Railway Recruitment Board: ରେଳବାଇରେ ୧୯୫ଟି ପଦବିରେ ନିଯୁକ୍ତି, ନଭେମ୍ବର ୫ରୁ ଆବେଦନ ଆରମ୍ଭ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ରେଳବାଇରେ ସରକାରୀ ଚାକିରି ପାଇବାକୁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ପାଇଁ ବଡ଼ ଖବର। ରେଳବାଇ ନିଯୁକ୍ତି ବୋର୍ଡପକ୍ଷରୁ ଆଇସୋଲେଟେଡ୍ କ୍ୟାଟେଗୋରୀ ଅଧୀନରେ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ପାଇଁ ନଭେମ୍ବର ୫ ତାରିଖରୁ ଅନଲାଇନ୍ ଆବେଦନ ଆରମ୍ଭ ହେବ। ଆବେଦନର ଶେଷ ତାରିଖ  ୨୦୨୬ ଡିସେମ୍ବର ୪ ରହିଛି।

କ’ଣ ରହିଛି ଶିକ୍ଷାଗତ ଓ ବୟସ ଯୋଗ୍ୟତା?

ଏହି ନିଯୁକ୍ତି ପାଇଁ ପଦବି ଅନୁସାରେ ପ୍ରାର୍ଥୀମାନେ ଦ୍ୱାଦଶ ଶ୍ରେଣୀ ପାସ୍‌ଠାରୁ ଆରମ୍ଭ କରି ସ୍ନାତକୋତ୍ତର  ହୋଇଥିବା ଆବଶ୍ୟକ। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପଦବି ଅନୁଯାୟୀ ସର୍ବାଧିକ ବୟସ ସୀମା ୩୦, ୩୨, ୩୩, ୩୫ ଓ ୪୦ ବର୍ଷ ରହିଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ କୋହଳ ମିଳିବ। ୨୦୨୭ ଜାନୁଆରୀ ୧ ତାରିଖକୁ ଆଧାର କରି ବୟସ ଗଣନା କରାଯିବ। ଯୋଗ୍ୟତା ସମ୍ପର୍କିତ ବିସ୍ତୃତ ସୂଚନା ପୂର୍ଣ୍ଣାଙ୍ଗ ବିଜ୍ଞପ୍ତିରେ ପ୍ରକାଶ ପାଇବ।

ଚୟନ ପ୍ରକ୍ରିୟା

ଏହି ନିଯୁକ୍ତିରେ ଚୟନ ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଥମେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେବାକୁ ପଡ଼ିବ। ଏଥିରେ ନିର୍ଦ୍ଧାରିତ କଟ୍‌ଅଫ୍‌ ମାର୍କ ହାସଲ କରୁଥିବା ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟକୁ ଡକାଯିବ।

ପରବର୍ତ୍ତୀ ପର୍ଯ୍ୟାୟରେ ଷ୍ଟେନୋଗ୍ରାଫି ସ୍କିଲ୍ ଟେଷ୍ଟ, ଏସଏସଟି, ପରଫର୍ମାନ୍ସ ଟେଷ୍ଟ, ଟିଚିଂ ସ୍କିଲ୍ ଟେଷ୍ଟ , ଡକ୍ୟୁମେଣ୍ଟ ଯାଞ୍ଚ ଓ ମେଡିକାଲ୍ ପରୀକ୍ଷା କରାଯିବ। ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ କରାଯିବ।

୧୯୫ଟି ପଦବିରେ ନିଯୁକ୍ତି, ଦରମା ଲେଭଲ୍-୭ ପର୍ଯ୍ୟନ୍ତ

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୧୯୫ଟି ଖାଲିଥିବା ପଦବି ପୁରଣ କରାଯିବ। ଚୟନିତ ପ୍ରାର୍ଥୀଙ୍କୁ ପଦବି ଅନୁସାରେ ପେ ଲେଭଲ୍-୨ରୁ ଲେଭଲ୍-୭ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ।

ଆବେଦନ ପ୍ରକ୍ରିୟା ଓ ଫି’

ଏହି ନିଯୁକ୍ତି ପାଇଁ କେବଳ ଅନଲାଇନ୍‌ରେ ଆବେଦନ କରିହେବ। ପ୍ରାର୍ଥୀମାନେ rrbapply.gov.in ପୋର୍ଟାଲ୍‌କୁ ଯାଇ ଆବେଦନ କରିପାରିବେ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ନାହିଁ।

ଆବେଦନ ଫି’ ନିମ୍ନଲିଖିତ ଅନୁଯାୟୀ ରହିଛି।
- ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗ: ୫୦୦ ଟଙ୍କା।
- ଏସ୍‌ସି ଓ ଏସ୍‌ଟି ବର୍ଗ: ୨୫୦ ଟଙ୍କା।
ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଆବେଦନ ଫି’ ଜମା କରିହେବ।

ସିବିଟି ପରୀକ୍ଷା ପରେ ଫେରସ୍ତ ହେବ ଆବେଦନ ଫି’

ସିବିଟି-୧ ପରୀକ୍ଷାରେ ଉପସ୍ଥିତ ହେବା ପରେ ସାଧାରଣ, ଓବିସି ଓ ଇଡବ୍ଲ୍ୟୁଏସ୍ ବର୍ଗର ପ୍ରାର୍ଥୀଙ୍କୁ ୪୦୦ ଟଙ୍କା ଫେରସ୍ତ କରାଯିବ। ସେହିପରି ଏସ୍‌ସି ଓ ଏସ୍‌ଟି ବର୍ଗର ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ୨୫୦ ଟଙ୍କା ଫେରସ୍ତ ମିଳିବ।

ମହଙ୍ଗା ହେଲା ଅମୁଲ ଘିଅ, ଲହୁଣି

Read Entire Article
LEFT SIDEBAR AD

Hidden in mobile, Best for skyscrapers.