ଗାଡ଼ିର ଡ୍ରାଇଭରମାନେ ଆହତ ହୋଇନାହାନ୍ତି।
Nobel Peace Prize : ରାଷ୍ଟ୍ରପତିଙ୍କ ଗୁମର କଥା: ମତେ ଦିଅ ନୋବେଲ ଶାନ୍ତି ପୁରସ୍କାର, ମୁଁ ୮ ଯୁଦ୍ଧ ଶେଷ କରିଛି
ପୁଲିସ କହିଛି ଯେ, ନାବାଳକକୁ ଗିରଫ କରାଯାଇ ଦ୍ରୁତ ଗତିରେ ଗାଡ଼ି ଚାଳନା ଓ ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ତାଙ୍କ ବିରୋଧରେ ମୋଟର ଯାନ ଆଇନର ଧାରା ଅନୁଯାୟୀ ମଧ୍ୟ ମାମଲା ରୁଜୁ କରାଯାଇଛି।

1 hour ago
1


