Rice vs. Puffed Rice: ଚୁଡ଼ା ବନାମ ମୁଢ଼ି

50 minutes ago 1
ARTICLE AD BOX

ଭାରତୀୟ ରୋଷେଇଘର କଥା ଉଠିଲେ କିସମ କିସମର ଜଳଖିଆ ଓ ସ୍ନାକ୍‌ସ ମନକୁ ଆସେ। ସେଥିମଧ୍ୟରୁ ଚୁଡ଼ା ଓ ମୁଢ଼ି ହେଉଛି ଭାରତୀୟ, ବିଶେଷକରି ପ୍ରତ୍ୟେକ ଓଡ଼ିଆ ପରିବାରର ସବୁଠାରୁ ପ୍ରିୟ ଖାଦ୍ୟ। ସକାଳର ଜଳଖିଆ ହେଉ କିମ୍ବା ସଂଧ୍ୟାର ହାଲୁକା ଜଳଯୋଗ, କ୍ଷୁଧା ମେଣ୍ଟାଇବା ପାଇଁ ମୁଢ଼ି ଓ ଚୁଡ଼ାରୁ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନର ଅନେକ କାଟ୍‌ତି ରହିଛି। ତେବେ ଆଜିକାଲି ଓଜନ ହ୍ରାସ ଓ ଫିଟ୍‌ନେସ୍‌କୁ ନେଇ ସମସ୍ତେ ସଚେତନ। ଏଭଳି ସମୟରେ ଭାତ ତୁଳନାରେ ଏହି ଦୁଇଟି ଖାଦ୍ୟ କେତେ ପରିମାଣରେ ଲାଭଦାୟକ ଓ କେଉଁଟି ଅଧିକ ସ୍ବାସ୍ଥ୍ୟକର, ତାହା ଜାଣିବା ଜରୁରି।

UPSC ଶତାବର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିବେ ସ୍ମାରକୀ ମୁଦ୍ରା ଓ ଡାକଟିକଟ

ଉଭୟ ଚୁଡ଼ା ଓ ମୁଢ଼ି ଚାଉଳରୁ ହିଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ଏଗୁଡ଼ିକୁ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ପୂର୍ଣ୍ଣ ଭିନ୍ନ। ଚୁଡ଼ାକୁ ତିଆରି କରିବା ପାଇଁ ପ୍ରଥମେ ଧାନ ବା ଚାଉଳକୁ ଅଳ୍ପ ସିଝାଇ ଦିଆଯାଏ। ପରେ ଏହାକୁ ଚେପ୍‌ଟା କରାଯାଇ ସୂର୍ଯ୍ୟକିରଣରେ ଶୁଖାଯାଇଥାଏ। ମୁଢ଼ିକୁ ଧୋଇ, ସିଝାଇ ସମ୍ପୂର୍ଣ୍ଣ ଶୁଖିଯିବା ପରେ ଗରମ କଡ଼େଇ‌େର ଲୁଣ କିମ୍ବା ତେଲ ସହ ଫୁଟାଯାଇ ପ୍ରସ୍ତୁତ କରାଯାଏ। ଯଦି ଆପଣ କ୍ୟାଲୋରିକୁ ନେଇ ଚିନ୍ତିତ, ତେବେ ଜାଣିବା ଉଚିତ ଯେ ୧୦୦ ଗ୍ରାମ୍‌ ସାଧାରଣ ଭାତରେ ପ୍ରାୟ ୧୩୦ କ୍ୟାଲୋରି ଥାଏ। ଅନ୍ୟପଟେ ୧୦୦ ଗ୍ରାମ୍‌ ମୁଢ଼ିରେ ପ୍ରାୟ ୪୦୨ କ୍ୟାଲୋରି ଥାଏ। ମୁଢ଼ି ହାଲ୍‌କା ଦିଶୁଥିଲେ ମଧ୍ୟ ଓଜନ ଅନୁସାରେ ଏଥିରେ କ୍ୟାଲୋରି ଅଧିକ ଥା‌ଏ। ସେହିପରି ୧୦୦ ଗ୍ରାମ୍‌ ଚୁଡ଼ାରେ ମାତ୍ର ପ୍ରାୟ ୧୧୦ କ୍ୟାଲୋରି ଥାଏ। ଏହି କାରଣରୁ କ୍ୟାଲୋରି ଦୃଷ୍ଟିରୁ ଚୁଡ଼ା ଉତ୍ତମ ଓ ସ୍ବାସ୍ଥ୍ୟକର ବିକଳ୍ପ ଭାବେ ବିବେଚିତ ହୁଏ।

Horoscope 2026 October 01: ଜାଣନ୍ତୁ ଆଜିର ରାଶିଫଳ...

ଯଦି ଆପଣ ଓଜନ ହ୍ରା‌ସ କରିବା ପାଇଁ ଭାତ ଛାଡ଼ି ଅନ୍ୟ ବିକଳ୍ପଗୁଡ଼ିକୁ ଆପଣାଉଛନ୍ତି, ତେବେ ଜାଣିବା ଉଚିତ ଯେ ମୁଢ଼ିରେ ପ୍ରୋଟିନ୍‌ ଓ ଫାଇବର୍‌ ଭରପୂର ମାତ୍ରାରେ ଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଓଜନ କମାଇବା କ୍ଷେତ୍ରରେ ଚୁଡ଼ା ଆଗ ଧାଡ଼ିରେ ରହିବ। କାରଣ ଏଥିରେ କମ୍‌ କ୍ୟାଲୋରି ସହିତ ଉପଯୁକ୍ତ ପରିମାଣର ଫାଇବର୍‌ ଓ ପ୍ରୋଟିନ୍‌ ମହଜୁଦ ଥାଏ। ଉଭୟ ଚୁଡ଼ା ଓ ମୁଢ଼ିରେ ଆଇରନ୍‌, ଭିଟାମିନ୍‌ ସି ଓ ଏ, ଫାଇବର୍‌ ଓ ଶକ୍ତିଦାୟକ ପ୍ରୋଟିନ୍‌ ଭରପୂର ରହିଛି। ଯଦି ଆପଣ ଏକ ପୂର୍ଣ୍ଣାଙ୍ଗ ଓଜନ-ହ୍ରାସକାରୀ ଜଳଖିଆରେ ପରିଣତ କରିବାକୁ ଚାହାନ୍ତି, ତେବେ ଏହାକୁ ଘରେ ପ୍ରସ୍ତୁତ କମ୍ ଚର୍ବିଯୁକ୍ତ ଦହି, ସତେଜ ପନିପରିବା କିମ୍ବା ଫଳ ସହିତ ଖାଆନ୍ତୁ। ଏହା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରଖିବା ସହିତ ଶରୀରକୁ ସୁସ୍ଥ ରଖିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.