Rain: ନବରଂଗପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା

3 hours ago 1
ARTICLE AD BOX

ନବରଙ୍ଗପୁର (ସୁରେଶ ନାଇଡୁ): ଚଳିତ ଖରିଫ ଋତୁରେ ବର୍ଷାର ଅଭାବ ନବରଙ୍ଗପୁର ଜିଲ୍ଲାର କୃଷକଙ୍କ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି। ମୌସୁମୀର ଲୁଚକାଳି ଯୋଗୁଁ କୃଷି ଜିଲ୍ଲାରେ ଏବେ ସୁଦ୍ଧା ୧୦ବ୍ଲକରେ ଗତ ଦୁଇ ଦିନରେ ୫୫୬.୬୪ ମିଲିମିଟର ଓ ହାରାହାରି ୫୫.୬୪ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। 

ଅପରପକ୍ଷରେ ଗତ ବର୍ଷ ଜାନୁଆରିକୁ ବାଦ୍ ଦେଇ ଜୁଲାଇ ଯାଏଁ ୮୨୯.୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଏହି ବର୍ଷ ୩୬୧.୬୩ମିମି ବର୍ଷା ହେବା ସହ ୪୬୮.୨ ମିଲିମିଟର ନିଅଣ୍ଟିଆ ବର୍ଷା ହୋଇଛି। ଗତବର୍ଷ ଇନ୍ଦ୍ରାବତୀ ନଦୀ ଓ ନାଳ ଉଛୁଳୁଥିବା ବେଳେ ଏଯାଏଁ ନଦୀରେ ପାଣି ଭର୍ତ୍ତି ହେବା ଦେଖାଯାଇନି। 

ଖରିଫ ଚାଷ ପାଇଁ କୃଷିପ୍ରଧାନ ନବରଙ୍ଗପୁରରେ ବେଶ୍‌ ଜୋରସୋରରେ ଆରମ୍ଭ ହୋଇଥାଏ। ଧାନ ବୁଣି ଚାଷୀ ତଳି ପକାଇ ରୋଇବା ପାଇଁ ପ୍ରସ୍ତୁତିରେ ଲାଗିଯାଏ। ହେଲେ ଏବେ ସୁଦ୍ଧା ଆବଶ୍ୟକ ମୁତାବକ ବର୍ଷା ହୋଇନି। ଫଳରେ ଝରିଗାଁ, ରାଇଘର, ଚନ୍ଦାହାଣ୍ଡି ଆଦି ବ୍ଲକରେ ଭଲ ଭାବେ ତଳି ପଡ଼ିପାରିନି। ଚଳିତ ବର୍ଷ ଚାଷ କାର୍ଯ୍ୟ ବିଳମ୍ବ ହେବା ନେଇ ଚାଷୀ ମନରେ ଆଶଙ୍କା ପ୍ରକାଶ ପାଇଛି।

ଗତବର୍ଷ ମାର୍ଚ୍ଚରେ ୩.୭୨ମିମି, ଏପ୍ରିଲରେ ୬୦.୮୨ମିମି, ମେ’ମାସରେ ୧୯୭.୧୪ମିମି, ଜୁନରେ ୨୧୫.୯ମିମି, ଜୁଲାଇରେ ୩୫୨.୨୫ ମିମି ବର୍ଷା ହୋଇଥି‌ଲା। ଅପରପକ୍ଷରେ ଏହି ୨୦୨୬ମସିହା ପେବ୍ରୁଆରିରେ୦.୬ମିମି, ମାର୍ଚ୍ଚରେ ୩୬.୭୩, ଏପ୍ରିଲରେ ୩୨.୬୨ମିମି, ମେ’ମାସରେ ୬୪.୦୮ମିମି, ଜୁନରେ ୧୨୦.୨୫ମିମି, ଓ ଜୁଲାଇରେ ୧୦୭.୩୫ମିମି ବର୍ଷା ହୋଇଛି। 

ଗତକାଲି ଓଆଜି ନବରଙ୍ଗପୁରରେ ୩୮ମିମି ଓ ୫୮ମିମି, ନନ୍ଦାହାଣ୍ଡିରେ ୧୪ମିମି ଓ୧୬ମିମି. ତେନ୍ତୁଳିଖୁଣ୍ଟିରେ ୩୮ମିମି ଓ୧୭ମିମି ପାପାଡାହାଣ୍ଡିରେ ୪୫ମିମି ଓ ୨୩ମିମି, କୋଷାଗୁମୁଡାରେ ୨୮.୬ମିମି ଓ ୬.୨ମିମି, ଡାବୁଗାଁରେ ୭୬ମିମି ଓ ୧୦.୨ମିମି, ଉମରକୋଟରେ ୪୭ମିମି ଓ ୨.୨ମିମି, ଝରିଗାଁରେ ୫୭.୨ମିମି ଓ୩ମିମି ବର୍ଷା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। 

ତେବେ ଶୁକ୍ରବାର ରାଇଘରରେ ୨୨ମିମି ଓ  ଚନ୍ଦାହାଣ୍ଡିରେ ୫୫ମିମି ବର୍ଷା ହୋଇଥିବା ବେଳେ ଆଜି ବର୍ଷା ହୋଇନି। ପାଣିପାଗ ବିଭାଗ ନବରଙ୍ଗପୁର ଜିଲ୍ଲାକୁ ସବୁଜ ଭାବେ ଘୋଷଣା କରିଥିବାରୁ ଚାଷୀ ଚିନ୍ତାରେ। ଜୁନ୍‌ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବା ସାଙ୍ଗକୁ ୧୧ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୨୨ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିଥିଲା। ଦୁଇ ତିନି ଦିନ ପରେ ମୌସୁମୀଜନିତ ବର୍ଷା ଏକପ୍ରକାର ବନ୍ଦ ହୋଇଯାଇଛି। ମୌସୁମୀ ଦୁର୍ବଳ ରହିବା ସାଙ୍ଗକୁ ଲଘୁଚାପ ନ ଥିବାରୁ ବର୍ଷା ପରିମାଣ ବହୁମାତ୍ରାରେ ହ୍ରାସପାଇଛି। ଅଳ୍ପ କିଛି ଝିପିଝିପି ବର୍ଷା ହେଲେ କିଛି ଚାଷୀଙ୍କ ତଳିରେ ପାଣି ରହିବ। ଆଉ କିଛି ଚାଷୀ ମୋଟର ଲଗାଇ ପାଣି ମଡାଇଥିବାରୁ ବର୍ଷା ହେଲେ କାଦୁଅ କରି ଚାଷ କରି ପାରିବେ। 

ଜିଲ୍ଲାରେ ୧୦ପ୍ରତିଶତ ଧାନ ରୁଆ ସରିଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧି ରଂଜନ ବେହେରା। ଚଳିତ ବର୍ଷ ୯୯,୭୧୭ ହେକ୍ଟର ଜମିରେ ଧାନ ଚାଷ ହେବାକୁ ଥିବା ବେଳେ ଅଧିକାଂଶ ଅଞ୍ଚଳରେ ଜଳସେଚନର ସୁବିଧା ନଥିବାରୁ ଚାଷୀ ସମ୍ପୁର୍ଣ୍ଣ ରୁପେ ବର୍ଷା ଭରସାରେ ରହିଛି। ଆଗାମୀ ଦିନରେ ପର୍ଯ୍ୟାପ୍ତ ବର୍ଷା ନହେଲେ ଧାନ ଉତ୍ପାଦନ ପ୍ରଭାବିତ ହେବା ନେଇ ଆଶଙ୍କା ଦେଖାଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.