ARTICLE AD BOX
ନୂଆଦିଲ୍ଲୀ: ବକ୍ସ ଅଫିସ୍ରେ ନିତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ: ପାର୍ଟ-୧’ର ଦମ୍ଦାର ପ୍ରଦର୍ଶନ ଜାରି ରହିଛି। ରିଲିଜ୍ର ସପ୍ତମ ଦିନ ସୁଦ୍ଧା ଫିଲ୍ମଟି ୬୭୩ କୋଟି ଟଙ୍କା ଆୟ କରିଥିବା ଦାବି କରାଯାଇଛି। ଏହାର ସଫଳତା ମଧ୍ୟରେ ଫିଲ୍ମକୁ ନେଇ ବିଭିନ୍ନ ସେଲିବ୍ରିଟି ନିଜ ନିଜ ମତ ରଖୁଛନ୍ତି। କେହି ଫିଲ୍ମର ପ୍ରଶଂସା କରୁଥିବା ବେଳେ ଆଉ କେହି ଏହାକୁ ସାଧାରଣ ବୋଲି କହିଛନ୍ତି।
ଏହି କ୍ରମରେ ୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ ଟିଭି ଧାରାବାହିକ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲାହିରୀ ନୂଆ ଫିଲ୍ମକୁ ନେଇ ନିଜର ମତ ରଖିଛନ୍ତି।
ଭିଏଫ୍ଏକ୍ସ ଓ ଭବ୍ୟତାର ପ୍ରଶଂସା
ସୁନୀଲ ଲାହିରୀ ନିଜ ଇନ୍ଷ୍ଟାଗ୍ରାମ୍ରେ ଏକ ଭିଡିଓ ସେୟାର କରି ‘ରାମାୟଣ: ପାର୍ଟ-୧’ ସମ୍ପର୍କରେ ନିଜ ଅନୁଭୂତି ଜଣାଇଛନ୍ତି। ତାଙ୍କ କହିବା ଅନୁସାରେ, ଫିଲ୍ମଟି ବହୁତ ବଡ଼ ବଜେଟ୍ରେ ନିର୍ମିତ ହୋଇଥିବା ସହ ଏହାର ଭବ୍ୟତା ଦେଖିବା ଭଳି। ଏହାର ଭିଏଫ୍ଏକ୍ସ ବିଶ୍ୱସ୍ତରୀୟ ଏବଂ ଚିତ୍ରଣ ମଧ୍ୟ ଅତ୍ୟନ୍ତ ସୁନ୍ଦର। ସମସ୍ତ କଳାକାର ନିଜ ନିଜ ଚରିତ୍ରକୁ ହୃଦୟର ସହ ତୁଲାଇଛନ୍ତି। ଫିଲ୍ମର ଅନେକ ଦୃଶ୍ୟ ମଧ୍ୟ ଚମତ୍କାର ହୋଇଛି। ତେବେ ଭାବପ୍ରବଣ ଦୃଶ୍ୟ ଓ ସଂଳାପ ଉପରେ ଯେତିକି ଧ୍ୟାନ ଦିଆଯିବା ଉଚିତ୍ ଥିଲା, ସେତିକି ଦିଆଯାଇନାହିଁ।
ଫିଲ୍ମରେ ଭକ୍ତି ଓ ଦିବ୍ୟତାର ଅଭାବ!
ସୁନୀଲଙ୍କ ମତରେ, ନୂଆ ରାମାୟଣ ଦେଖିବା ପରେ ତାଙ୍କୁ ମିଶ୍ର ଅନୁଭୂତି ମିଳିଛି। ଫିଲ୍ମରେ କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ନଥିବା ସହ ଅନେକ ସ୍ଥାନରେ ସଂଳାପରେ ସେହି ଗାମ୍ଭୀର୍ଯ୍ୟ ଦେଖିବାକୁ ମିଳିନାହିଁ, ଯାହା ଏଭଳି ଧାର୍ମିକ ଫିଲ୍ମରେ ରହିବା ଆବଶ୍ୟକ।ତାଙ୍କୁ ପର୍ଶୁରାମଙ୍କ ଦୃଶ୍ୟ ଦୁର୍ବଳ ଲାଗିଥିବା ବେଳେ ଅହଲ୍ୟାଙ୍କ ପ୍ରସଙ୍ଗ ଫିଲ୍ମରେ ଦେଖିବାକୁ ମିଳିନାହିଁ। ଏହାବ୍ୟତୀତ ଶୂର୍ପଣଖା ଓ ପ୍ରଭୁ ଶ୍ରୀରାମଙ୍କ ମଧ୍ୟରେ କଥୋପକଥନ ଏବଂ ସୀତାଙ୍କ ଦ୍ୱାରା ରାମଙ୍କୁ ଡାକିବାର ଶୈଳୀ ମଧ୍ୟ ତାଙ୍କୁ ପସନ୍ଦ ଆସିନାହିଁ। ଫିଲ୍ମରେ ରାବଣଙ୍କୁ ଅଧିକ ମହିମାମଣ୍ଡିତ କରାଯାଇଛି। ତାଙ୍କ ମତରେ, ଏହି ଫିଲ୍ମରେ ଭକ୍ତି ଭାବ ଅପେକ୍ଷା ଶକ୍ତିର ଭାବ ଅଧିକ ଦେଖିବାକୁ ମିଳୁଛି। ଦର୍ଶକଙ୍କୁ ଫିଲ୍ମ ଦେଖି ନିଜ ମତାମତ ଜଣାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।
ରବି ଦୁବେଙ୍କ ଅଭିନୟର ପ୍ରଶଂସା
କିଛି ଦିନ ପୂର୍ବରୁ ସୁନୀଲ ଲାହିରୀ ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ଥିବା ରବି ଦୁବେଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ଲକ୍ଷ୍ମଣଙ୍କ ଚରିତ୍ରରେ ଯେଉଁ ସରଳତା ଓ ତୀବ୍ରତା ରହିବା ଆବଶ୍ୟକ, ତାହା ରବିଙ୍କ ଅଭିନୟରେ ଦେଖିବାକୁ ମିଳୁଛି ବୋଲି ସେ କହିଥିଲେ। ଏଥିସହ ଫିଲ୍ମର ସଫଳତା ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ।
ଏହା ପୂର୍ବରୁ ସେ ଫିଲ୍ମର ସଙ୍ଗୀତକୁ ନେଇ ମଧ୍ୟ ନିରାଶା ପ୍ରକାଶ କରିଥିଲେ। ନିତେଶ ତିୱାରୀ ଜଣେ ଭଲ ନିର୍ଦ୍ଦେଶକ ହୋଇଥିଲେ ମଧ୍ୟ ଫିଲ୍ମର କିଛି ଗୀତ ତାଙ୍କ ଆଶା ଅନୁସାରେ ହୋଇନାହିଁ ବୋଲି ସେ କହିଥିଲେ।
କୁଲଗାମରେ ସିଆର୍ପିଏଫ୍ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ: ୩ ସିଆର୍ପିଏଫ୍ ଯବାନ ଆହତ

1 day ago
4


