Rescued Orangutan Babies ନନ୍ଦନକାନନରେ ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟରେ ଆସୁଛି ସୁଧାର, ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

7 hours ago 1
ARTICLE AD BOX

ଭୁବନେଶ୍ବର: ବାଲେଶ୍ବରର ଜଙ୍ଗଲରୁ ଉଦ୍ଧାର ୫ ଓରାଂଉଟାନ୍‌ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥାରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। 

Orangutans: ଓରାଂଉଟାନ୍‌ ରହସ୍ୟ ‌ଖୋଲିପାରୁନି ତଦନ୍ତକାରୀ ଟିମ୍‌: ୮ ଦିନ ବିତିଲା, ଏସ୍‌ଟିଏଫ୍‌ ହାତ ଖାଲି

ମିଳିଥିବା ସୂଚନାନୁସାରେ, ଆଜି (ରବିବାର) ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଶର୍ମା ଓ ପିସିସିଏଫ୍ (ବନ୍ୟପ୍ରାଣୀ) ପି. କେ. ଝା ନନ୍ଦନକାନନ ଗସ୍ତ କରିଛନ୍ତି।  ହ୍ୟାଣ୍ଡ ରିୟରିଂ ସେଣ୍ଟର (Hand Rearing Centre)ରେ ଉଦ୍ଧାର କରାଯାଇଥିବା ଚିକିତ୍ସାଧୀନ ଓରାଂଉଟାନ୍‌ (Orangutans) ଗୁଡ଼ିକର ସ୍ୱାସ୍ଥ୍ୟ ଓ ସାମଗ୍ରିକ ସ୍ଥିତିର ସମୀକ୍ଷା କରିଛନ୍ତି।

Orangutan: ଓରାଂଉଟାନ୍‌ ଉଦ୍ଧାର ଘଟଣା: ଲମ୍ବୁଛି ସନ୍ଦିଗ୍ଧଙ୍କ ତାଲିକା, ହୋଟେଲ୍‌ ମାଲିକଙ୍କ ପତ୍ନୀ, ଝିଅଙ୍କୁ ୫ ଘଣ୍ଟା ଜେରା

ମୁଖ୍ୟ ଶାସନ ସଚିବ ସେମାନଙ୍କ ଯତ୍ନ ଓ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିବା ସହ ନିରନ୍ତର ନଜର ରଖିବା, ସର୍ବୋତ୍ତମ ପଶୁଚିକିତ୍ସା ସେବା ଯୋଗାଇଦେବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.