Ramdeb: ବାଗେଶ୍ୱର ବାବାଙ୍କ ଉପରେ ବର୍ଷିଲେ ରାମଦେବ! କହିଲେ- ହିନ୍ଦୁ ଧର୍ମକୁ ବଞ୍ଚାଇବା ପୂର୍ବରୁ ନିଜକୁ ସମ୍ଭାଳ

25 minutes ago 1
ARTICLE AD BOX

ଜାମସେଦପୁର: ଯୋଗଗୁରୁ ବାବା ରାମଦେବ ଓ ବାଗେଶ୍ୱର ବାବା ଭାବେ ପରିଚିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଝାଡ଼ଖଣ୍ଡର ଜାମସେଦପୁରରେ ଏକ ସଭାରେ ଯୋଗ ଦେଇ ବାବା ରାମଦେବ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ ତାଙ୍କୁ ଢୋଙ୍ଗୀ, ପାଖଣ୍ଡୀ ଓ ଧୂର୍ତ୍ତ ବୋଲି କହି ସମାଲୋଚନା କରିଛନ୍ତି।

ରବିବାର ମହିଳା ପତଞ୍ଜଳି ଯୋଗ ସମିତି, ପୂର୍ବ ସିଂହଭୂମ ପକ୍ଷରୁ ଆୟୋଜିତ ପ୍ରାନ୍ତୀୟ ସମ୍ମିଳନୀରେ ଯୋଗ ଦେଇ ରାମଦେବ ଏହି ମନ୍ତବ୍ୟ ଦେଇଥିଲେ। ତାଙ୍କ କହିବା ଅନୁଯାୟୀ, କିଛି ଲୋକ ବେଦ, ଉପନିଷଦ, ରାମାୟଣ ଓ ମହାଭାରତ ଭଳି ଧାର୍ମିକ ଗ୍ରନ୍ଥ ସମ୍ପର୍କରେ ଠିକ୍ ଭାବେ ଜାଣି ନଥିଲେ ମଧ୍ୟ ହିନ୍ଦୁ ଧର୍ମର ରକ୍ଷା କରିବା କଥା କହୁଛନ୍ତି। ଏଭଳି ଲୋକ ପ୍ରଥମେ ନିଜକୁ ସୁଧାରିବା ଉଚିତ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ: Nepal: ବାଲେନ୍‌ ଶାହଙ୍କଠାରୁ ରୁଦ୍ରାକ୍ଷ, ଚନ୍ଦନ ଉପହାର ପାଇଲେ ମୋଦୀ

ଏହା ସହିତ ଭୂତପ୍ରେତ ବାଧା ଦୂର କରିବା ନାଁରେ ଲୋକଙ୍କୁ ଭୟଭୀତ କରିବା ଓ ଧର୍ମ ନାଁରେ ଶୋଷଣ କରିବା ଘଟଣାକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି। ବିଶେଷ କରି ମହିଳାମାନେ ଏଭଳି କଥାବାଚକଙ୍କଠାରୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ରାମ ଓ କୃଷ୍ଣଙ୍କ ମଧ୍ୟରେ ତୁଳନା କରିବା ପ୍ରସଙ୍ଗ ଉଠାଇ ମଧ୍ୟ ସେ ଶାସ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ। ଦେବଦେବୀଙ୍କୁ ନେଇ ଏଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ଯୋଗଗୁରୁ କହିଥିଲେ। ଧର୍ମ ନାଁରେ ଅନ୍ଧବିଶ୍ୱାସ ଓ ଆଡ଼ମ୍ବରକୁ ପ୍ରୋତ୍ସାହନ ଦେବା ଠିକ୍ ନୁହେଁ ବୋଲି ମଧ୍ୟ ରାମଦେବ ସ୍ପଷ୍ଟ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.