Revenue from Balighata: ବାଲିଘାଟରୁ ବାର୍ଷିକ ୨୦ କୋଟି ରାଜସ୍ବ: ବେଆଇନ କାରବାର ଯୋଗୁ ବିପୁଳ ରାଜସ୍ବହାନି

9 hours ago 1
ARTICLE AD BOX

ଦେବବ୍ରତ ଗଡ଼ତିଆ

ରାଉରକେଲା: ବାଲି ଚୋରାଚାଲାଣ ଏବେ ନିତିଦିନିଆ କଥା। କେବଳ ସୁନ୍ଦରଗଡ଼ ଜିଲ୍ଲା ନୁହେଁ, ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ସମାନ ସ୍ଥିତି। ବାଲି ଖନନ ଓ ବିକ୍ରି ବାବଦକୁ ପଶ୍ଚିମ ଓଡ଼ିଶାର ଏହି ୧୦ଟି ଜିଲ୍ଲାରୁ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ରାଜସ୍ବ ସୃଷ୍ଟି ହେଉଛି। ତେବେ ବାଲିଖାଦାନଗୁଡ଼ିକରୁ ବ୍ୟାପକ ରାଜସ୍ବ ଆଦାୟ ହେଉଥିଲେ ମଧ୍ୟ ଏହା ଆଶାନୁରୂପ ହୋଇ ପାରୁନାହିଁ। କାରଣ, ବେଆଇନ ବାଲି ଚାଲାଣ ଜାରି ରହିଥିବାରୁ ବିପୁଳ ପରିମାଣର ରାଜସ୍ବହାନି ଘଟୁଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ଯଥା ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁରସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୧୦୭୭ଟି ବାଲି ଘାଟ ରହିଛି। ସଂପ୍ରତି ୬୨୯ଟି ବାଲିଘାଟ କାର୍ଯ୍ୟକ୍ଷମ। 

Ju Jitsu-championship: ଦଶମ ଏସିଆନ୍‌ ଜୁ ଜିତଷୁ ପ୍ରତିଯୋଗିତାରେ ଅନୁପମାଙ୍କ ସଫଳତା

ଗତ ଦୁଇ ବର୍ଷରେ ଏସବୁ ବାଲିଘାଟରୁ ୪୨ କୋଟି ୭୧ ଲକ୍ଷ ୫ ହଜାର ୬୨୨ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦ କୋଟି ୭୯ ଲକ୍ଷ ୧୯ ହଜାର ୨୯୦ ଟଙ୍କା ଆଦାୟ ହୋଇଥିବାବେଳେ ୨୦୨୫-୨୬ରେ ୨୧ କୋଟି ୯୧ ଲକ୍ଷ ୮୬ ହଜାର ୩୩୨ ଟଙ୍କା ଆଦାୟ ହୋଇଥିଲା। ଅନ୍ୟ ଜିଲ୍ଲା ତୁଳନାରେ ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ପରିମାଣର ରାଜସ୍ବ ସୃଷ୍ଟି ହେଉଛି। ଏଠାରେ ବାର୍ଷିକ ପ୍ରାୟ ସାଢ଼େ ୭ କୋଟି ଟଙ୍କା ଆଦାୟ ହେଉଥିବାବେଳେ ଦ୍ବିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟରେ କଳାହାଣ୍ଡି ଜିଲ୍ଲା ରହିଛି। ଯଦି ବାଲି ଚୋରାଚାଲାଣକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇପାରନ୍ତା ତେବେ ରାଜ୍ୟ କୋଷାଗାରକୁ ଏହାଠାରୁ ଅଧିକ ରାଜସ୍ୱ ଆସିଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍‌କେ ବିଧାୟକ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.