Real estate projects: ଓରାୟମ୍‌ ରିଅଲିଟିର ଶୁଭାରମ୍ଭ

1 week ago 7
ARTICLE AD BOX

ଭୁବନେଶ୍ୱର: ଓଡ଼ିଶାର ଅନ୍ୟତମ ପ୍ରମୁଖ ବିବିଧ ଶିଳ୍ପ ସଂସ୍ଥା ଓରାୟମ୍ ଗ୍ରୁପ୍ ଆଜି ନିଜର ସମର୍ପିତ ରିଅଲ୍ ଇଷ୍ଟେଟ୍ ଶାଖା ‘ଓରାୟମ୍ ରିଅଲଟି’ର ଶୁଭାରମ୍ଭ କରିଛି। ଏହା ପ୍ରଥମେ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ଉଦୀୟମାନ ବିକାଶ କରିଡରଗୁଡ଼ିକରେ ପ୍ରିମିୟମ୍ ଆବାସିକ, ବ୍ୟାବସାୟିକ, ଆତିଥେୟତା ଓ ମିଶ୍ରିତ ବ୍ୟବହାର ପ୍ରକଳ୍ପଗୁଡ଼ିକର ବିକାଶ କରିବ।

ଏହି ଶୁଭାରମ୍ଭ ବିଷୟରେ ଘୋଷଣା କରି ଓରାୟମ୍ ଗ୍ରୁପ୍‌ର ନିର୍ଦ୍ଦେଶକ ଦୀପକ ଅଗ୍ରୱାଲ କହିଛନ୍ତି ଯେ, ଆମେ ଏଭଳି ପ୍ରକଳ୍ପ ନିର୍ମାଣ ଆଶା ରଖିଛୁ ଯେଉଁଠାରେ ପରିବାରଗୁଡ଼ିକ ରହିବାକୁ ଓ ସମୃଦ୍ଧ ହେବାକୁ ଆକାଂକ୍ଷା କରନ୍ତି, ବ୍ୟବସାୟଗୁଡ଼ିକ ନିଜକୁ ପ୍ରତିଷ୍ଠିତ କରିବାକୁ ବାଛନ୍ତି ଏବଂ ନିବେଶକମାନେ ଚିରସ୍ଥାୟୀ ମୂଲ୍ୟ ସୃଷ୍ଟି କରନ୍ତି।

ଖୁବ୍‌ଶୀଘ୍ର ଆସିବ ସଂଶୋଧିତ ରିଅଲ୍ ଇଷ୍ଟେଟ୍ ଆଇନ

ସେହିଭଳି ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲ କହିଛନ୍ତି, ଓରାୟମ୍ ରିଅଲଟିର ଶୁଭାରମ୍ଭ ଆମ ଉଦ୍ୟୋଗର ସ୍ୱାଭାବିକ ପ୍ରଗତିକୁ ଦର୍ଶାଉଛି। ଗ୍ରୁପର ନିର୍ଦ୍ଦେଶକ ଅନିଲ କେଡ଼ିଆ ମତ ରଖିଛନ୍ତି, ଓଡ଼ିଶା ଭାରତର ଅନ୍ୟତମ ପ୍ରମୁଖ ନିବେଶ ସ୍ଥଳ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରୁଥିବା ବେଳେ ଓରିଅମ୍ ରିଅଲଟି ଭବିଷ୍ୟତ ପାଇଁ ଆବଶ୍ୟକ ପ୍ରକଳ୍ପ ନିର୍ମାଣ କରିବାକୁ ପ୍ରୟାସ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.