RDIA: ସେବା ଦେବାରେ ଆଣ୍ଠେଇଛି ଆର୍‌ଡିଏ: ଆୟର ୨୦% ଖର୍ଚ୍ଚ କରିପାରୁନି, ୭ ବର୍ଷରେ ଆୟ ୯.୩୮ କୋଟି

1 hour ago 1
ARTICLE AD BOX

ମଳୟ ରଞ୍ଜନ ସାହୁ

ରାଉରକେଲା: ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ)। ସହରବାସୀଙ୍କ ହିତ ପାଇଁ ପ୍ରତିଷ୍ଠିତ ଏହି ସଂସ୍ଥା ଏକପ୍ରକାର ସ୍ଥାଣୁ ପାଲଟିଛି। ଗତ ୨୦ ବର୍ଷ ମଧ୍ୟରେ ଗୋଟିଏ ବି ବାସଗୃହ ପ୍ରକଳ୍ପ କରି ପାରିନାହିଁ। ମାର୍କେଟ୍‌ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଦିଗରୁ ମାସକୁ ୯୩ ଲକ୍ଷରୁ ଅଧିକ ଟଙ୍କା ଆୟ ହେଉଛି। ବିଗତ କିଛି ବର୍ଷ ମଧ୍ୟରେ ୧୦୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇ ସେମିତି ପଡ଼ିରହିଛି। ଆଶ୍ଚର୍ଯ୍ୟ କଥା, ଯେତିକି ଆାୟ ହେଉଛି ତା’ର ୨୦% ସଂସ୍ଥା ଖର୍ଚ୍ଚ କରିପାରୁନି। ନିକଟରେ ନଗର ଉନ୍ନୟନମନ୍ତ୍ରୀ ରାଉରକେଲା ଗସ୍ତରେ ଆସିଥିଲେ। ଆର୍‌ଡିଏର ବିଭିନ୍ନ ପ୍ରକଳ୍ପ ଓ ଅନ୍ୟାନ୍ୟ ସମସ୍ୟା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଚାଲିଗଲେ। ମନ୍ତ୍ରୀଙ୍କ ଉପସ୍ଥିତିରେ ଅଧିକାରୀ ୧୦୨ କୋଟି ଟଙ୍କା ରହିଛି ଓ ମାସକୁ ୯୩ ଲକ୍ଷରୁ ଅଧିକ ଟଙ୍କା ଆଦାୟ ହେଉଛି ବୋଲି କହିଥିଲେ। ସମୀକ୍ଷା ବୈଠକର ନିଷ୍କର୍ଷ କିଛି ଜଣାପଡ଼ିଲାନି। ତେବେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆର୍‌ଡିଏର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛି।

Flood In Jajpur: ଯାଜପୁର ବ୍ଲକରେ ବନ୍ୟା ପାଣି ଘେରରେ ୨୮ ପଞ୍ଚାୟତ

ତଥ୍ୟ ଅନୁଯାୟୀ ଆର୍‌ଡିଏ ମାସକୁ ଯେତିକି ଅର୍ଥ ଆଦାୟ କରୁଛି, ତା’ର ୨୦% ବି ମାର୍କେଟ୍‌ କମ୍ପ୍ଲେକ୍ସର ରକ୍ଷଣାବେକ୍ଷଣ, ବାସଗୃହ ଓ ନୂଆ ମାର୍କେଟ୍‌ରେ ଖର୍ଚ୍ଚ କରୁନି। ଆର୍‌ଡିଏ ଅଧୀନରେ ସୁନ୍ଦରଗଡ଼ ଓ ରାଉରକେଲାରେ ୨୪ରୁ ଅଧିକ ମାର୍କେଟ୍‌ କମ୍ପ୍ଲେକ୍ସ ରହିଛି। ୨୦୧୯ରୁ ୨୦୨୫, ସାତ ବର୍ଷରେ ଆର୍‌ଡିଏ ମୋଟ ୯ କୋଟି ୩୮ ଲକ୍ଷ ୬୧୦ ଟଙ୍କା ଆଦାୟ କରିଛି। ମାସକୁ କର୍ମଚାରୀଙ୍କ ଦରମା ବାବଦରେ ୧୨ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ରକ୍ଷଣାବେକ୍ଷଣରେ କାଁଭାଁ ଖର୍ଚ୍ଚ କରି ବିଭାଗ କାମ ସାରିଦେଉଛି। ୨୦ଟି ମାର୍କେଟ୍‌ରୁ ଗତ ୨୦୧୯ରେ ୫୩ ଲକ୍ଷ ୮୬ ହଜାର ୧୪୩ ଟଙ୍କା, ୨୦୨୦ରେ ୮୦ ଲକ୍ଷ ୮ ହଜାର ୮୧୪ ଟଙ୍କା, ୨୦୨୧ରେ ୮୨ ୫୮ ହଜାର ୫୩୭ ଟଙ୍କା, ୨୦୨୨ରେ ୮୫ ଲକ୍ଷ ୨୧ ହଜାର ୮୯୩ ଟଙ୍କା, ୨୦୨୩ରେ ୮୭ ଲକ୍ଷ ୮୨ ହଜାର ୬୯୯ ଟଙ୍କା, ୨୦୨୪ରେ ୯୦ ଲକ୍ଷ ୪୬ ହଜାର ୧୭୯ ଟଙ୍କା ଓ ୨୦୨୫ରେ ୯୩ ଲକ୍ଷ ୧୭ ହଜାର ୫୬୫ ଟଙ୍କା ଆଦାୟ ହୋଇଛି। ସେହିପରି ଅନ୍ୟ କିଛି ଦୋକାନ, ଲଜ୍‌, ବାଇକ୍‌ ଷ୍ଟାଣ୍ଡ, ବସ୍‌, ବସ୍‌ କାଉଣ୍ଟର ଓ ଅନ୍ୟାନ୍ୟ ଦିଗରୁ ୨୦୧୯ରେ ୩୮ ଲକ୍ଷ ୮୩ ହଜାର, ୨୦୨୦ରେ ୫୮ ଲକ୍ଷ ୨୫ ହଜାର, ୨୦୨୧ରେ ୬୦ ଲକ୍ଷ, ୨୦୨୨ରେ ୬୨ ଲକ୍ଷ ୨୪ ହଜାର, ୨୦୨୩ରେ ୬୪ ଲକ୍ଷ ୫୨ ହଜାର, ୨୦୨୪ରେ ୬୬ ଲକ୍ଷ ୪୬ ହଜାର, ୨୦୨୫ରେ ୬୮ ଲକ୍ଷ ୪୫ ହଜାର ଟଙ୍କା ଆଦାୟ କରାଯାଇଛି।

Horoscope 2026 July 30: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.