ARTICLE AD BOX
ଦିଲ୍ଲୀର ଯନ୍ତର ମନ୍ତରଠାରେ ଶୁକ୍ରବାର ‘ଆରକ୍ଷଣ ହଟାଅ ଆନ୍ଦୋଳନ’ (ଆର୍ଏଚ୍ଏ) ଦେଖିବାକୁ ମିଳିଥିଲା। ଶନିବାର ଆର୍ଏଚ୍ଏ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରି ଦାବି କରାଯାଇଛି ଯେ, ସରକାର ସଂରକ୍ଷଣ ବିରୋଧୀ ଆନ୍ଦୋଳନକାରୀଙ୍କ ଦାବି ଉପରେ ଆଲୋଚନା ପାଇଁ ରାଜି ହୋଇଛନ୍ତି।
/sambad/media/media_files/2026/08/22/22bbs_45_22082026_112-2026-08-22-19-00-21.jpg)
ନୂଆଦିଲ୍ଲୀ: ଦିଲ୍ଲୀର ଯନ୍ତର ମନ୍ତରଠାରେ ଶୁକ୍ରବାର ‘ଆରକ୍ଷଣ ହଟାଅ ଆନ୍ଦୋଳନ’ (ଆର୍ଏଚ୍ଏ) ଦେଖିବାକୁ ମିଳିଥିଲା। ଶନିବାର ଆର୍ଏଚ୍ଏ ପକ୍ଷରୁ ‘ଏକ୍ସ’ରେ ପୋଷ୍ଟ କରି ଦାବି କରାଯାଇଛି ଯେ, ସରକାର ସଂରକ୍ଷଣ ବିରୋଧୀ ଆନ୍ଦୋଳନକାରୀଙ୍କ ଦାବି ଉପରେ ଆଲୋଚନା ପାଇଁ ରାଜି ହୋଇଛନ୍ତି। ହର୍ଷ ଭାଇ କହିଛନ୍ତି ଯେ, ଜଣେ କେନ୍ଦ୍ରମନ୍ତ୍ରୀ ନିଜେ ଆନ୍ଦୋଳନକାରୀଙ୍କ ସହ କଥା ହେବେ। ସରକାରଙ୍କ ସହିତ ଆଲୋଚନାରେ ସାମିଲ ହେବାକୁ ଥିବା ଲୋକଙ୍କ ନାମ ମଧ୍ୟ ପୋଷ୍ଟରେ ପ୍ରଦାନ କରାଯାଇଛି। ଦକ୍ଷିଣପନ୍ଥୀ ଅଜିତ ଭାରତୀ, ନେହା ଲାଲଦାସ ଓ ଆନନ୍ଦ ରଙ୍ଗନାଥନଙ୍କୁ ଆଲୋଚନାରେ ସାମିଲ କରାଯାଇପାରେ। ଏହିମାନେ ସେମାନଙ୍କର ଯୁକ୍ତି ଓ ତଥ୍ୟ ସହିତ ଏହି ପ୍ରସଙ୍ଗଗୁଡ଼ିକୁ ଅଧିକ ସ୍ପଷ୍ଟ ଓ ଦୃଢ଼ ଭାବରେ ଉପସ୍ଥାପନ କରିପାରିବେ ବୋଲି ପୋଷ୍ଟରେ କୁହାଯାଇଛି। ଏହାସହିତ ସେମାନଙ୍କ ଆନ୍ଦୋଳନ ଏବେ ଶେଷ ହୋଇନାହିଁ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ, ଜାତିଭିତ୍ତିକ ସଂରକ୍ଷଣ ସହିତ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ନିୟମ ବିରୋଧରେ ଯନ୍ତରମନ୍ତରଠାରେ ଶୁକ୍ରବାରଠାରୁ ନୂଆ ଆନ୍ଦୋଳନ ଦେଖିବାକୁ ମିଳିଥିଲା। କକ୍ରୋଚ ଜନତା ପାର୍ଟି (ସିଜେପି) ଧାରାରେ ଇନଷ୍ଟାଗ୍ରାମ ଅଭିଯାନ ମାଧ୍ୟମରେ ଆରକ୍ଷଣ ହଟାଅ ଆନ୍ଦୋଳନ ପାଇଁ ପ୍ରଚାର କରାଯାଉଥିବାବେଳେ ସେମାନଙ୍କର ୫.୬ ନିୟୁତ ଅନୁଗାମୀ ଅଛନ୍ତି।
ଏଲ୍ଆଇସି ଜୀବନ ଉମଙ୍ଗ ପଲିସି: ଦୀର୍ଘକାଳୀନ ଆର୍ଥିକ ସୁରକ୍ଷାର ବିକଳ୍ପ...
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


