ARTICLE AD BOX
ରାଉରକେଲା: ବଲାଙ୍ଗୀର ସିରାବାହାଲର ଚିତ୍ରା ଛତ୍ରିଆଲ। ପୂର୍ବରୁ ପ୍ରତିବାସ ନିକଟସ୍ଥ କଣ୍ଟ୍ରୋଲ ଦୋକାନରୁ ଚାଉଳ ନେଉଥିଲେ। ଏବେ ଦୁଇ ମାସ ଧରି ମିଳିନି। କୁହାଯାଉଛି ଷ୍ଟକ୍ ନାହିଁ। ଆସିଲେ ଚାଉଳ ମିଳିବ। ଏମିତି କହି ଦିନ ପରେ ଦିନ ଗଡ଼ାଇଚାଲିଛନ୍ତି କଣ୍ଟ୍ରୋଲ ଦୋକାନୀ। ଯାଜପୁର ବଳିଆପାଳର ଶଶାଙ୍କ ଶେଖର ଦାସଙ୍କୁ ୨ ମାସର ମାସର ଚାଉଳ ମିଳୁନି। କୁହାଯାଉଛି ଏବେ ମିଳିବ ନାହିଁ। ଗାଁରେ କାର୍ଡ, ଗାଁକୁ ଯାଇ ଚାଉଳ ଉଠାନ୍ତୁ। ସେମିତି ଢ଼େଙ୍କନାଳର ଦିବ୍ୟାଙ୍ଗ ମୀତାଞ୍ଜଳି ସାହୁ । ଭାଇଙ୍କ ସହ ରାଉରକେଲାରେ ରହୁଛନ୍ତି। ୩ ମାସ ଧରି ଚାଉଳ ମିଳୁନି। ଅନ୍ୟମାନଙ୍କୁ ଚାଉଳ ଦିଆଯାଉଥିବାବେଳେ ଗାଁର କାର୍ଡ କରାଯାଇଥିବାରୁ ଆମକୁ ମନା କରି ଦିଆଯାଉଛି। ଚିତ୍ରା, ଶଶାଙ୍କ ଓ ମୀତାଞ୍ଜଳି ନୁହନ୍ତି ସହରରେ ଏମିତି ପ୍ରାୟ ୨୫୦୦ରୁ ଅଧିକ ବାହାର ଜିଲ୍ଲାର ରାସନ କାର୍ଡଧାରୀଙ୍କୁ ପିଡିଏସ୍ ଚାଉଳ ମିଳୁନି। ଜୁଲାଇ ଓ ଅଗଷ୍ଟ ସରିବାକୁ ବସିଲାଣି ଚାଉଳ ମିଳୁନି।
ଆହୁରି ପଢନ୍ତୁ: Nora's eye: ନୋରାଙ୍କ ଆଖିରେ ଲୁହ
ଆଗାମୀ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଳିବ ନାହିଁ ବୋଲି କୁହାଯାଉଛି। ପୂର୍ବରୁ କଣ୍ଟ୍ରୋଲ ଦୋକାନୀଙ୍କୁ ଦୁଇଟି ପ୍ରର୍ଯ୍ୟାୟରେ (୬୦% ଓ ପରେ ୨୦%) କୋଟା ଦିଆଯାଉଥିଲା। ଫଳରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଡଧାରୀ ନିଜର ନିକଟତମ କଣ୍ଟ୍ରୋଲ ଦୋକାନୀଙ୍କୁ ଚାଉଳ ଉଠାଉଥିଲେ। ଏବେ ଏକକାଳୀନ ୧୦୦% କୋଟା ଓ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଥିବାରୁ ରାଉରକେଲା ବାହାର ଜିଲ୍ଲାର କାର୍ଡଧାରୀଙ୍କୁ ଚାଉଳ ୧୦ କେଜି ପାଇଁ ଏ କଣ୍ଟ୍ରୋଲ ଦୋକାନରୁ ସେ କଣ୍ଟ୍ରୋଲ ଦୋକାନକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି। କାହିଁକି ମିଳିବ ନାହିଁ ବୋଲି କାର୍ଡଧାରୀ ପଚାରିଲେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଓଲଟା କାର୍ଡ ଯେଉଁଠି ମିଳିଛି, ସେଠାରୁ ନେଇଯିବାକୁ ଧମକ ଦେଉଛନ୍ତି। କାର୍ଡଧାରୀମାନେ କାହାକୁ କିଛି ନ କହି ଚୁପ୍ ରହୁଛନ୍ତି।
ଆହୁରି ପଢନ୍ତୁ: Odisha High Court: ଓସିଏ ନିର୍ବାଚନ ପ୍ରସଂଗ: ହାଇକୋର୍ଟରେ ଓମବୁଡସମ୍ୟାନଙ୍କ ମତାମତ ଉପସ୍ଥାପନ
ପରିବାର ସହ ରାଉରକେଲାରେ ରହୁଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ଗରିବ ହିତାଧିକାରୀଙ୍କୁ ଏମିତି ଠକି ଚାଲିଛି ଜିଲ୍ଲାର ଯୋଗାଣ ବିଭାଗ। କେବଳ ସହର ନୁହେଁ ସୁନ୍ଦରଗଡ଼ ଜିଲ୍ଲାରେ ‘ୱାନ୍ ନେସନ୍, ୱାନ୍ କାର୍ଡ’ ଏକ ପ୍ରକାର ପ୍ରହସରେ ପରିଣତ ହୋଇଛି। ସହରରେ ୬୩ ହଜାରରୁ ଅଧିକ ରାସନ ଓ ୨୯୦୦ ଅନ୍ତୋଦ୍ୟେୟ କାର୍ଡ ରହିଛି। ୧୪୨ରୁ ଅଧିକ କଣ୍ଟ୍ରୋଲ ଦୋକାନ ରହିଛି। ଅତିରିକ୍ତ ଯୋଗାଣ ଅଧିକାରୀ ଜ୍ୟୋତ୍ସ୍ନାରାଣୀ କର୍ଣ୍ଣ କହିଛନ୍ତି, ପୂର୍ବରୁ ଷ୍ଟକ ଅଧିକ ଆସୁଥିଲା। ଗତ ୨୫ରୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଏଭଳି ସମସ୍ୟା ଉପୁଜୁଛି। ବାହାର ଜିଲ୍ଲାର କାର୍ଡଧାରୀମାନେ ଯେଉଁଠି ମହଜୁଦ ଥିବ, ସେଠି ଚାଉଳ ଉଠାଇପାରିବେ। ଖୁବ୍ଶୀଘ୍ର ଏହି ସମସ୍ୟା ସମାଧାନ ହୋଇଯିବ।

6 hours ago
2


