Revanth Reddy: କେନ୍ଦ୍ରର ଅନୁମତି ନ ମିଳିବାରୁ ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ବାତିଲ

59 minutes ago 2
ARTICLE AD BOX

ହାଇଦ୍ରାବାଦ: କେନ୍ଦ୍ର ସରକାରଙ୍କ ଅନୁମତି ନ ମିଳିବାରୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ବାତିଲ ହୋଇଛି। ବିଦେଶ ମନ୍ତ୍ରଣାଳୟ ତାଙ୍କ ଆମେରିକା ଗସ୍ତ ପାଇଁ ‘ରାଜନୈତିକ ଦୃଷ୍ଟିକୋଣରୁ’ ଅନୁମତି ଦେଇନଥିବା ରେବନ୍ତ ରେଡ୍ଡୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ଅଭିଯୋଗ କରିଛି। ଏହା ପରେ ସେ ଆମେରିକା ନ ଯାଇ ଅଗଷ୍ଟ ୨୩ରେ ଲଣ୍ଡନରୁ ସିଧାସଳଖ ହାଇଦ୍ରାବାଦ ଫେରିବେ।

ରେବନ୍ତ ରେଡ୍ଡୀ ଅଗଷ୍ଟ ୨୦ରେ ‘ତେଲଙ୍ଗାନା ରାଇଜିଂ’ ପ୍ରତିନିଧିମଣ୍ଡଳୀ ସହ ୧୦ ଦିନିଆ ବ୍ରିଟେନ୍‌ ଓ ଆମେରିକା ଗସ୍ତରେ ବାହାରିଥିଲେ। ପ୍ରଥମେ ସେ ବ୍ରିଟେନ୍‌ ଯାଇଥିଲେ ଏବଂ ପରେ ଆମେରିକାର ବୋଷ୍ଟନ୍‌, ନ୍ୟୁୟର୍କ ଆଦି ସହର ଯିବାର କାର୍ଯ୍ୟକ୍ରମ ଥିଲା। ତେଲଙ୍ଗାନା ସରକାର ବ୍ରିଟେନ୍‌ ଓ ଆମେରିକା ଉଭୟ ଗସ୍ତ ପାଇଁ କେନ୍ଦ୍ରର ଅନୁମତି ମାଗିଥିଲେ। କିନ୍ତୁ କେବଳ ବ୍ରିଟେନ୍‌ ଗସ୍ତକୁ ଅନୁମତି ମିଳିଥିଲା। ପ୍ରତିନିଧିମଣ୍ଡଳୀ ଲଣ୍ଡନରେ ପହଞ୍ଚିବା ପରେ ଆମେରିକା ଗସ୍ତକୁ ଅନୁମତି ନ ମିଳିବା ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା।
ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶ୍ୱର ପ୍ରମୁଖ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ତେଲଙ୍ଗାନାର ଭାଗୀଦାରି ବଢ଼ାଇବା। ହାୱାର୍ଡ ବିଶ୍ୱବିଦ୍ୟାଳୟ, ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି), ନର୍ଥଇଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟ ଓ ଭର୍ଜିନିଆ ଟେକ୍‌ ସହ ଶିକ୍ଷା, ଦକ୍ଷତା ବିକାଶ ଓ ତାଲିମ କ୍ଷେତ୍ରରେ ବୁଝାମଣାପତ୍ର ଓ ଭାଗୀଦାରି ଚୁକ୍ତି କରିବାର ଯୋଜନା ଥିଲା। ହାଇଦ୍ରାବାଦକୁ ବିଶ୍ୱସ୍ତରୀୟ ଶିକ୍ଷା ଓ ଜ୍ଞାନର କେନ୍ଦ୍ର କରିବା ମଧ୍ୟ ଏହି ଗସ୍ତର ଏକ ପ୍ରମୁଖ ଲକ୍ଷ୍ୟ ଥିଲା। ତେ‌େବ କେନ୍ଦ୍ରର ନିଷ୍ପତ୍ତିକୁ ନେଇ ରେଭନ୍ତ ରେଡ୍ଡୀ କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିକୁ ମାନି ଲଣ୍ଡନରୁ ଫେରିବେ। ତେବେ ଶିକ୍ଷା ଓ ଯୁବପିଢ଼ିର ଭବିଷ୍ୟତ ଭଳି ପ୍ରସଙ୍ଗକୁ ରାଜନୀତି ଓ ନିର୍ବାଚନଠାରୁ ଊର୍ଦ୍ଧ୍ୱରେ ରଖିବା ଉଚିତ ବୋଲି ସେ ମତ ଦେଇଛନ୍ତି। ତାଙ୍କ ଆମେରିକା ଗସ୍ତ ବାତିଲ ହୋଇଥିଲେ ମଧ୍ୟ ସାଙ୍ଗରେ ଯାଇଥିବା ତେଲେଙ୍ଗାନାର ଅଧିକାରୀମାନେ ଆମେରିକା ଯାଇ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଜାରି ରଖିବେ ଏବଂ ପ୍ରସ୍ତାବିତ ବୁଝାମଣାପତ୍ର ଓ ଚୁକ୍ତିଗୁଡ଼ିକୁ ଚୂଡ଼ାନ୍ତ କରିବେ। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ପାଇଁ ଦାଖଲ ହୋଇଥିବା କାର୍ଯ୍ୟକ୍ରମ ତାଙ୍କ ପଦବୀ ଓ ଗସ୍ତର ଉଦ୍ଦେଶ୍ୟ ଅନୁଯାୟୀ ଉପଯୁକ୍ତ ନ ଥିଲା। ଏହି କାରଣରୁ ଗସ୍ତକୁ ରାଜନୈତିକ ଅନୁମତି ଦିଆଯାଇ ନ ଥିଲା।

ମହାତ୍ମା ଗାନ୍ଧୀଙ୍କ ଦୈନନ୍ଦିନ ଚିନ୍ତାଧାରା ସଂଗ୍ରହ ରେକର୍ଡ ୧୬.୨୦ କୋଟି ଟଙ୍କାରେ ନିଲାମ

Read Entire Article
LEFT SIDEBAR AD

Hidden in mobile, Best for skyscrapers.