Religion Issue: ଶବ ସତ୍କାରକୁ ନେଇ ବିବାଦ ଘଟଣା: ମୂଳ ଧର୍ମକୁ ଫେରିଲା ପରେ ମିଳିଲା ଶ୍ମଶାନ

2 months ago 14
ARTICLE AD BOX

ରାଇଘର(ଦେବେନ୍ଦ୍ର ମିଶ୍ର):ନବରଙ୍ଗପୁରଜିଲ୍ଲା ରାଇଘର ବ୍ଲକ ଦେବଗାଁ ପଂଚାୟତର ଡୁମୁରିମୁଣ୍ଡା (ଆଦିବାସୀ) ଗ୍ରାମରେ ଶବ ସତ୍କାରକୁ ନେଇ ଲାଗିଥିବା ବିବାଦର ସମାଧାନ ହୋଇଛିl ମୃତ କମଳସିଂ ଗଣ୍ଡ ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ଗାଁ ଶ୍ମଶାନରେ ଶବ ସତ୍କାର ପାଇଁ ଗ୍ରାମବାସୀ ମନା କରିଥିବା ବେଳେ ଆଜି ତାଙ୍କ ପରିବାର ମୂଳଧର୍ମକୁ ଫେରିବା ଫଳରେ ୨୨ ଘଣ୍ଟା ପରେ ଶବ ସତ୍କାର ହୋଇ ପାରିଛି l

ପ୍ରକାଶ ଥାଉକି ଡୁମୁରିମୁଣ୍ଡା (ଆଦିବାସୀ) ଗ୍ରାମର କମଳସିଂ ତିନି ବର୍ଷ ପୂର୍ବେ ଲଗାତାର ଦେହ ଖରାପ ହେଉଥିବାରୁ କିଛି ଲୋକଙ୍କ କଥାରେ ପଡ଼ି ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମକୁ ଆପଣାଇଥିଲେ l ହଠାତ ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ଦେହ ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା l ଧର୍ମ ପରିବର୍ତ୍ତନ କରିଥିବା ଯୋଗୁଁ ମୃତ୍ୟୁ ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶବ ସତ୍କାର କରିବାକୁ କିଛି ଲୋକ ବାରଣ କରିଥିଲେ l ଏହି ଘଟଣାକୁ ନେଇ ଗତକାଲି ସନ୍ଧ୍ୟରେ ସେଠାକାର କମିଟି ଗୃହରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l

ଆଜି ମୃତକଙ୍କ ବଡ଼ ବାପାଙ୍କ ପୁଅ ରାଇସିଂ ଗଣ୍ଡ ଏବଂ ତାଙ୍କ ପରିବାର ମୂଳ ଧର୍ମକୁ ଫେରିବା ପରେ ଘଟଣାର ସମାଧାନ ହୋଇଥିଲା l ୨୨ଘଣ୍ଟା ପରେ ଗାଁ ଶ୍ମଶାନରେ କମଳସିଂଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି l ସୂଚନା ଥାଉକି ମୃତ କମଳସିଂଙ୍କ ବାପା ମାଆ ଚାଲିଯିବା ପରେ ସେ ନିଜ ବଡ଼ ବାପାଙ୍କ ପୁଅ ରାଇସିଂ ଘରେ ରହି ଆସୁଥିଲେ l ଗତ ତିନି ବର୍ଷ ପୂର୍ବେ ସମସ୍ତ ପରିବାର ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମକୁ ଚାଲି ଯାଇଥିଲେ l ଆଜି ରାଇସିଂ ଗଣ୍ଡ ଗ୍ରାମବାସୀଙ୍କ ସର୍ତ୍ତରେ ରାଜି ହୋଇ ନିଜ ପରିବାର ସହିତ ମୂଳ ଧର୍ମକୁ ଫେରିବା ପରେ ଦିନ ୧୦ଟା ସମୟରେ ଶବ ସତ୍କାର ହୋଇ ପାରିଛି l 

Rescued: ମନ୍ଦିର ଚୁଡ଼ାରୁ ମାନସିକ ବିକୃତ ଉଦ୍ଧାର, ଅଗ୍ନିଶମ ବାହିନୀ ନାକେଦମ

Read Entire Article
LEFT SIDEBAR AD

Hidden in mobile, Best for skyscrapers.