Rain: ତିନି ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା

1 hour ago 1
ARTICLE AD BOX

ଭୁବନେଶ୍ବର: ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିଜିଲ୍ଲା, ୭ ଓ ତାରିଖରେ ସମସ୍ତ ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। 

Flydubai: ଭାରତୀୟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ଜଘନ୍ୟ ଆକ୍ରମଣ

ଏହାଦ୍ବାରା ଜନଜୀବନ ପ୍ରଭାବିତ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ସେପଟେ ଆଜି ମଧ୍ୟ ଓଡ଼ିଶାର ୧୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରହିଥିଲା। ପୁରୀରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରି ରହିଥିବା ବେଳେ ପାରାଦୀପରେ ୩୬.୫, ଭୁବନେଶ୍ବର ଓ ଚାନ୍ଦବାଲିରେ ୩୫.୮, ଝାରସୁଗୁଡ଼ା ଓ ଅନୁଗୋଳରେ ୩୫.୭, ଢେଙ୍କାନାଳ ଓ ଛତ୍ରପୁରରେ ୩୫.୬, ପାରଳାଖେମୁଣ୍ଡିରେ ୩୫.୪, ଗୋପାଳପୁର ଓ ବାଲେଶ୍ବରରେ ୩୫.୨, ସୁନ୍ଦରଗଡ଼, ତାଳଚେର, ବଲାଙ୍ଗୀର, ଟିଟିଲାଗଡ଼, ନୟାଗଡ଼ ଓ ବାରିପଦାରେ ୩୫ ଡିଗ୍ରି ରହିଥିଲା।

Liver Transplantation: ଯକୃତ ପ୍ରତିରୋପଣ‌ରେ ଷ୍ଟାର୍‌ ହସ୍ପିଟାଲ୍‌ର ସଫଳତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.