Road Accident: ଗ୍ୱାଲିଅରରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍‌ଅପ୍‌କୁ ଟ୍ରକ୍‌ର ଧକ୍କା, ୮ ମୃତ

56 minutes ago 1
ARTICLE AD BOX

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିଅରରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଧାନ ରୁଆ କାମ ସାରି ଘରକୁ ଫେରୁଥିବା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଲୋଡିଂ ପିକ୍‌ଅପ୍‌ ଭ୍ୟାନ୍‌କୁ ସାମ୍ନାପଟୁ ଆସୁଥିବା ଟ୍ରକ୍‌ ଧକ୍କା ଦେବାରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର ଭୟାବହତା ଦେଖି ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା ।

Electricity: ୩ ରାଜ୍ୟରେ କୃଷି-ସ୍ବତନ୍ତ୍ର ବିଦ୍ୟୁତ୍‌ କମ୍ପାନି: ଆଗକୁ ବଢ଼ିଲେ ତେଲେଙ୍ଗାନା, ମହାରାଷ୍ଟ୍ର, ହରିୟାଣା

ମଧ୍ୟରାତ୍ରିରେ ଛିମକ ଗାଁ ନିକଟରେ ଦୁର୍ଘଟଣା
ସୂଚନା ଅନୁସାରେ, ଗ୍ୱାଲିଅର ଅନ୍ତର୍ଗତ ଗୋହଦ ଚୌରାହା ଥାନା ଅଞ୍ଚଳରେ ନ୍ୟାସନାଲ ହାଇୱେ-୭୧୯ର ଛିମକ ଗାଁ ନିକଟରେ ଅଧରାତିରେ ଏହି ଦୁର୍ଘଟଣା ଘଟିଥିଲା। ଶ୍ରମିକମାନଙ୍କୁ ନେଇ ଯାଉଥିବା ପିକ୍‌ଅପ୍‌ ଭ୍ୟାନ୍‌ ଏବଂ ଏକ ଟ୍ରକ୍‌ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଧକ୍କା ପରେ ପିକ୍‌ଅପ୍‌ ଭ୍ୟାନ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ପ୍ରାଥମିକ ସୂଚନା ଅନୁଯାୟୀ, ହାଇୱେ ଉପରେ ଗାଈମାନେ ବସିଥିବାରୁ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.