ARTICLE AD BOX
ବେଙ୍ଗାଲୁରୁ: ନିଜ ନିର୍ବାଚନମଣ୍ଡଳୀ ମରୁଡ଼ି ତାଲିକାରେ ସ୍ଥାନ ନ ପାଇବାରୁ କଂଗ୍ରେସ ବିଧାୟକ ଯଶୱନ୍ତରାୟଗୌଡ଼ା ପାଟିଲ କର୍ଣ୍ଣାଟକ ବାଚସ୍ପତି ଜିଏସ୍ ପାଟିଲଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ ବିଜୟପୁରା ଜିଲ୍ଲାର ଇନ୍ଦି ନିର୍ବାଚନମଣ୍ଡଳୀକୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇ ନାହିଁ ବୋଲି ବିଧାୟକ ପାଟିଲ ଅଭିଯୋଗ କରିଛନ୍ତି।
ସେପ୍ଟେମ୍ବର ୨୨ ତାରିଖରେ ପାଟିଲ ଲେଖିଥିବା ଚିଠିରେ କୁହାଯାଇଛି ଯେ, ସେ ତାଙ୍କ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଆଶା ଓ ଭରସା ରଖିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନର ରାଜନୈତିକ ସ୍ଥିତିରେ କେବଳ ପ୍ରଭାବଶାଳୀ ଲୋକ ଓ ଯେଉଁମାନେ ଚାପ ପକାଇ ପାରିବେ ସେମାନଙ୍କୁ କେବଳ ଗୁରୁତ୍ବ ଦିଆଯାଉଛି। ପାଟିଲ କହିଛନ୍ତି, ୨୦୨୬-୨୭ ଖରିଫ୍ ଋତୁରେ ଇନ୍ଦି ତାଲୁକ ମରୁଡ଼ି ଦ୍ବାରା ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।
ଅଗଷ୍ଟ ୨୮ତାରିଖରେ ସେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଇନ୍ଦି ତାଲୁକକୁ ମରୁଡ଼ି ପ୍ରଭାବିତ ଘୋଷଣା କରିବାକୁ ଅନୁରୋଧ କରିଥିଲେ। ତେବେ ବିଜୟପୁରା ଜିଲ୍ଲାର ୧୩ଟି ତାଲୁକ ମଧ୍ୟରୁ ଏପର୍ଯ୍ୟନ୍ତ ୧୧ଟି ତାଲୁକକୁ ମରୁଡ଼ି ଘୋଷିତ କରାଯାଇଛି, କେବଳ ଇନ୍ଦି ଓ ଚଡାଚନ ତାଲୁକକୁ ଛାଡି ଦିଆଯାଇଛି। ସାରା ରାଜ୍ୟରେ ଏପର୍ଯ୍ୟନ୍ତ ୧୮୮ଟି ତାଲୁକକୁ ମରୁଡ଼ି ଘୋଷିତ କରାଯାଇଛି ପାଟିଲ କହିଛନ୍ତି।
Congress : ଅକ୍ଟୋବର ୫ ଯାଏଁ ନ୍ୟାୟିକ ହାଜତରେ ରହିବେ ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀ
ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ମଙ୍ଗଳବାର କହିଛନ୍ତି ଯେ, ମରୁଡ଼ି ପ୍ରଭାବିତ ତାଲୁକର ସଂଖ୍ୟା ଆଗାମୀ ଦିନରେ ୨୦୦ରେ ପହଞ୍ଚିପାରେ। ଡି କେ ଶିବକୁମାରଙ୍କ ନେତୃତ୍ୱାଧୀନ କ୍ୟାବିନେଟ୍ ବିସ୍ତାରରେ ବାଦ୍ ପଡ଼ିବା ପରେ ପାଟିଲ ଅଗଷ୍ଟ ୩ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ, କିନ୍ତୁ ପରେ ଦଳୀୟ ନେତୃତ୍ୱ ତାଙ୍କୁ ବୁଝାଇବା ପରେ ଏହାକୁ ପ୍ରତ୍ୟାହାର କରିନେଇଥିଲେ। ବାରମ୍ବାର ଆବେଦନ ସତ୍ତ୍ୱେ ଇନ୍ଦିକୁ ଏପର୍ଯ୍ୟନ୍ତ ମରୁଡ଼ିଗ୍ରସ୍ତ ଘୋଷଣା କରାଯାଇ ନଥିବା ତାଙ୍କ ଅଭିଯୋଗ ପରେ ଏହା ତାଙ୍କର ସଦ୍ୟତମ ଇସ୍ତଫା।

5 days ago
6


