ARTICLE AD BOX
ରାଇଘର(ଦେବେନ୍ଦ୍ର ମିଶ୍):ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ଦେବଗାଁ ପଂଚାୟତର ଡୁମୁରିମୁଣ୍ଡା (ଆଦିବାସୀ) ଗ୍ରାମରେ ପୁଣିଥରେ ଶବ ସତ୍କାରକୁ ନେଇ ବିବାଦ ଦେଖା ଦେଇଛି l ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ଗାଁ ଶ୍ମଶାନ ମନା କରୁଛନ୍ତି ଗ୍ରାମବାସୀ l ଏହି ଘଟଣାକୁ ନେଇ ଆଜି (ଗୁରୁବାର) ସାନ୍ଧ୍ୟରେ ସେଠାକାର କମିଟି ଗୃହରେ ଦୁଇ ଗୋଷ୍ଠୀଙ୍କ ବୈଠକ ଜାରି ରହିଛି l ଖବର ଲେଖାଯିବା ବେଳକୁ ଏହି ଘଟଣାର ସମାଧାନ ହୋଇପାରିନାହିଁ।
Blackmail: ନାଗପୁର ଦୁଷ୍କର୍ମ-ବ୍ଲାକମେଲ୍ ଓ ଧର୍ମାନ୍ତରୀକରଣ ମାମଲା: ୨ ଗିରଫ
ସୂଚନା ଅନୁଯାୟୀ, ଡୁମୁରିମୁଣ୍ଡା (ଆଦିବାସୀ) ଗ୍ରାମର କମଳସିଂ ଗଣ୍ଡ (୪୫) ତିନି ବର୍ଷ ପୂର୍ବେ ଲଗାତାର ଦେହ ଖରାପ ହେଉଥିବାରୁ କିଛି ଲୋକଙ୍କ କଥାରେ ପଡ଼ି ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମକୁ ଆପଣାଇଥିଲେ l ଆଜି ଦିନ ପ୍ରାୟ ୧୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ମୃତ୍ୟୁ ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶବ ସତ୍କାର କରିବାକୁ କିଛି ଲୋକ ବାରଣ କରିଥିଲେ l ଏହି ଘଟଣାରେ ଗ୍ରାମର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି l ସନ୍ଧ୍ୟା ସମୟରେ ସେଠାକାର ଗାଁ କମିଟି ଗୃହରେ ଗ୍ରାମବାସୀ ଏବଂ ପରିବାର ତଥା ସମ୍ପର୍କୀୟ ଲୋକଙ୍କ ମଧ୍ୟରେ ଆଲୋଚନା ଚାଲିଛି l ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ସତ୍କାରକୁ ନେଇ କୌଣସି ସମାଧାନ ହୋଇପାରିନାହିଁ l ଅପର ପକ୍ଷରେ ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ ଘଟଣା ସ୍ଥଳରେ ପହଂଚି ନଥିବା ଯୋଗୁଁ ସମାଧାନରେ ବିଳମ୍ବ ହେଉଥିବା କିଛି ବୁଦ୍ଧିଜୀବୀ ସୂଚନା ଦେଇଛନ୍ତି l
Arrest: ନାସିକ୍ ଟିସିଏସ୍ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଓ ଧର୍ମାନ୍ତରୀକରଣ ରାକେଟ୍ର ପର୍ଦ୍ଦାଫାସ; ୭ ଗିରଫ
ପ୍ରକାଶ ଥାଉକି ଏହି ଡୁମୁରିମୁଣ୍ଡା (ଆଦିବାସୀ) ଗ୍ରାମରେ ବାରମ୍ବାର ଶବ ସତ୍କାରକୁ ନେଇ ବିବାଦ ଚାଲି ଆସୁଛି l ଗାଁ ରେ କିଛି ଲୋକ ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମକୁ ଚାଲି ଯାଇଥିବାରୁ ଏହି ସମସ୍ୟା ଲଗାତାର ଦେଖା ଦେଉଛି l ଗତ ଏପ୍ରିଲ ମାସ ୧୪ତାରିଖରେ ସେହି ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ରାୟମତି ଗଣ୍ଡଙ୍କ ମୃତ୍ୟୁ ଘଟିଥିଲା l ମୃତ ରାୟମତି ଏବଂ ତାଙ୍କ ପରିବାର ଗତ ତିନିବର୍ଷ ପୂର୍ବେ ମୂଳଧର୍ମ ଛାଡି ଅନ୍ୟ ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ଶ୍ମଶାନରେ ଶବ ସତ୍କାର ପାଇଁ ଗ୍ରାମବାସୀ ବାରଣ କରିଥିଲେ l ଦୀର୍ଘ ୨୬ ଘଣ୍ଟା ରାୟମତିଙ୍କ ଶବ ଘରେ ପଡ଼ି ରହିଥିବା ବେଳେ ସମାଧାନ ପରେ ନିଜ ପୈତୃକ ଜମିରେ ଶବ ସତ୍କାର କରାଯାଇଥିଲା l ବାରମ୍ବାର ଏଭଳି ଘଟଣା ଘଟୁ ଥିବାରୁ ସମାଧାନ ନିମନ୍ତେ ଗତ ମେ ମାସ ୧୩ତାରିଖ ଦିନ ଡୁମୁରିମୁଣ୍ଡା ଗ୍ରାମରେ ପ୍ରାୟ ୬ଗୋଟି ପଂଚାୟତ ର ସରପଞ୍ଚ ଏବଂ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ବୈଠକ କରଯାଇଥିଲା l

1 hour ago
3


