RBI: ସୁଧ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ

1 week ago 5
ARTICLE AD BOX

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଲାଗି ରହିଥିଲେ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶର ଅଭିବୃଦ୍ଧିକୁ‌ ନେଇ ବେଶ୍‌ ଆଶାବାଦୀ ରହିଛି। ଅନିଶ୍ଚିତିତ ଦୃଶ୍ୟପଟ୍ଟକୁ ନଜରରେ ରଖି ଏହା ରେପୋ ହାରକୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଫଳରେ ଘର, ଗାଡ଼ି ଓ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଋଣ ନେଇଥିବା ଗ୍ରାହକଙ୍କ ମାସିକ କିସ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରାନୀତି କମିଟି ତିନି ଦିନ ବୈଶ୍ବିକ ଓ ଘରୋଇ ସ୍ଥିତିର ମାନସମନ୍ଥନ କରିବା ପରେ ସୁଧ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏଥି ସହିତ ରିଜର୍ଭ ବ୍ୟାଙ୍କ ଏକ ଖୁସି ଖବର ମଧ୍ୟ ଦେଇଛି।

ଏଠାରେ ଦିନକୁ ତିନିଥର ବଦଳେ ଶିବଲିଙ୍ଗର ରଙ୍ଗ, ୩୦୦ ବର୍ଷ ଧରି ଜଳୁଛି ଅନନ୍ତ ଅଗ୍ନି

 ଦେଶର ଅଭିବୃଦ୍ଧି ହାର ୬.୭ ପ୍ରତିଶତକୁ ବୃଦ୍ଧି ପାଇବ ଓ ମୁଦ୍ରାସ୍ଫୀତି ହାର ୫ ପ୍ରତିଶତକୁ ଖସିବ ବୋଲି ଏହା ପୂର୍ବାନୁମାନ କରିଛି। ଗତ ଜୁନ୍‌ରେ ଏହା କରିଥିବା ପୂର୍ବାନୁମାନକୁ ବଦଳାଇଛି। ସେତେବେଳେ ରିଜର୍ଭ ବ୍ୟାଙ୍କ କହିଥିଲା ଯେ ଅଭିବୃଦ୍ଧି ହାର ୬.୬ ପ୍ରତିଶତ ଓ ମୁଦ୍ରାସ୍ଫୀତି ହାର ୫.୧ ପ୍ରତିଶତ ରହିବ। ଶ୍ରୀ ମାଲହୋତ୍ରା କହିଛନ୍ତି ଯେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାରରେ ବୃଦ୍ଧିର ଧାରା ତୃତୀୟ ‌ତ୍ରୈମାସିକ ପର୍ଯ୍ୟନ୍ତ ଜାରି ରହିବ ଓ ତା ପରେ ସେଥିରେ ହ୍ରାସ ଘଟିବ। ସେହି ସମୟରେ ଘରୋଇ ଚାହିଦା, ଦୃଢ଼ ରପ୍ତାନି, ମାନୁଫାକ୍‌ଚରିଂ ଓ ସେବା କ୍ଷେତ୍ରର ଉନ୍ନତ ପ୍ରଦର୍ଶନ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିିଡିପି) ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ସହାୟକ ହେବ।

ଅର୍ବାନ କୋଅପରେଟିଭ ବ୍ୟାଙ୍କ ଲାଇସେନ୍ସ ଦେବା ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଚିଠା ଗାଇଡ୍‌ଲାଇନ୍‌ ଜାରି କରିବ ବୋଲି ଶ୍ରୀ ମାଲହୋତ୍ରା କହିଛନ୍ତି। ଗ୍ରାମୀଣ କୋଅପରେଟିଭ ବ୍ୟାଙ୍କର ଋଣ ନିରୀକ୍ଷଣ ଫ୍ରେମୱର୍କର ବ୍ୟାପକ ସମୀକ୍ଷା କରିବା ପରେ ରିଜର୍ଭ ବ୍ୟାଙ୍କ ଚିଠା ନିର୍ଦ୍ଦେଶନାମା ଜାରି କରିଛି। ସେହିପରି ସମସ୍ତ ନିୟନ୍ତ୍ରିତ ସଂସ୍ଥା ଲାଗି ଅଗ୍ରିମର ସୁଧ ହାର ପାଇଁ ଏକକ ନିୟାମକ ଫ୍ରେମୱର୍କ ଆଣିବାକୁ ରିଜର୍ଭ ବ୍ୟାଙ୍କ ପ୍ରସ୍ତାବ ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.