Rath Jatra: ସିସିଟିଭି କ୍ୟାମେରା ନଜରରେ ରହିବ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା: ଡିଜିପି

1 hour ago 1
ARTICLE AD BOX

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ପରୀ ରଥଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ରଥଯାତ୍ରାକୁ ତ୍ରୁଟିଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା କରିବାକୁ ଆଜି ପୂର୍ବାହ୍ନରେ ପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଛନ୍ତି।

ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ୮ଟି ସ୍ଥାନରେ ନୂତନ ପାର୍କିଂସ୍ଥଳ ପ୍ରସ୍ତୁତ କରାଯାଇଛି। ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି । ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଅଘଟଣମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି।

ଉତ୍ତରାଛକରୁ ପୁରୀ, ପୁରୀ-କୋଣାର୍କ ରୋଡ ସହିତ ସହରର ବିଭିନ୍ନ ଛକରେ ମଧ୍ୟ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ  ସୁବିଧା ମିଳିପାରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଆରପି0 କୋଚେ ଟ୍ରାଫିକ୍ ନିୟନ୍ତ୍ରଣ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗମନାଗମନ, ଭିଡ଼ ନିୟନ୍ତ୍ରଣ ଏବଂ କର୍ଡନ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ସମନ୍ୱିତ କରିବା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀମାନଙ୍କୁ ନିଜ ନିଜ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ କର୍ମଚାରୀଙ୍କୁ ସେବା ମନୋବୃତ୍ତି ନେଇ କାର୍ଯ୍ୟ ସମ୍ପାଦନ କରିବା ସହ ଭକ୍ତମାନଙ୍କ ପ୍ରତି ସୌହାର୍ଦ୍ୟପୂର୍ଣ୍ଣ, ଭଦ୍ର ବ୍ୟବହାର ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କର୍ତ୍ତବ୍ୟର ନିଷ୍ଠାପୂର୍ଣ୍ଣ ସମ୍ପାଦନକୁ ସର୍ବୋଚ୍ଚ ଦାୟିତ୍ୱ ଭାବେ ଗ୍ରହଣ କରିବା ସହ କୌଣସି ପରିସ୍ଥିତିରେ ମଧ୍ୟ ନିଜ ନିର୍ଦ୍ଧାରିତ ଡ୍ୟୁଟିସ୍ଥଳ ଛାଡ଼ି ନଯିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।

Puri Rath Yatra 2026: ରଥଯାତ୍ରା ପାଇଁ ପୁରୀରେ ୮ ଅସ୍ଥାୟୀ ଚିକିତ୍ସାଳୟ, ୧୭୦୦ ଶୌଚାଳୟ

ପ୍ରତିକୂଳ ପାଗ ପରିସ୍ଥିତି ଉପୁଜିଲେ ମଧ୍ୟ କର୍ମଚାରୀମାନେ ନିଜ ଦାୟିତ୍ୱ ପ୍ରତି ଅଟଳ ରହି ଶୃଙ୍ଖଳାର ସହିତ କର୍ତ୍ତବ୍ୟ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ରଥଟଣା ସମୟରେ ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ୍ୟ କରି ଭିଡ ନିୟନ୍ତ୍ରଣ କରିବାକୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରତିଟି ଭକ୍ତ ଯେମିତି ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ଯତ୍ନବାନ୍ ହେବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।ଟ୍ରାନ୍ସପୋର୍ଟ କମିସନର ଅମିତାଭ ଠାକୁର କହିଲେ ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଭିଆଇପି ଗସ୍ତ ଓ ଜନସାଧାରଣଙ୍କ ସୁରକ୍ଷା ପରସ୍ପର ସହ ଜଡ଼ିତ।

WhatsApp Image 2026-07-11 at 21.49.22

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ୍‌ଏପି) ରାଜେଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ, ଆଇଜିପି (ଅପରେସନ) ଡ଼ଃ ଦୀପକ କୁମାର, ଆଇଜିପି (ଟ୍ରେନିଂ) ଅନୁପ କୁମାର ସାହୁ, ଆଇଜି (ଉତ୍ତର-କେନ୍ଦ୍ରାଞ୍ଚଳ) ସତ୍ୟବ୍ରତ ଭୋଇ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଡିଆଇଜି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜି (ଏସ୍‌ଟିଏଫ୍) କେ. ବିଶାଲ ସିଂହ, ଡିଆଇଜି (ପୂର୍ବାଞ୍ଚଳ) ପିନାକ ମିଶ୍ର, ଡିଆଇଜିପି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବୈଠକର ପ୍ରାରମ୍ଭରେ ପୁରୀ ଏସ୍‌ପି ପ୍ରତୀକ ସିଂ ଡିଜିପି ଓ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ସ୍ୱାଗତ କରିଥିବା ବେଳେ, ଶେଷରେ କେନ୍ଦ୍ରାଞ୍ଚଳ ଆଇଜି ଡ଼ଃ ସତ୍ୟଜିତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.