Rath yatra: ନୟାଗଡ ରଣପୁରରେ ‘ଦକ୍ଷିଣ ମୋଡ଼’ ନେଲା ରଥ

3 weeks ago 10
ARTICLE AD BOX

ରଣପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ ଜିଲ୍ଲାରଣପୁରରେ ଶ୍ରୀକ୍ଷେତ୍ର ଭଳି ବାର ମାସରେ ତେର ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଦ୍ୱିତୀୟ ଯାତ୍ରା ହେଉଛି ରଥବର ଗତି ଅର୍ଥାତ ଘୋଷଯାତ୍ରା। ପ୍ରଭୁଙ୍କ ସ୍ନାନ ଯାତ୍ରାପରେ ଜ୍ୱର ପୀଡିତ ପ୍ରଭୁ ସୁସ୍ଥ ହେବା ପରେ ପ୍ରଭୁ ଜଗନ୍ନାଥ ଓ ବଡ଼ ଠାକୁର ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘର ଜନ୍ମବେଦୀକୁ ଯାତ୍ରା କଲେ। କିନ୍ତୁ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ନନେଇ ଫେରିବାରେ ବିଳମ୍ବ ଯୋଗୁଁ ଅଭିମାନିନୀ ମା ଲକ୍ଷ୍ମୀ ବିମଳାଙ୍କୁ ସାଙ୍ଗରେ ନେଇ ହେରା ପଞ୍ଚମୀ ତିଥିରେ ପ୍ରଭୁଙ୍କୁ ଜନ୍ମ ବେଦୀରେ ଦୂରରୁ ଲୁଚି କରି ଦେଖି ଫେରିବାବେଳେ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଥିଲେ।

ଆହୁରି ପଢନ୍ତୁ Lionel Messi: ବିଶ୍ବକପ୍‌ ପରାଜୟ ଚିର ଯନ୍ତ୍ରଣା ହୋଇ ରହିବ: ମେସି

ନନ୍ଦିଘୋଷ ରଥ ଭଙ୍ଗାଯିବା ଘଟଣା ଦ୍ୱାରପାଳ ଜଣାଇବା ପରେ ପ୍ରଭୁଙ୍କ ନିର୍ଦ୍ଦେଶରେ ରଥନିର୍ମାଣ କରିଥିବା ବିଶ୍ୱକର୍ମା ସେବକ ରଥ ମରାମତି ସହ ରତ୍ନବେଦୀକୁ ବାହୁଡ଼ିବା ପାଇଁ ଆଦ୍ୟ ପ୍ରସ୍ତୁତି ରଥ ଦକ୍ଷିଣ ମୋଡ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଦେବୋତ୍ତର ଅଧିକାରୀ ତଥା ରଣପୁର ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ସର୍ବଦମନ, ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଓ ମନ୍ଦିର ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ମହାରଣା କବି ମହାରଣା ସମେତ ସମସ୍ତ ରଥ ବିଶ୍ୱକର୍ମାଙ୍କୁ ଡକାଇ ଷଷ୍ଠୀ ତିଥି ଅବସରରେ ରଥ ଦକ୍ଷିଣ ମୋଡ଼ କରିଥିବା ଜଣା ପଡିଛି। ରଣପୁର ମହାବିଦ୍ୟାଳୟର ଏନ ସି ସି  ଓ ଏନଏସଏସ ଛାତ୍ରଛାତ୍ରୀ ମାନେ ରଥ ଭିଡି ଦକ୍ଷିଣ ମୋଡ ମହାଆଗ୍ରହରେ କରିଥିବା ଦେଖିବାକୁ ମିଳିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.