ARTICLE AD BOX
ୱାସିଂଟନ: ଏକ ଚକିତ କରିବା ଭଳି ଘଟଣା ଭାବେ ବିଶ୍ବର ଅଗ୍ରଣୀ ଏଆଇ ଚିପ୍ ନିର୍ମାତା ଏନ୍ଭିଡିଆ ଜେନ୍ସେନ୍ ହୁଆଙ୍ଗଙ୍କୁ ସିଇଓ ପଦକୁ ଫେରାଇ ଆଣିଛି। ତାଙ୍କ ପୁନଃନିଯୁକ୍ତିକୁ କମ୍ପାନି ବୋର୍ଡ ଅନୁମୋଦନ କରିଛି। ଚୀନର ଗୁପ୍ତଚର ସନ୍ଦେହ କରାଯାଉଥିବା ଜଣେ ମହିଳା ଆଲିସ ହୁଆଙ୍ଗଙ୍କ ସହ ପରକୀୟା ପ୍ରୀତି ଧରାପଡ଼ିବା ପରେ ସେ ସିିଇଓ ପଦରୁ ଇସ୍ତଫା ଦେଇଥିଲେ। ହୁଆଙ୍ଗ ପୁନଃନିଯୁକ୍ତିକୁ ଆମେରିକା ସରକାରଙ୍କ ମଧ୍ୟ ସବୁଜ ସଙ୍କେତ ମିଳିଛି। ସେ ଜାତୀୟ ସୁରକ୍ଷା ପ୍ରତି ବିପଦ ନୁହନ୍ତି ବୋଲି ସରକାର କହିଛନ୍ତି। ହୁଆଙ୍ଗଙ୍କ ସହ ଏକାଧିକ ଥର ଆଲୋଚନା କରିବା ପରେ ତାଙ୍କୁ ସିିଇଓ ପଦ ଫେରାଇଦେବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଏହି ଖବର ପ୍ରଚାର ହେବା ପରେ କମ୍ପାନିର ସେୟାର ମୂଲ୍ୟରେ ୩୧% ବୃଦ୍ଧି ହୋଇଛି।
ଏନ୍ଭିଡିଆ ସିିଇଓ ପଦରୁ ନିଜ ଆଡ଼ୁ ହୁଆଙ୍ଗ ଇସ୍ତଫା ଦେବା ପରେ ତାଙ୍କୁ ପୁନଃନିଯୁକ୍ତ କରାଯିବ ନାହିଁ ବୋଲି କମ୍ପାନି ସ୍ପଷ୍ଟ କରିଥିଲା। ତାଙ୍କ ଉତ୍ତରାଧିକାରୀ ଭାବେ ଆପଲ୍ର ପୂର୍ବତନ ସିଇଓ ଟିମ୍ କୁକ୍ ଓ ଅନ୍ୟ କିଛି ପ୍ରାର୍ଥୀଙ୍କୁ ନାମ ଚର୍ଚ୍ଚା ପରିସରକୁ ଆସିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ପର୍ଯ୍ୟନ୍ତ କୁକ୍ଙ୍କୁ ଜଣେ ଉପଯୁକ୍ତ ପ୍ରାର୍ଥୀ ଭାବେ ବର୍ଣ୍ଣନା କରିଥିଲେ। ହୁଆଙ୍ଗଙ୍କୁ ଫେରାଇ ଆଣିବା ଲାଗି କମ୍ପାନିର କର୍ମଚାରୀ, ଅଂଶଧନକାରୀ ଓ ବ୍ୟବସାୟ ସହଯୋଗୀ ଓ ଟ୍ରମ୍ପ ଚାପ ପକାଇଥିଲେ।
ଏକ ଭିଡିଓ ଗେମ୍ ଚିପ୍ ଡିଜାଇନର୍ରୁ ବିଶ୍ବର ସବୁଠୁ ମୂଲ୍ୟବାନ ଚିପ୍ କମ୍ପାନି ଏନ୍ଭିଡିଆକୁ ଗଠନ କରିବାରେ ଜେନ୍ସନ୍ଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଚୀନର ମହିଳା ବ୍ୟବସାୟୀ ଆଲିସଙ୍କ ସହ ପରକୀୟା ପ୍ରୀତି ଧରାପଡ଼ିବା ପରେ ତାହା ସ୍ବୀକାର କରି ହୁଆଙ୍ଗ ଚଳିତ ମାସ ୧୨ରେ ସିିଇଓ ପଦରୁ ଇସ୍ତଫା ଦେଇଥିଲେ। ସେହି ଘଟଣାର ପ୍ରଭାବ ସିଲିକନ ଭ୍ୟାଲିଠାରୁ ଆରମ୍ଭ କରି ବେଜିଂ ପର୍ଯ୍ୟନ୍ତ ପଡ଼ିଥିଲା। ତାଙ୍କୁ ଫେରାଇ ଆଣିବା ଲାଗି ହୋଇଥିବା ପିଟିସନରେ ୧,୮୦,୦୦୦ ଲୋକ ଦସ୍ତଖତ କରିଥିଲେ।

1 day ago
2


