River-forest-mountain-lake: ନଦୀ-ବନ-ପର୍ବତ-ସରୋବର: କାବେରୀ ତ୍ରିରଂଗା ଦର୍ଶନମ୍‌

1 week ago 6
ARTICLE AD BOX

ପୁଣ୍ୟତୋୟା କାବେରୀ ନଦୀ କର୍ଣ୍ଣାଟକର ପଶ୍ଚିମଘାଟ ପର୍ବତମାଳାର ବ୍ରହ୍ମଗିରିରୁ ବାହାରି କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ ଓ ପଣ୍ଡିଚେରୀ ଦେଇ ବଙ୍ଗୋପସାଗରରେ ମିଳିତ ହୋଇଛି। ଏହି ପ୍ରବାହ ମଧ୍ୟରେ କାବେରୀ ଗର୍ଭରେ ତିନୋଟି ପ୍ରାକୃତିକ ଦ୍ବୀପ ସୃଷ୍ଟି ହୋଇଛି। ସେଠାରେ ଗଢ଼ିଉଠିଛି ରଂଗନାଥ ସ୍ବାମୀ (ସଂସାର ରଙ୍ଗମଞ୍ଚ‌ର ନାୟକ ଓ ନିର୍ଦ୍ଦେଶକ) ଶ୍ରୀବିଷ୍ଣୁଙ୍କର ତିନୋଟି ଭବ୍ୟ ମନ୍ଦିର। ଏହି ତିିନି ଦେବସ୍ଥାନ ଆଦିରଂଗା, ମଧ୍ୟରଂଗା ଓ ଅନ୍ତ୍ୟରଂଗା–ଏହିପରି ତିନିନାମରେ ନାମିତ। ଏହା ଭାରତୀୟ ବୈଷ୍ଣବମାନଙ୍କର ଅତ୍ୟନ୍ତ ପ୍ରିୟ ସ୍ଥାନ। ଏଥିରୁ ଦୁଇଟି କର୍ଣ୍ଣାଟକରେ ଓ ଗୋଟିଏ ତାମିଲନାଡ଼ୁରେ ରହିଛି। ଏହାକୁ ବୈଷ୍ଣବମାନେ ଏକଦିବସ ମଧ୍ୟରେ ପରିକ୍ରମା କରିଥାନ୍ତି। ଏହି ତିନି ଦେବସ୍ଥାନକୁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ପ୍ରଦକ୍ଷିଣ କଲେ ବ୍ରହ୍ମାଣ୍ଡର ଦର୍ଶନ ଓ ପରିକ୍ରମଣ ହୁଏ ବୋଲି ବିଶ୍ବାସ ରହିଛି। ଆଦିରଂଗାରୁ ଏହାର ଆରମ୍ଭ ହୋଇ ଅନ୍ତ୍ୟରଂଗାରେ ଶେଷ ହୁଏ। ‌ଏହି ଯାତ୍ରା ଆପାତତଃ ତିନିଶହ କି.ମି.।

Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା

ଆଦିରଂଗା–ଆଦିରଂଗନାଥ ସ୍ବାମୀ ମନ୍ଦିର: ଏହି ମନ୍ଦିର କର୍ଣ୍ଣାଟକର ଶ୍ରୀରଂଗାପାଟ୍ଟନମ୍‌ରେ ଅବସ୍ଥିତ। ରଂଗନାଥ ସ୍ବାମୀଙ୍କ ନାମାନୁସାରେ ଏହି ସ୍ଥାନ ଶ୍ରୀରଂଗାପାଟ୍ଟନମ୍‌ ନାମରେ ନାମିତ। ମାନ୍ୟତା ଅନୁସାରେ, ଏହି ମନ୍ଦିର ପ୍ରଥମେ ୮୯୪ ମସିହାରେ ଗଂଗବଂଶୀୟ ରାଜାମାନଙ୍କ ଦ୍ବାରା ନିର୍ମିତ ହୋଇଥିଲା। ପରବର୍ତ୍ତୀ କାଳରେ ହୋସାଲା ରାଜା ବିଷ୍ଣୁ ବର୍ଦ୍ଧନ ଏଠାରେ ଶିକ୍ଷାର ପ୍ରଚାରପ୍ରସାର ପାଇଁ ରାମାନୁଜାଚାର୍ଯ୍ୟଙ୍କୁ ଏକ ଗ୍ରାମ ଦାନ କରିଥିଲେ। ଫଳରେ ଏହି ସ୍ଥାନ ଆଧ୍ୟାତ୍ମିକ ଚର୍ଚ୍ଚାର ଏକ ପ୍ରମୁଖ ସ୍ଥଳ ହୋଇଥିଲା। ପଞ୍ଚଦଶ ଶତାବ୍ଦୀରେ ବିଜୟନଗରର ନାୟକ ଶାସକମାନେ ଏହାର କାରୁକାର୍ଯ୍ୟ ସଂପନ୍ନ ଗୋପୁର ଓ ପ୍ରାଚୀର ଆଦି ନିର୍ମାଣ କରିଥିଲେ। ପରେ ପରେ ମହୀଶୂରର ୱାଦିୟାର ଓ ଟିପୁ ସୁଲତାନଙ୍କର ପିତା ହାଇଦରଅଲ୍ଲୀ ଏହି ମନ୍ଦିରର ଉନ୍ନତି ନିମିତ୍ତ ବହୁ ଅର୍ଥ ଦାନ କରି ଏହାର କଳେବର ବୃଦ୍ଧି କରିଥିଲେ। ମନ୍ଦିର ମଧ୍ୟରେ ଅନନ୍ତଶୟନରତ ବିଷ୍ଣୁ ପ୍ରତିମା ଓ ତାଙ୍କ  ପଦପ୍ରାନ୍ତରେ ମହାଲକ୍ଷ୍ମୀଙ୍କର ବିଗ୍ରହ ସ୍ଥାନିତ। ବୈଷ୍ଣବମାନେ ସେମାନଙ୍କର ତ୍ରିରଂଗା ଦର୍ଶନ ଏହିଠାରୁ ଆରମ୍ଭ କରିଥାନ୍ତି।
ମଧ୍ୟରଂଗା-ମଧ୍ୟରଂଗା ସ୍ବାମୀ ମନ୍ଦିର: ଏହି ମନ୍ଦିର ପ୍ରାୟ ୧୫୦୦ ବର୍ଷର ପୁରୁଣା। ଚୋଳବଂଶୀୟ ରାଜାମାନଙ୍କ ଦ୍ବାରା ନିର୍ମିତ ଏହି ମନ୍ଦିର କାବେରୀ ନଦୀ ମଧ୍ୟରେ ଥିବା ଏକ ଦ୍ବୀପରେ ରହିଛି। ଏହାକୁ ମୋହନରଂଗା ମଧ୍ୟ କହନ୍ତି। ଏହା ଚାମରାଜ ନଗର ଜିଲାର ଶିବସମୁଦ୍ରମ୍‌ରେ ‌ରହିଛି। ଏହା ମହୀଶୂରଠାରୁ ପ୍ରାୟ ୮୫ କି.ମି ଦୂରରେ ଅବସ୍ଥିତ। କଥିତ ଅଛି ତିନି ରଂଗନାଥ ସ୍ବାମୀଙ୍କ ମଧ୍ୟରୁ‌ ମୋହନରଂଗାଙ୍କର ବିଗ୍ରହ ଅତ୍ୟନ୍ତ କମନୀୟ ଓ ଯୁବକ ସଦୃଶ। ଏହାଙ୍କୁ ଜଗତ୍‌ମୋହନ ରଂଗା ମଧ୍ୟ କହନ୍ତି।

Education: ଘୁ.ଉଦୟଗିରିରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର; କାମଚଳାରେ ଚାଲିଛି ଶିକ୍ଷା ବିଭାଗ

ଏକ ଶାଳଗ୍ରାମ ପଥରରେ ଏହି ମୂର୍ତ୍ତି ନିର୍ମିତ।  ହୋସାଲା ଓ ବିଜୟନଗରର ରାଜାମାନଙ୍କ ଦ୍ବାରା ଏହାର ନବୀକରଣ ହୋଇଥିବାରୁ ଦ୍ରାବିଡ଼ କଳାକୃତିର ଅନୁପମ ନିଦର୍ଶନ ଭାବରେ ଏହାକୁ ଗ୍ରହଣ କରାଯାଏ। କଥିତ ଅଛି, ଏଠାରେ ପୂର୍ବରୁ ମହର୍ଷି ଗୌତମ ତପସ୍ୟା କରୁଥିଲେ ଏବଂ ଏଠାରେ ସର୍ବଦା ରହି ଭକ୍ତମାନଙ୍କୁ ଆଶୀର୍ବାଦ କରିବାପାଇଁ ସେ ବିଷ୍ଣୁଙ୍କୁ ଅନୁରୋଧ କରିଥିଲେ। ତାଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ବିଷ୍ଣୁ ଏଠାରେ ସପ୍ତଫଣୀ ଆଦିଶେଷଙ୍କ ଉପରେ ଶୟନ କରି ରହିଛନ୍ତି। ପାଖରେ ଅଛନ୍ତି ମହାଲକ୍ଷ୍ମୀ। ଅନ୍ତ୍ୟରଂଗା–ଶ୍ରୀରଂଗମ୍‌: ପୁଣ୍ୟତୋୟା କାବେରୀ ନଦୀ ମଧ୍ୟରେ ଯେଉଁ ପ୍ରକୃତିଦତ୍ତ ତିନୋଟି ରଂଗସ୍ବାମୀ ମନ୍ଦିର ରହିଛି, ବୈଷ୍ଣବମାନେ ଏକଦିନରେ ତାହାକୁ ଦର୍ଶନ କରିଥାନ୍ତି। ଏହା ଶ୍ରୀରଂଗାପାଟ୍ଟନମ୍‌ରୁ ଆରମ୍ଭ ହୋଇ ଶ୍ରୀରଂଗମ୍‌ରେ ଶେଷ ହୋଇଥାଏ। ଶ୍ରୀରଂଗମ୍‌ର ଶ୍ରୀରଂଗନାଥ ସ୍ବାମୀ ମନ୍ଦିର ଦକ୍ଷିଣ ଭାରତର ସବୁଠାରୁ ବିଶାଳ ମନ୍ଦିର ଭାବରେ ବର୍ଣ୍ଣିତ। ଏହା ୧୦୮ ଦିବ୍ୟ ଦର୍ଶନ ସହିତ ଅଷ୍ଟ ସ୍ବୟଂବ୍ୟକ୍ତ କ୍ଷେତ୍ର ଭାବରେ ମଧ୍ୟ ପ୍ରସିଦ୍ଧ। ଏଠାରେ ରଂଗନାଥ ଏକ ବିଶାଳ ପରିକ୍ରମା କ୍ଷେତ୍ର ମଧ୍ୟରେ ରହିଛି। ଫଳରେ ଏହାକୁ ଏକ ମନ୍ଦିରମାଳିନୀ ନଗରୀ ଭାବରେ ଗଣ୍ୟ କରାଯାଏ। ୭ଟି ପ୍ରାକାର, ୨୧ଟି ଗୋପୁରମ୍‌, ୮୧ଟି ଦେବପୀଠ ଓ ୩୯ଟି ମଣ୍ଡପକୁ ନେଇ ଏହି ମର୍ତ୍ତ୍ୟବୈକୁଣ୍ଠ ସ୍ଥାପିତ। ଏଠାରେ ମହାଲକ୍ଷ୍ମୀ ରଂଗନାୟିକା ନାମରେ ପରିଚିତ।
-ଡକ୍ଟର ତୁଳସୀ ଓଝା

Read Entire Article
LEFT SIDEBAR AD

Hidden in mobile, Best for skyscrapers.