Residential business issues: ଆବାସିକ ଘରେ ବ୍ୟବସାୟ ପ୍ରସଙ୍ଗ: କାଗଜାତ ଦାଖଲ ଅବଧି ମାସେ ବଢ଼ିଲା

1 week ago 5
ARTICLE AD BOX

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଆଦେଶ ପରେ ବିଏମ୍‌ସି ଆବାସିକ ଘରେ ବ୍ୟବସାୟ ଚଳାଇଥିବା ୪୬୩୨ଜଣ ଘର ମାଲିକଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛି। ପୂର୍ବରୁ ଏହି ଜମି ମାଲିକଙ୍କୁ କାରଣଦର୍ଶାଅ ନୋଟିସ୍‌ର ଯଥାର୍ଥତା ଜଣାଇବା ତଥା ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ବିଏମ୍‌ସି ୭ଦିନିଆ ସମୟ ଦେଇଥିଲା। ଏହି ସମୟ ଅବଧି ବିଏମ୍‌ସି ୧୫ ଦିନକୁ ବଢ଼ାଇଛି। 
ବିଏମ୍‌ସି କହିଛି, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବେଆଇନ ଚିହ୍ନିତ ସମସ୍ତ ଫ୍ଲାଟ୍‌ ମାଲିକ, ଆପାର୍ଟମେଣ୍ଟ ମାଲିକ, ପ୍ଲଟ୍‌ ମାଲିକ, ଆବାସିକ ତଥା ବ୍ୟବସାୟିକ ପ୍ରତିଷ୍ଠାନର ମାଲିକ ବିଏମ୍‌ସି କିମ୍ବା ବିଡିଏଠାରୁ ଆବଶ୍ୟକ ଅନୁମୋଦନ ନ ନେଇ ଦୋକାନ, ଛାତ୍ରାବାସ, ହୋଟେଲ, ଶିକ୍ଷାନୁଷ୍ଠାନ, କ୍ଲିନିକ ସହ ଅନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଅନଧିକୃତ ଭାବେ ନିର୍ମାଣ କରିଛନ୍ତି।

Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା

୪୬୩୨ଟି ଘର ମାଲିକଙ୍କୁ କାରଣଦର୍ଶାଅ ନୋଟିସ୍‌ କରିଛି ବିଏମ୍‌ସି

ଏମାନେ ଅଗଷ୍ଟ ୮ରୁ ବିଏମ୍‌ସିର ଅନଲାଇନ୍‌ରେ ନିଜର ବୈଧ କାଗଜାତ ଦାଖଲ କରିପାରିବେ। ଏ ସଂପର୍କରେ ସର୍ବସାଧାରଣ ନୋଟିସ୍‌ ବି ପ୍ରକାଶ ପାଇସାରିଛି। ଗୃହ ମାଲିକମାନେ ନୋଟିସ୍‌ ପ୍ରକାଶ ପାଇବାର ୧୫ ଦିନ ମଧ୍ୟରେ ସେମାନଙ୍କର ସମସ୍ତ କାଗଜପତ୍ର ଦାଖଲ କରିପାରିବେ। ସୁପ୍ରିମକୋର୍ଟ ଏସ୍‌ଏଲ୍‌ପି-୮୦୯୯ ଶୁଣାଣି କରି ଗତ ମେ ୨୦ ଓ ଜୁଲାଇ ୯ରେ ମହାନଗର ନିଗମଠାରୁ ଅନୁମୋଦିତ କୋଠା ଯୋଜନାର ଉଲ୍ଲଂଘନ, ଅନଧିକୃତ ନିର୍ମାଣ ବିରୋଧରେ ତୁରନ୍ତ ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂପୃକ୍ତ ପ୍ରତିଷ୍ଠାନକୁ ସିଲ୍ କରିବା ଓ ଭାଙ୍ଗିଦେବା ସହ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ବିଏମ୍‌ସି ଅଞ୍ଚଳରେ ଚିହ୍ନିତ ୪୬୩୨ ବେଆଇନ କୋଠା ମାଲିକମାନେ ନିଜର ପ୍ଲାନିଂ କାଗଜାତ, ଅନୁମତିପତ୍ର ଆଦି ସଂପୃକ୍ତ ଜୋନାଲ୍‌ କମିସନର ଅବା ଓଡିଏ କୋର୍ଟରେ ଦାଖଲ କରିବାକୁ କହିଛନ୍ତି। ବିଏମ୍‌ସି କହିଛି, ଯଦି କେହି ଅନୁମୋଦିତ କୋଠା ଯୋଜନା ଓ ପ୍ରଯୁଜ୍ୟ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରି ଅଣଆବାସିକ କିମ୍ବା ବାଣିଜ୍ୟିକ ଉଦ୍ଦେଶ୍ୟରେ ଆବାସିକ ପରିସରକୁ ପରିବର୍ତ୍ତନ କରିଛନ୍ତି, ଏହାକୁ ଅନଧିକୃତ ଓ ବେଆଇନ ବିବେଚନା କରାଯିବ। ଯେଉଁମାନେ ଆଇନ ଅନୁଯାୟୀ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଉଛନ୍ତି, ସେମାନେ ମଧ୍ୟ ନିଜର ସମସ୍ତ କାଗଜପତ୍ର ଅନ୍‌ଲାଇନ୍‌ରେ ଅପ୍‌ଲୋଡ୍‌ କରିବା ସହ ହୋଲ୍‌ଡିଂ ଟାକ୍ସ ଅପ୍‌ଡେଟ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନଙ୍କର ସମସ୍ତ ତଥ୍ୟପ୍ରମାଣ ଅନ୍‌ଲାଇନରେ ରହିବ ଓ ବିଭିନ୍ନ ସମୟରେ ହେଉଥିବା ଯାଞ୍ଚ ପ୍ରକ୍ରିୟା ସହଜ ଓ ସରଳ ହୋଇପାରିବ ବୋଲି ବିଏମ୍‌ସି କମିସନର୍‌ ଚଞ୍ଚଲ ରାଣା କହିଛନ୍ତି।

Tur dal: ହରଡ଼ ଡାଲିର ସମ୍ପୂର୍ଣ୍ଣ ଜିନୋମ୍‌ ଉନ୍ମୋଚନ କଲେ ଭାରତୀୟ ବିଜ୍ଞାନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.