ARTICLE AD BOX
ନୂଆଦିଲ୍ଲୀ:ବକ୍ସ ଅଫିସ୍ରେ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ’ର ପ୍ରଭାବ ଜାରି ରହିଛି। ଭାରତ ସମେତ ଉତ୍ତର ଆମେରିକାରେ ମଧ୍ୟ ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି। ରିଲିଜ୍ର ମାତ୍ର ୬ ଦିନ ମଧ୍ୟରେ ଆମେରିକା ଓ କାନାଡାରେ ୧୫.୬୫ ନିୟୁତ ଡଲାର ଆୟ କରି ଫିଲ୍ମଟି ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। ଏହା ସହିତ ଉତ୍ତର ଆମେରିକାରେ ସର୍ବାଧିକ ଆୟ କରିଥିବା ବଲିଉଡର ଶ୍ରେଷ୍ଠ ୧୦ଟି ଫିଲ୍ମ ମଧ୍ୟରେ ଏହା ଚତୁର୍ଥ ସ୍ଥାନ ହାସଲ କରିଛି।
ବକ୍ସ ଅଫିସ୍ ତଥ୍ୟ ଅନୁଯାୟୀ, ଫିଲ୍ମଟି ପ୍ରଥମ ମଙ୍ଗଳବାର ଦିନ ୨.୦୧ ନିୟୁତ ଡଲାର ଆୟ କରିଥିଲା। ଏହି ଆୟ ପୂର୍ବ ଦିନ ଅର୍ଥାତ୍ ପଞ୍ଚମ ଦିନର ଆୟ ତୁଳନାରେ ୪୬.୭୧ ପ୍ରତିଶତ ଅଧିକ। ମୋଟ ଆୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୪୬.୬୧ କୋଟି ଟଙ୍କା।
ତୃତୀୟ ସ୍ଥାନ ହାସଲ କରିବା ଲକ୍ଷ୍ୟ
ଏହି ସଫଳତା ସହ ‘ରାମାୟଣ’ ଉତ୍ତର ଆମେରିକାରେ ‘ଆନିମଲ୍’ ଓ ‘ଜୱାନ୍’କୁ ପଛରେ ପକାଇଛି। ‘ଆନିମଲ୍’ ୧୫.୦୧ ନିୟୁତ ଡଲାର ଏବଂ ‘ଜୱାନ୍’ ୧୫.୨୩ ନିୟୁତ ଡଲାର ଆୟ କରିଥିବା ବେଳେ ‘ରାମାୟଣ’ର ଆୟ ଏହି ଦୁଇ ଫିଲ୍ମଠାରୁ ଅଧିକ ରହିଛି। ତେବେ ଏହାର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ‘ପଠାନ୍’ର ୧୭.୪୯ ନିୟୁତ ଡଲାର ଆୟକୁ ଅତିକ୍ରମ କରି ତୃତୀୟ ସ୍ଥାନ ହାସଲ କରିବା।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଶ୍ରୀରାମ, ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ଅଭିନୟ କରିଛନ୍ତି। ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିଛନ୍ତି। ଏହାବ୍ୟତୀତ ସନ୍ନି ଦେଓଲ, ଅରୁଣ ଗୋଭିଲ ଓ ଲାରା ଦତ୍ତାଙ୍କ ଭଳି କଳାକାର ମଧ୍ୟ ଏଥିରେ ଅଭିନୟ କରିଛନ୍ତି। ଉତ୍ତର ଆମେରିକାରେ ଫିଲ୍ମର ଏହି ଆୟ ଆଗାମୀ ଦିନରେ ଆହୁରି ବଢ଼ିବାର ଆଶା ରହିଛି।

7 hours ago
3


