ARTICLE AD BOX
ଦୁବାଇ: ୟେମେନରେ ହୁତି ବିଦ୍ରୋହୀ ଓ ସରକାରୀ ବାହିନୀ ମଧ୍ୟରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଭୟଙ୍କର ସଂଘର୍ଷରେ ୮୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୯ ଜଣ ୟେମେନ ସରକାରୀ ବାହିନୀର ଯୋଦ୍ଧା ଓ ୪୨ ଜଣ ହୁତି ସଦସ୍ୟ ଅଛନ୍ତି।
ସାମରିକ ସୂତ୍ର ଅନୁସାରେ, ଲୋହିତ ସାଗରଉପକୂଳ ଅଞ୍ଚଳରେ ସରକାରୀ ବାହିନୀର ୨୪ ଜଣ ଯୋଦ୍ଧା ପ୍ରାଣ ହରାଇଛନ୍ତି। ଦେଶର ତାଇଜ୍ ଅଞ୍ଚଳରେ ଆଉ ୧୫ ଜଣ ସରକାରୀ ସୈନିକଙ୍କ ମୃତ୍ୟୁ ହୋଇଛି। ଏହା ସହ ହୁତି ନିୟନ୍ତ୍ରଣାଧୀନ ଅଞ୍ଚଳର ୪୨ ଜଣ ହୁତି ସଦସ୍ୟ ନିହତ ହୋଇଛନ୍ତି। ଗୁରୁବାର ହୁତି ବାହିନୀ ସ୍ଥଳ ଆକ୍ରମଣ ଆରମ୍ଭ କରିବା ସହ ରକେଟ୍ ଓ ଡ୍ରୋନ୍ ଆକ୍ରମଣ କରିଥିଲା।
ଇଜ୍ ନିକଟରେ ଆକ୍ରମଣ
ଲୋହିତ ସାଗର ଉପକୂଳ ଏବଂ ତାଇଜ୍ ଅଞ୍ଚଳ ନିକଟରେ ଏହି ଆକ୍ରମଣ ହୋଇଥିଲା। ୟେମେନ ସରକାରୀ ସାମରିକ ସୂତ୍ର କହିଛି, ମୋଖା ବନ୍ଦର ସହରକୁ ଅନ୍ୟ ସରକାରୀ ନିୟନ୍ତ୍ରିତ ଅଞ୍ଚଳରୁ ବିଚ୍ଛିନ୍ନ କରିବା ହୁତି ବାହିନୀର ଲକ୍ଷ୍ୟ ଥିଲା। ଏଥିସହ ବାବ୍ ଅଲ୍-ମନ୍ଦେବ୍ ପ୍ରଣାଳୀ ସୀମାନ୍ତ ଅଞ୍ଚଳ ଆଡ଼କୁ ଆଗେଇବାକୁ ମଧ୍ୟ ସେମାନେ ଉଦ୍ୟମ କରୁଥିବା ସୂଚନା ମିଳିଛି। ୟେମେନ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୃହଯୁଦ୍ଧରେ ଜର୍ଜରିତ। ୨୦୨୨ରେ ସାଉଦି ଆରବ ସମର୍ଥିତ ୟେମେନ ସରକାର ସହ ହୋଇଥିବା ଅସ୍ତ୍ରବିରତି ପରେ ହିଂସା କିଛି ମାତ୍ରାରେ ହ୍ରାସ ପାଇଥିଲା। ତେବେ ହୁତିମାନେ ଏହି ଅସ୍ତ୍ରବିରତିକୁ ଭାଙ୍ଗିବା ପରେ ଓ ନୂଆ ସଂଘର୍ଷ ଯୋଗୁଁ ଦେଶରେ ପୁଣି ବ୍ୟାପକ ଯୁଦ୍ଧର ଆଶଙ୍କା ବଢ଼ିଛି।
ନେପାଳ ବନ୍ୟାରୁ ଫେରିଲେ ହିମାଚଳର ଜ୍ଞାନ ସିଂହ, ବଖାଣିଲେ ମୃତ୍ୟୁମୁଖରୁ ଫେରିବାର କାହାଣୀ

55 minutes ago
1


