ARTICLE AD BOX
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟର ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ କଟକ ସଦର ବିଧାୟକ ପ୍ରକାଶ ସେଠୀ ଦୁର୍ବ୍ୟବହାର କରିବା ଘଟଣା କିଛି ପରିମାଣରେ ଶାନ୍ତ ପଡ଼ିଥିଲେ ବି ଅଚଳାବସ୍ଥା ଜାରି ରହିଛି। ଆଜି ସଂଧ୍ୟାରେ ସେଭେନ୍ ପିଲାର୍ସ ସ୍ଥିତ ଆନେକ୍ସ-୨ରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା)ର ସଭାନେତ୍ରୀ ପ୍ରଫେସର ଉର୍ମିଶ୍ରୀ ବେଦମାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସର୍ବସାଧାରଣରେ କ୍ଷମା ମାଗିବା ଦାବିରୁ ସଂଘ ଓହରି ଯାଉଛି ବୋଲି ଘୋଷଣା କରିଛି। କିନ୍ତୁ ପ୍ରଫେସର ଶ୍ରୀ ମିଶ୍ରଙ୍କ ବିରୋଧରେ ବାଚସ୍ପତିଙ୍କ ନିକଟରେ ବିଧାୟକ କରିଥିବା ଅଭିଯୋଗ ପ୍ରତ୍ୟାହାର କଲା ପରେ ସଂଘ କୌଣସି ପ୍ରକାର ଆଲୋଚନାକୁ ଓହ୍ଲାଇବ ବୋଲି ଦାବି ରଖିଛି।
Plantation drive: ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ପୂର୍ବତନ ସେନାର ଯବାନଙ୍କୁ ସମ୍ବର୍ଦ୍ଧନା
ପ୍ରକାଶ ସେଠୀ ସିନେଟ୍ ସଦସ୍ୟ ହୋଇ ନାହାନ୍ତି, ବିଶ୍ବବିଦ୍ୟାଳୟ କାର୍ଯ୍ୟରେ ହସ୍ତକ୍ଷେପ ନ କରନ୍ତୁ
ସଂଘ ପକ୍ଷରୁ କୁହାଯାଇଛି ଯେ ବିଶ୍ବବିଦ୍ୟାଳୟର ସିନେଟ୍ ଗଠନ ପ୍ରକ୍ରିୟା ଶେଷ ହୋଇନାହିଁ କି ସିନେଟ୍ ଗଠନର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ଏଭଳି ସ୍ଥିତିରେ ସଦର ବିଧାୟକ ପ୍ରକାଶ ସେଠୀ ନିଜକୁ ରେଭେନ୍ସା ସିନେଟ୍ର ସଦସ୍ୟ ବୋଲି ଗଣମାଧ୍ୟମରେ ପ୍ରଚାର କରିବା ଗ୍ରହଣୀୟ ନୁହେଁ। ଏଣୁ ନିଜକୁ ସିନେଟ୍ ସଦସ୍ୟ ବୋଲି କହି ବିଧାୟକ ଶ୍ରୀ ସେଠୀ ବିଶ୍ବବିଦ୍ୟାଳୟର କାର୍ଯ୍ୟରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ତାଙ୍କର ନାହିଁ। ବିଶ୍ବବିଦ୍ୟାଳୟ ଅଧିନିୟମ ଅନୁଯାୟୀ ସିନେଟ୍ର କାମ ହେଉଛି ବିଶ୍ବବିଦ୍ୟାଳୟର ନୀତି, ନିୟମ, କାର୍ଯ୍ୟକ୍ରମ, ବାର୍ଷିକ ରିପୋର୍ଟ, ହିସାବ, ଶିକ୍ଷା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟର ସମୀକ୍ଷା କରିବା। ଦୈନନ୍ଦିନ ହଷ୍ଟେଲ ସମସ୍ୟା କିମ୍ବା ଆଭ୍ୟନ୍ତରୀଣ ବୈଠକରେ ହସ୍ତକ୍ଷେପ କରିବା ସିନେଟ୍ର କାମ ନୁହେଁ। ଏହି ସାମ୍ବାଦିକ ସମ୍ମିଳନୀରେ ରୁଟା ସମ୍ପାଦକ ଡକ୍ଟର ଶିବ ଶଙ୍କର ସାହୁ, ଉପସଭାପତି ଡକ୍ଟର ରାଜା କୁମାର ପୃଷ୍ଟି, ସହସମ୍ପାଦକ ଡକ୍ଟର ମଧୁସ୍ମିତା ରାଉତ, କୋଷାଧ୍ୟକ୍ଷ ଡକ୍ଟର ଅମିତ କୁମାର ସାହୁ, କାର୍ଯ୍ୟନିର୍ବାହୀ ସଦସ୍ୟ ଡକ୍ଟର ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
Palm trees: ଗ୍ରାମୀଣ ଜୀବନର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଭାବେ ପରିଚିତ ‘ତାଳଗଛ’
ଅନ୍ୟପଟେ ଏହି ପ୍ରସଙ୍ଗରେ ବିଶ୍ବବିଦ୍ୟାଳୟର ୧୩ଟି ହଷ୍ଟେଲର ଓର୍ଡେନ୍ ଓ ସହକାରୀ ୱାର୍ଡେନ୍ ସମୂହ ଇସ୍ତଫା ଦେଇଥିବା ବେଳେ ତାହାକୁ ବିଶ୍ବବିଦ୍ୟାଳୟର କୁଳପତି ଏଯାଏଁ ଗ୍ରହଣ କରି ନାହାନ୍ତି। ସୂଚନାଯୋଗ୍ୟ ଯେ ଗଲା ୩ ତାରିଖ ରାତିରେ ଇଷ୍ଟ ହଷ୍ଟେଲ ଛାତ୍ର ଧାରଣାରେ ବସିଥିବା ବେଳେ ବିଧାୟକ ପ୍ରକାଶ ସେଠୀ ଘଟଣାସ୍ଥଳକୁ ଯାଇଥିଲେ। ସେହି ସମୟରେ ଶ୍ରୀ ସେଠୀ ଚିଫ ୱାର୍ଡେନ୍ ଶ୍ରୀ ମିଶ୍ରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ଗତକାଲି ଶିକ୍ଷକ ସଂଘ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲା। ଅଧ୍ୟାପକମାନଙ୍କୁ ଛାତ୍ରଛାତ୍ରୀ ମଧ୍ୟ ସମର୍ଥନ କରିଥିେଲ।

1 week ago
5

