ARTICLE AD BOX
ଭୋପାଳ: ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାରେ ଜଣେ ୪୦ ବର୍ଷୀୟା ମହିଳାଙ୍କ ଘରେ ଲୁଟ୍ପାଟ୍ ସମୟରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ସନ୍ଦିଗ୍ଧମାନଙ୍କ ସନ୍ଧାନ ପାଇଁ ମଧ୍ୟ ଅଭିଯାନ ଜାରି ରହିଛି। କଂଗ୍ରେସ ଘଟଣାର ଏସ୍ଆଇଟି ତଦନ୍ତ ଦାବି କରିଛି।
ପୁଲିସ ସୂଚନା ଅନୁସାରେ, ଘଟଣାଟି ଜିଲ୍ଲାର ଏକ ଗାଁରେ ଘଟିଥିଲା। ମହିଳାଙ୍କ ସ୍ୱାମୀ ବାହାରେ ଥିବାବେଳେ ସେ ଘରେ ଏକାକିନୀ ଥିଲେ। ଏହି ସମୟରେ ୫/୬ ଜଣ ଦୁର୍ବୃତ୍ତ ଘରେ ପ୍ରବେଶ କରି ନଗଦ ଟଙ୍କା, ମୋବାଇଲ ଫୋନ୍ ଓ ରୁପା ଅଳଙ୍କାର ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଲୁଟ୍ପାଟ୍ ପରେ ଦୁଇଜଣ ଅଭିଯୁକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ଗୁପ୍ତାଙ୍ଗରେ କାଠଜିନିଷ ଭର୍ତ୍ତି କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ରିପୋର୍ଟ ଓ ଅନ୍ୟ ପ୍ରମାଣ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତକୁ ଆଗକୁ ବଢ଼ାଇଛି।
House Rent: ଘରଭଡ଼ା ଚିନ୍ତା ଅସହ୍ୟ: ସଂକୀର୍ଣ୍ଣ ଘର, କର୍ମକ୍ଷେତ୍ରରୁ ଦୂରରେ ରହୁଛନ୍ତି ଅଧିକାଂଶ ପରିବାର
ଅଲିରାଜପୁର ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ଅଭିଯୋଗ ମିଳିବା ପରେ ବିଭିନ୍ନ ଟିମ୍ ଗଠନ କରାଯାଇଥିଲା। ସନ୍ଦିଗ୍ଧମାନଙ୍କ ଗତିବିଧି, ସ୍ଥାନୀୟ ସୂଚନା ଓ ପ୍ରାରମ୍ଭିକ ତଦନ୍ତ ଆଧାରରେ ୩ ଜଣଙ୍କୁ ଧରାଯାଇଛି। ସେମାନଙ୍କୁ ପଚରାଉଚରା କରାଯିବା ସହ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ପୁଲିସ ଏହି ମାମଲାରେ ଗଣଦୁଷ୍କର୍ମ, ଲୁଟ୍ପାଟ୍, ଘରେ ବେଆଇନ ଭାବେ ଅନୁପ୍ରବେଶ ଏବଂ ଅନ୍ୟ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରିଛି। ଫରେନସିକ୍ ଦଳ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି। ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

3 hours ago
3


