Ramlala: ଶୀତ ଆସୁ ଆସୁ ବଦଳିଲା ରାମଲଲାଙ୍କ ସେବା ପଦ୍ଧତି, ଗରମ ପାଣିରେ ସ୍ନାନ ସହ ଭୋଗରେ କାଢ଼ା ଓ କେଶର କ୍ଷୀର

1 hour ago 2
ARTICLE AD BOX

ଅଯୋଧ୍ୟା: ପାଗରେ ପରିବର୍ତ୍ତନ ସହ ଶୀତର ଆଗମନକୁ ଦୃଷ୍ଟିରେ ରଖି ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ପାଞ୍ଚ ବର୍ଷୀୟ ବାଳକ ସ୍ୱରୂପରେ ବିରାଜମାନ ରାମଲଲାଙ୍କ ସେବା ପଦ୍ଧତି ଓ ଦୈନନ୍ଦିନ ଦିନଚର୍ଯ୍ୟାରେ ପରିବର୍ତ୍ତନ କରାଯାଇଛି। ଏବେ ପ୍ରଭୁଙ୍କୁ ଗରମ ପାଣିରେ ସ୍ନାନ କରାଯିବା ସହ ଶୀତ ଋତୁ ଅନୁକୂଳ ଗରମ ପୋଷାକରେ ସଜ୍ଜିତ କରାଯାଉଛି। ସକାଳର ବାଳଭୋଗରେ କାଢ଼ା ଓ କେଶର ମିଶା କ୍ଷୀର ଅର୍ପଣ କରାଯାଉଥିବା ବେଳେ ରାତିରେ ଶୟନ ପୂର୍ବରୁ ଗରମ କ୍ଷୀର ଭୋଗ ଲଗାଯାଉଛି। ଏଥିସହ କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରଭୁଙ୍କୁ ରେଜେଇ ମଧ୍ୟ ଘୋଡ଼ାଯିବ।

ରାମଲଲାଙ୍କ ଜାଗରଣଠାରୁ ଆରମ୍ଭ କରି ଶୟନ ପର୍ଯ୍ୟନ୍ତ ସମସ୍ତ ସେବାରେ ଋତୁ ଅନୁଯାୟୀ ବିଶେଷ ଧ୍ୟାନ ଦିଆଯାଉଛି। ଶୀତରୁ ସୁରକ୍ଷା ପାଇଁ ଗରମ ପାଣିରେ ସ୍ନାନ, ଗରମ ପୋଷାକରେ ଶୃଙ୍ଗାର ଏବଂ ଖାଦ୍ୟରେ ଶରୀରକୁ ଉଷ୍ମତା ପ୍ରଦାନ କରୁଥିବା ଖାଦ୍ୟ ସାମଗ୍ରୀ ସାମିଲ କରାଯାଇଛି। ବାଳକ ସ୍ୱରୂପରେ ପ୍ରଭୁ ବିରାଜମାନ କରିଥିବା ବିଶ୍ୱାସ ଅନୁଯାୟୀ, ତାଙ୍କ ଦୈନନ୍ଦିନ ଦିନଚର୍ଯ୍ୟା ମଧ୍ୟ ଜଣେ ଶିଶୁର ଦୈନିକ କାର୍ଯ୍ୟକଳାପ ଭଳି ନିର୍ଦ୍ଧାରଣ କରାଯାଇଛି। ଗ୍ରୀଷ୍ମ ଋତୁରେ ଶୀତଳତା ପ୍ରଦାନ କରୁଥିବା ସାମଗ୍ରୀକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଶୀତ ଋତୁରେ ଗରମ ପୋଷାକ ଓ ଉଷ୍ମ ଖାଦ୍ୟର ବ୍ୟବସ୍ଥା କରାଯାଉଛି।

ଶଙ୍ଖନାଦ ସହ ହୁଏ ରାମଲଲାଙ୍କ ଜାଗରଣ

ମନ୍ଦିରରେ ପ୍ରତିଦିନ ସକାଳ ପ୍ରାୟ ୪ଟା ୩୦ ମିନିଟ୍‌ରେ ଶଙ୍ଖନାଦ ସହ ରାମଲଲାଙ୍କ ଜାଗରଣ ହୋଇଥାଏ। ଏହାପରେ ତାଙ୍କୁ ଗରମ ପାଣିରେ ସ୍ନାନ ଓ ଅଭିଷେକ କରାଯାଏ। ଋତୁ ଅନୁକୂଳ ପୋଷାକ ପିନ୍ଧାଇ ଶୃଙ୍ଗାର କରାଯାଏ। ସକାଳ ୬ଟା ୩୦ ମିନିଟ୍‌ରେ ଶୃଙ୍ଗାର ଆଳତି ହୋଇଥାଏ ଏବଂ ୭ଟାରୁ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ଆରମ୍ଭ ହୁଏ।

ପ୍ରାୟ ୯ଟା ସମୟରେ ବାଳଭୋଗରେ ରାବିଡ଼ି, କେଶର ମିଶା କ୍ଷୀର ଓ କାଢ଼ା ଅର୍ପଣ କରାଯାଏ। ମଧ୍ୟାହ୍ନରେ ଖିରି, ପୁରି ଓ ତରକାରି ଭୋଗ ଲାଗି ହୋଇଥାଏ। ସେହିପରି ରାତିରେ ଶୟନ ପୂର୍ବରୁ ଗରମ କ୍ଷୀର ଅର୍ପଣ କରି ପ୍ରଭୁଙ୍କୁ ବିଶ୍ରାମ ପାଇଁ ଶୟନ କରାଯାଏ।

ପୂଜା ସହ ସେବାରେ ମଧ୍ୟ ଋତୁ ଅନୁଯାୟୀ ବ୍ୟବସ୍ଥା

ଶ୍ରୀରାମ ମନ୍ଦିରର ବ୍ୟବସ୍ଥା ପ୍ରମୁଖ ଇନ୍ଦ୍ରଦେବ ମିଶ୍ରଙ୍କ କହିବା ଅନୁଯାୟୀ, ରାମଲଲାଙ୍କ ଦୈନନ୍ଦିନ ସେବାରେ ପୂଜା ଓ ଆଳତି ସହ ଋତୁ ଅନୁକୂଳ ସମସ୍ତ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଏ। ପୋଷାକ ଚୟନଠାରୁ ଆରମ୍ଭ କରି ଭୋଗ ସାମଗ୍ରୀ ପର୍ଯ୍ୟନ୍ତ ସବୁଥିରେ ଋତୁର ପ୍ରଭାବ ଦେଖିବାକୁ ମିଳେ। ବାଳ ସ୍ୱରୂପ ପ୍ରଭୁଙ୍କ ପ୍ରତି ମାତୃତ୍ୱ ଓ ସ୍ନେହଭାବ ଏବଂ ମନ୍ଦିରର ପାରମ୍ପରିକ ସେବା ପଦ୍ଧତିର ଏହା ଏକ ଅଂଶ। ଗ୍ରୀଷ୍ମ, ଶୀତ ଓ ବର୍ଷା ଋତୁରେ ପ୍ରଭୁଙ୍କ ସେବା ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଥାଏ।

BJP: ଆସପା ଓ ଏଆଇଏମ୍‌ଆଇଏମ୍‌ ମେଣ୍ଟ : ମିଳିପାରେ ବିଜେପିକୁ ବଡ଼ ଫାଇଦା

Read Entire Article
LEFT SIDEBAR AD

Hidden in mobile, Best for skyscrapers.