ARTICLE AD BOX
ଜୟପୁର: ରାଜସ୍ଥାନର ଜୟପୁର ଜିଲ୍ଲା ବଗରୁ ଅଞ୍ଚଳର ରାମପୁରା-କଁୱରପୁରା ଗାଁରେ ଶୁକ୍ରବାର ସକାଳେ କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ଟିମ୍କୁ ଗ୍ରାମବାସୀଙ୍କ ତୀବ୍ର ବିରୋଧର ସାମ୍ନା କରିବାକୁ ପଡ଼ିଛି। ସରକାରୀ ସ୍କୁଲ ପରିଦର୍ଶନ ପାଇଁ ଯାଇଥିବା ସିଜେପିର ସହ-ସଂଯୋଜକ ଆଶୁତୋଷ ରାଙ୍କା ଓ ତାଙ୍କ ସହଯୋଗୀମାନଙ୍କ ସହ ଧକ୍କା ମରାମରି ହୋଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବୁଲୁଛି।
ଆଶୁତୋଷ ରାଙ୍କା ପୂର୍ବରୁ ବଗରୁ ବିଧାନସଭା ଅଞ୍ଚଳର ସରକାରୀ ସ୍କୁଲ ପରିଦର୍ଶନ କରିବା ନେଇ ସୂଚନା ଦେଇଥିଲେ। ସ୍କୁଲରେ ପିଲାମାନଙ୍କୁ ମିଳୁଥିବା ସୁବିଧା ଓ ସ୍କୁଲ ଭବନର ସ୍ଥିତି ଯାଞ୍ଚ କରିବା ଏହି ଗସ୍ତର ଉଦ୍ଦେଶ୍ୟ ଥିଲା। ରାଙ୍କାଙ୍କ ଅଭିଯୋଗ ଅନୁସାରେ, ଗାଁର ସରକାରୀ ସ୍କୁଲ ଭବନ ଜରାଜୀର୍ଣ୍ଣ ହୋଇପଡ଼ିଥିବାରୁ ପିଲାମାନେ ସମସ୍ୟାରେ ପଡ଼ୁଛନ୍ତି। ଏହି ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ସେ ଟିମ୍ ସହ ଗାଁକୁ ଯାଇଥିଲେ।
ତେବେ ସିଜେପି ଟିମ୍ ଗାଁରେ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ମୁଖ୍ୟ ରାସ୍ତାରେ ଜମା ହୋଇ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଦେଇ ଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଥିଲା। ରାଙ୍କା ଓ ତାଙ୍କ ସହଯୋଗୀମାନେ ପହଞ୍ଚିବା ପରେ ଗ୍ରାମବାସୀ ବିରୋଧ କରିବା ସହ ସେମାନଙ୍କୁ ଗାଁରୁ ବାହାର କରିଦେଇଥିଲେ। ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଧକ୍କା ମରାମରି ହୋଇଥିଲା। ସିଜେପି କର୍ମୀ ଶିବାଙ୍ଗୀ ଶର୍ମା ଅଭିଯୋଗ କରିଛନ୍ତି ଯେ, ଟିମ୍ର କର୍ମୀମାନଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ସେମାନଙ୍କୁ ଆତଙ୍କବାଦୀ ଓ ନକ୍ସଲ ବୋଲି କୁହାଯାଇଥିଲା। ସିଜେପି ପକ୍ଷରୁ ଏହି ବିରୋଧକୁ ପୂର୍ବ ଯୋଜନାବଦ୍ଧ ବୋଲି ମଧ୍ୟ ଅଭିଯୋଗ କରାଯାଇଛି। ଅନ୍ୟପଟେ, ଗ୍ରାମବାସୀଙ୍କ ପକ୍ଷରୁ ସିଜେପିର ଆକ୍ରମଣ ସମ୍ପର୍କିତ ଅଭିଯୋଗକୁ ଖଣ୍ଡନ କରାଯାଇଛି।
ମୋବାଇଲ୍ ଧରିବାକୁ ମନା କରିବାରୁ ଘର ଛାଡ଼ିଥିଲେ ଛାତ୍ର, ମିଳିଲା ଝୁଲନ୍ତା ଶବ

1 hour ago
1


