River moved: ପୋଲ ରହିଗଲା, ନଦୀ ଘୁଞ୍ଚିଗଲା

55 minutes ago 2
ARTICLE AD BOX

୧୯୯୮ ମସିହାର କଥା। ହଣ୍ଡୁରାସ୍‌ ଦେଶର ଚୋଲୁଟେକା ସହରରେ ଏକ ନୂଆ ପୋଲ ନିର୍ମିତ ହୋଇଥିଲା। ଜାପାନର ଏକ କମ୍ପାନି ଚୋଲୁଟେକା ନଦୀ ଉପରେ ଏହି ୪୮୪ ମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ନିର୍ମାଣ କରିଥିଲା। ବନ୍ୟା ଓ ବାତ୍ୟା ଭଳି ଚରମ ପାରିବେଶିକ ସ୍ଥିତିରେ ମଧ୍ୟ ତିଷ୍ଠି ରହିବା ପାଇଁ ଏହାକୁ ସୁଦୃଢ଼ ଭାବରେ ତିଆରି କରାଯାଇଥିଲା। ତେବେ ବିଧିର ବିଧାନ ଥିଲା ଭିନ୍ନ। ନୂଆ ପୋଲ ଉଦ୍‌ଘାଟନ ହେବାର କିଛି ମାସ ପରେ ହଣ୍ଡୁରାସ୍‌ ଉପରେ ‘ହରିକେନ୍‌ ମିଚ୍‌’ ମାଡ଼ ହେଲା। ଏହି ତୋଫାନ ପ୍ରଭାବରେ ମାତ୍ର ଚାରି ଦିନରେ ୭୫ ଇଞ୍ଚ ବର୍ଷା ହେଲା ଏବଂ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହେଲା। 

Flood in Odisha: ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପୁଲିସ କମିସନର

ହଣ୍ଡୁରାସ୍‌ର ପାଖାପାଖି ୧୫୦ଟି ପୋଲ ବନ୍ୟା ସୁଅରେ ଭାସିଗଲା। କିନ୍ତୁ ନବନିର୍ମିତ ଚୋଲୁଟେକା ଅକ୍ଷତ ଅବସ୍ଥାରେ ସେମିତି ଛିଡ଼ା ହୋଇ ରହିଥିଲା। ପୋଲଟି ଅକ୍ଷତ ଥିଲେ କ’ଣ ହେବ? ତା’ ତଳୁ ଚୋଲୁଟେକା ନଦୀ ହିଁ ଘୁଞ୍ଚି ଯାଇଥିଲା। ଏଥି ସହିତ ପୋଲକୁ ଦୁଇ ପାର୍ଶ୍ବରୁ ଯୋଡୁଥିବା ରାସ୍ତା ସଂପୂର୍ଣ୍ଣ ଭାସିଯାଇଥିଲା। ଫଳସ୍ବରୂପ ପୋଲଟି ଶୁଖିଲା ବାଲିଶଯ୍ୟା ଉପରେ ଏକପ୍ରକାର ଝୁଲି ରହି ଅଦରକାରୀ ପାଲଟିଗଲା। ପୋଲଟିକୁ ସ୍ଥାନୀୟ ଲୋକମାନେ ‘ଗନ୍ତବ୍ୟ ବିହୀନ ପୋଲ’ କହିବା ଆରମ୍ଭ କଲେ। ପ୍ରାୟ ଏକ ଦଶନ୍ଧି ପରେ ନଦୀର ନୂଆ ଗତିପଥ ଉପରେ ପୋଲ ଓ ସଡ଼କ ନିର୍ମାଣ କରାଗଲା। 

Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ

Read Entire Article
LEFT SIDEBAR AD

Hidden in mobile, Best for skyscrapers.