Reviews Door-to-Door Survey ଗଞ୍ଜାମ ଜିଲ୍ଲାରେ ରାଜ୍ୟ ପର୍ଯ୍ୟବେକ୍ଷକ: ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର କଲେ ଅନୁଧ୍ୟାନ

4 hours ago 3
ARTICLE AD BOX

ଛତ୍ରପୁର(ବସନ୍ତ କୁମାର ମହାରଣା):  ଜିଲ୍ଲାରେ ଚାଲିଥିବା ଘରକୁ ଘର ସର୍ଭେ କାର୍ଯ୍ୟର ତଦାରଖ କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଚିନ୍ମୟୀ ବିଶ୍ୱାଳ ଆଜି ଛତ୍ରପୁରରେ ପହଞ୍ଚି ସରଜମିନ ଯାଞ୍ଚ କରିଛନ୍ତି। 

Door to Door Survey Extended: ବାତ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଘରକୁ ଘର ସର୍ଭେ ଅବଧି ବୃଦ୍ଧି
ମିଳିଥିବା ସୂଚନାନରେ ପର୍ଯ୍ୟବେକ୍ଷକ ଶ୍ରୀମତି ବିଶ୍ବାଳ ଆଜି ଠାରୁ  ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଗସ୍ତରେ ରହି‌ବେ। ନିଜର ଗସ୍ତକାର୍ଯ୍ୟକ୍ରମର ପ୍ରଥମ ଚରଣରେ ଆଜି ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପରିଦର୍ଶନ କରି ସର୍ଭେ କାର୍ଯ୍ୟର ଯାଞ୍ଚ କରିଥିଲେ।

Odisha Panchayat and Municipal Elections 2027: ପଞ୍ଚାୟତ ଓ ପୌର ନିର୍ବାଚନ-୨୦୨୭ ପ୍ରସ୍ତୁତି: ଅକ୍ଟୋବର ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ
ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସଚ୍ଚିଦାନନ୍ଦ ନାୟକଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ତାଙ୍କ ସହ ଉପସ୍ଥିତ ଥିଲେ। ଏହାସହିତ ଛତ୍ରପୁର ଠାରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ପ୍ରକୋଷ୍ଠରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ସେ ଅଧ୍ୟକ୍ଷତା କରି ସର୍ଭେ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।

Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
ବୈଠକରେ  ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ,ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଡେପୁଟି କଲେକ୍ଟର ଡ. ସିକିତା ଗୌଡ଼, ଜିଲ୍ଲା ପଞ୍ଚାୟତ ଅଧିକାରୀ ପ୍ରହଲ୍ଲାଦ ପ୍ରଧାନ, ଛତ୍ରପୁର ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଜିଏନ୍‌ଏମ୍‌ ସେକ୍ସନର ସେକ୍ସନ ଅଫିସର ପୂର୍ଣ୍ଣ ବେହେରା, ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ କିରାଣି ପ୍ରଦୀପ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ବୁଥ୍‌ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ଓ ସୁପରଭାଇଜରମାନେ ଯୋଗଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.