RBI: ଟଙ୍କା ମୂଲ୍ୟ ହ୍ରାସ ରୋକିବାକୁ ବଡ଼ ପଦକ୍ଷେପ, ତେଲ କମ୍ପାନି ସିଧା ରିଜର୍ଭ ବ୍ୟାଙ୍କରୁ ଡଲାର ନେବେ

1 hour ago 1
ARTICLE AD BOX

ମୁମ୍ବାଇ: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଛି। ବିନିମୟ ମୂଲ୍ୟ ହ୍ରାସ ପାଉଛି। ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟଙ୍କା ମୂଲ୍ୟରେ ହେଉଥିବା ହ୍ରାସକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ନୂଆ ପଦକ୍ଷେପ ଘୋଷଣା କରିଛି। ରାଷ୍ଟ୍ରାୟତ୍ତ ତେଲ କମ୍ପାନିଗୁଡ଼ିକୁ ସ୍ପଟ ମାର୍କେଟ୍‌ରୁ ଡଲାର କ୍ରୟରୁ ଦୂରେଇ ରଖିଛି। ଅନ୍ୟପକ୍ଷରେ ସେମାନଙ୍କ ଦୈନିକ ଡଲାର ଆବଶ୍ୟକତା ପୂରଣ ପାଇଁ ରିଜର୍ଭ ବ୍ୟାଙ୍କ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରିଛି।

ନୂଆ ବ୍ୟବସ୍ଥାରେ ଦେଶର ୩ଟି ଯାକ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନିକୁ ରିଜର୍ଭ ବ୍ୟାଙ୍କ ସିଧାସଳଖ ତାହାର ମୁଦ୍ରା ଭଣ୍ଡାରରୁ ଡଲାର ଯୋଗାଇବ। ଭାରତୀୟ ତୈଳ ନିଗମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଏବଂ ଭାରତ ପେଟ୍ରୋଲିୟମ ଆସନ୍ତା ୧୨ ତାରିଖ ବା ସୋମବାରଠାରୁ ଏହି ସୁବିଧା ପାଇବେ। ତୈଳ କମ୍ପାନିଗୁଡ଼ିକର ଡଲାର କ୍ରୟକୁ ଅଲଗା କରିଦେଲେ ସ୍ପଷ୍ଟ ବଜାରରେ ଡଲାରର ଚାହିଦା ଉପରେ ପଡ଼ୁଥିବା ଚାପ କମିଯିବ ବୋଲି ଅନୁମାନ କରାଯାଉଛି।

ସ୍ବତନ୍ତ୍ର ବ୍ୟବସ୍ଥା କରିଛି ରିଜର୍ଭ ବ୍ୟାଙ୍କ

କିନ୍ତୁ ଏହାର ପ୍ରଭାବରେ ରିଜର୍ଭ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ପରିମାଣ କମିବା ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ଟଙ୍କା ମୂଲ୍ୟ ହ୍ରାସକୁ ରୋକିବା ପାଇଁ ଅନ୍ୟ କେତେକ ପଦକ୍ଷେପ ମଧ୍ୟ ନେଇଛି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଉଚ୍ଚା ରହିବା ସମେତ ଅନ୍ୟ କେତେକ କାରଣରୁ ଡଲାର ତୁଳନାରେ ଟଙ୍କା ମୂଲ୍ୟ କମିବାରେ ଲାଗିଛି। ଚଳିତବର୍ଷ ଟଙ୍କା ମୂଲ୍ୟରେ ୭ ପ୍ରତିଶତରୁ ଅଧିକ ହ୍ରାସ ଘଟିଲାଣି। ଗୋଟିଏ ଡଲାର ପାଇବା ପାଇଁ ବର୍ତ୍ତମାନ ପାଖାପାଖି ୯୭ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଯଦି ହ୍ରାସ ଧାରା ଲାଗି ରହେ ତାହେଲେ ଟଙ୍କା ଆହୁରି ଦୁର୍ବଳ ହୋଇ ୧୦୦ ଟପିଯିବା ଆଶଙ୍କା ରହିଛି।

‘ନିଜେ ହାରିଗଲେ ଜାଲିଆତି ହୋଇଛି’

Read Entire Article
LEFT SIDEBAR AD

Hidden in mobile, Best for skyscrapers.