Rajya Sabha Election: ରାଜ୍ୟସଭା ନିର୍ବାଚନ: ଅକ୍ଟୋବର ୧୬ରେ ୟୁପି, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ୧୨ ଆସନରେ ହେବ ଭୋଟ

5 days ago 6
ARTICLE AD BOX

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ମୋଟ ୧୨ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ହେବ। ଏଥିରେ ଉତ୍ତରପ୍ରଦେଶର ୧୦ଟି ଓ ଉତ୍ତରାଖଣ୍ଡର ଗୋଟିଏ ଆସନରେ ନିର୍ବାଚନ ହେବ। ପଶ୍ଚିମବଙ୍ଗର ଗୋଟିଏ ଆସନରେ ଉପନିର୍ବାଚନ ହେବ। ଭାରତୀୟ ନିର୍ବାଚନ କମିସନ ମଙ୍ଗଳବାର ଏହି କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ରାଜ୍ୟସଭା ନିର୍ବାଚନ ପାଇଁ ସେପ୍ଟେମ୍ବର ୨୯ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର ୬ ନାମାଙ୍କନ ଦାଖଲର ଶେଷ ଦିନ ରହିଥିବାବେଳେ ୭ରେ ନାମାଙ୍କନପତ୍ର ଯାଞ୍ଚ ହେବ। ଅକ୍ଟୋବର ୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅକ୍ଟୋବର ୧୬ରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହେବ ଏବଂ ସେହିଦିନ ଅପରାହ୍ଣ ୫ଟାରୁ ଭୋଟ୍‌ ଗଣତି ହେବ। 

Felication: ରାଜ୍ୟପାଳଙ୍କ ଦ୍ବାରା ଆପ୍ଟିପ୍ଲସ୍‌ ସମ୍ମାନିତ

ନଭେମ୍ବରରେ କାର୍ଯ୍ୟକାଳ ଶେଷ ହେଉଥିବାରୁ ଉତ୍ତରପ୍ରଦେଶର ୧୦ଟି ଆସନ ଖାଲି ହେବ। ଏହି ଆସନଗୁଡ଼ିକର ସଦସ୍ୟ ହେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଅରୁଣ ସିଂହ, ବ୍ରିଜଲାଲ, ବିଏଲ୍‌ ବର୍ମା, ରାମଗୋପାଳ ଯାଦବ, ନୀରଜା ଶେଖର, ଗୀତା ଓରଫ୍‌ ଚନ୍ଦ୍ରପ୍ରଭା, ରାମଜୀ, ସୀମା ଏବଂ ଡ. ଦିନେଶ ଶର୍ମା। ଉତ୍ତରାଖଣ୍ଡରୁ ନରେଶ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେବାର ଅଛି।

Horoscope 2026 September 23: ଜାଣନ୍ତୁ ଆଜିର ରାଶିଫଳ...

ସେଠାରେ ଆସନ୍ତାବର୍ଷ ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାକୁ ରହିଛି। ପଶ୍ଚିମବଙ୍ଗରେ ଟିଏମ୍‌ସି ସାଂସଦ ରୁକ୍ମିଣୀ ମଲ୍ଲିକଙ୍କ ଇସ୍ତଫା ଯୋଗୁଁ ଖାଲି ହୋଇଥିବା ଆସନରେ ଉପନିର୍ବାଚନ ହେବ। ଏହା ସହ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ବିଧାନ ପରିଷଦର ୨୮ଟି ଆସନ ପାଇଁ ମଧ୍ୟ ଦ୍ୱିବାର୍ଷିକ ନିର୍ବାଚନ ହେବ। ଉତ୍ତରପ୍ରଦେଶର ୧୧, ବିହାରର ୮, ମହାରାଷ୍ଟ୍ରର ୫ ଓ କର୍ଣ୍ଣାଟକର ୪ଟି ଆସନ ଏଥିରେ ରହିଛି। ଅକ୍ଟୋବର ୨୩ରେ ଭୋଟ୍‌ ଗ୍ରହଣ ଓ ଅକ୍ଟୋବର ୨୭ରେ ଗଣତି ହେବ।

Belarus potash deal: ରୁଷ୍‌ରୁ ତେଲ କିଣିବାକୁ ଭାରତକୁ ମନା କରୁଥିବା ଆମେରିକା ବେଲାରୁଷ୍‌ରୁ ସାର କିଣିବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.