Rayagada news: କାଶିପୁର ବ୍ଲକ ଓ ତହସିଲକୁ ବିଭାଜନ ପାଇଁ ଚଠି ଲେଖିଲେ ଜିଲ୍ଲାପାଳ

2 days ago 3
ARTICLE AD BOX

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡା ଜିଲ୍ଲା ଶିଳ୍ପ ଓ ଖଣି ସମୃଦ୍ଧ ବ୍ଲକ ଓ ତହସିଲର ବିଭାଜନ ପାଇଁ ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିବା ସୂଚନାରୁ ଜଣାପଡ଼ିଛି। ଜିଲ୍ଲାର କାଶିପୁର ବ୍ଲକ ନିଜର ଭୌଗଳିକ ଦୃଷ୍ଟିକୋଣରୁ ‌ସେଠାକାର ଜନସାଧାରଣଙ୍କ ପାଖକୁ ସରକାରଙ୍କ ବିଭିନ୍ନ ଯୋଜନା ପହଁଚାଇବା ପାଇଁ ବ୍ଲକ ଏବଂ ତହସିଲ ବିଭାଜନର ଆବଶ୍ୟକତା ରହିଥିବା ଦର୍ଶାଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। 

ଜିଲ୍ଲାପାଳ ଲେଖିଥିବା ଚିଠି ଅନୁଯାୟି ବର୍ତମାନ କାଶିପୁର ବ୍ଲକରେ ୨୪ଟି ଗ୍ରାମ ପଞ୍ଚାୟତ ରହିଥବା ବେଳେ ଜନସଂଖ୍ୟା ୧ଲକ୍ଷ ୮୨ହଜାର ରହିଛି। ଜିଲ୍ଲାର କାଶିପୁର ବ୍ଲକରେ ସର୍ବାଧିକ ଜନସଂଖ୍ୟା ରହିଥିବା ବେଳେ ଅଧିକାଂଶ ଗ୍ରାମିଣ ଅଞ୍ଚଳରେ ବସବାସ କରିଥାନ୍ତି। ବ୍ଲକରେ ବିକ୍ଷିପ୍ତ ଜନସଂଖ୍ୟା ଥିବାରୁ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବ୍ଲକ ଏବଂ ତହସିଲ ଅଧିକାରୀମାନଙ୍କୁ ବିଭିନ୍ନ କ୍ଷେତ୍ରରେ ବହୁତ ସମୟ ଲାଗୁଛି ଯାହା ଫଳରେ ପ୍ରଶାସନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାରେ ବାଧା ସୃଷ୍ଟି କରୁଛି। ଏହା ସହ ଏହି ଅଞ୍ଚଳଳ ପାହାଡିଆ ଅଞ୍ଚଳ ହୋଇଥବାରୁ ଗମନା ଗମନ ପାଇଁ କମ ଦୂରବର୍ତି ଅଞ୍ଚଳ ଯିବାକୁ ମଧ୍ୟ ଅଧିକା ସମୟ ହେଉଥିବା ଚିଠିରେ ଉଲ୍ଲେଖ କରାଯାଇଛି।

କାଶିପୁର ବ୍ଲକର ଭୌଗଳିକ ସ୍ଥିତି ଏବଂ ଗମନାଗମନର ସୁବିଧା ପାଇଁ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା-୪ ଏବଂ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସର୍ବାଧିକ ପ୍ରକଳ୍ପ ଏବଂ ଅନୁଦାନ ଏହି ବ୍ଲକକୁ ଦିଆଯାଇଛି। ଏଭଳି ଏକ ବିକ୍ଷିପ୍ତ ବ୍ଲକରେ ୩୨୯ଟି ଅଙ୍ଗନବାଡି କେନ୍ଦ୍ର ରହିଥିବା ବେଳେ ଜଣେ ସିଡିପିଓ ଙ୍କୁ ଶିଶୁ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ମଧ୍ୟ ପହଁଚାଇବା କଷ୍ଟକର ହୋଇପଡୁଛି। ଫଳସ୍ବରୁପ କାଶିପୁର ବ୍ଲକରୁ ଅପପୃଷ୍ଟି ଓ ଅଙ୍ଗନବାଡି ଅନିୟମିତତା ଭଳି ଅନେକ ଅଭିଯୋଗ ନିୟମତି ଭାବେ ଆସୁଛି ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି। 

ଏହି ବ୍ଲକରେ ଗୋଟିଏ ସିଏଚସି ରହିଥିବା ବେଳେ ସର୍ବାଧିକ ସ୍ବାସ୍ଥ୍ୟୁଉପକେନ୍ଦ୍ର ରହିଛି । କିନ୍ତୁ ବ୍ଲକରେ ସର୍ବାଧିକ ଗର୍ଭବତୀ ମହିଳା ପ୍ରସବ ହେଉଥିବା ବେଳେ ଦୂରତା ଯୋଗୁଁ  ଚିକିତ୍ସା ସେବା ପ୍ରଦାନରେ ଅସୁବିଧା ସୃଷ୍ଟି କରିଥାଏ। କାଶିପୁର ବ୍ଲକରେ ସର୍ବାଧିକ ବକ୍ସାଇଟ ରହିଛି ଏବଂ ନିକଟ ଭବିଷ୍ୟତରେ ଖଣି ଖନନ ଏବଂ ଶିଳ୍ପ କାର୍ଯ୍ୟ ହେବାକୁ ଥିବା ବେଳେ ଏହାର ପରିଚାଳନା ପାଇଁ  ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ। ବ୍ଲକରେ ରହିଥିବା ବିଭିନ୍ନ ଖଣି କୋରାପୁଟ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ରହୁଥିବାରୁ ପ୍ରଭାବିତ ଅଞ୍ଚଳରେ ପହଁଚିବାକୁ କଷ୍ଟକର ହୋଇଥାଏ। 

Pension: ରାୟଗଡା ଜିଲ୍ଲାରେ ୯୪୬୨ ହିତାଧିକାରୀଙ୍କ ଭତ୍ତା ପାଇଁ ଅପେକ୍ଷା

ଜିଲ୍ଲା ଖଣିଜ ପାଣ୍ଠି(ଡିଏମଏଫ) କାଶିପୁର ବ୍ଲକରେ ସର୍ବାଧିକ ଖର୍ଚ୍ଚ ହେଉଛି, ବ୍ଲକର କର୍ମଚାରୀ ମାନେ ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ପାଇଁ ଭାରାକ୍ରାନ୍ତ ହୋଇ ରହିଛନ୍ତି  ଏଣୁ  ଆଗାମି ଦିନରେ ଡିଏପଏଫ ପାଣ୍ଠିର ସୁବିନିଯୋଗ ପାଇଁ ୨ବ୍ଲକର ଗଠନ ଆବଶ୍ୟକତା ରହୁଥିବା କୁହାଯାଇଛି । ଅଳ୍ପଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ କାଶିପୁର ଏବଂ ଟିକିରି କୁ ନୂତନ ବ୍ଲକ ଏବଂ ତହସିଲ ଗଠନ କରାଯାଇ ୧୨ଟି ଗ୍ରାମପଞ୍ଚାୟତ ଲେଖାଏର୍ ଉଭୟ ବ୍ଲକ ପାଇଁ କରାଗଲେ ପ୍ରଶାସନିକ ସୁବିଧା ପାଇଁ ଜନସାଧାରଣ ଲାଭବାନ ହୋଇପାରିବେ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଛନ୍ତି। ଏଠାରେ ସୂଚନାଯୋଗ୍ୟଯେ କାଶିପୁର ଏବଂ ଟିକିରି ୨ଟି ଫରେଷ୍ଟ ରେଞ ରହିଥିବା ବେଳେ ବ୍ଲକରେ ୪ଟି ଥାନା ରହିଛି। ଟିକିରିକୁ ନୂତନ ବ୍ଲକ କରିବା ପାଇଁ ଦୀର୍ଘଦିନ ହେଲା ସ୍ଥାନୀୟ ଜନସାଧାରଣ ଦାବି କରିବା ସହ ଆନ୍ଦୋଳନ କରୁଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.