Cyclone: ୭ ଦିନରେ ୨ଟି ବାତ୍ୟା: ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବାକୁ କେତେ ସମୟ ଲାଗେ?

1 hour ago 1
ARTICLE AD BOX

ନୂଆଦିଲ୍ଲୀ: 'ଅର୍ଣ୍ଣବ' ବାତ୍ୟା ପରେ ମାତ୍ର ୭ ଦିନ ମଧ୍ୟରେ 'ମୁରାସୁ' ବାତ୍ୟା ଆସିଥିଲା | ତେବେ ସପ୍ତାହକ ମଧ୍ୟରେ କାହିଁକି ଏକାଧିକ ବାତ୍ୟା ଆସୁଛି ତାହାର କାରଣ ଆପଣ ଜାଣିଛନ୍ତି କି? ଆଜି ଆମେ ଆପଣଙ୍କୁ ଏନେଇ ସୂଚନା ଦେବୁ | ବାସ୍ତବରେ ନିକଟରେ ଆସିଥିବା 'ଅର୍ଣ୍ଣବ' ବାତ୍ୟା ଦ୍ୱାରା ହୋଇଥିବା କ୍ଷତିରୁ ଦକ୍ଷିଣ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ ଅଞ୍ଚଳରେ କ୍ଷତି ହୋଇଥିବାବେଳେ ମାତ୍ର ୭ ଦିନ ମଧ୍ୟରେ 'ମୁରାସୁ' ବାତ୍ୟା ସୃଷ୍ଟି ହୋଇ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁଥିଲା । ଏହି ଦୁଇଟି ବାତ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା, ଦକ୍ଷିଣ ଓଡ଼ିଶା ଏବଂ ଛତିଶଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବନ୍ୟା ଓ କୁହୁଡ଼ି ସହ ଶୀତ ବୃଦ୍ଧି ପାଇଛି।

ଆହୁରି ପଢନ୍ତୁ :Cricket: ଦିନିକିଆରେ ଭାରତର ବିଜୟ ଅଭିଯାନ; ନ୍ୟୁଜିଲାଣ୍ଡ ୫ ୱିକେଟ୍‌ରେ ହାରିଲା

 ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବାକୁ କେତେ ସମୟ ଲାଗେ?
ସାଧାରଣତଃ ଗୋଟିଏ ବାତ୍ୟା ସମ୍ପୂର୍ଣ୍ଣ ରୂପେ ବିକଶିତ ହେବା ପାଇଁ ୩ ରୁ ୭ ଦିନ ସମୟ ଲାଗିଥାଏ। ତେବେ ସମୁଦ୍ରର ଅନୁକୂଳ ପରିବେଶ ପାଇଲେ ଏହା ମାତ୍ର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଅତ୍ୟନ୍ତ ଭୟଙ୍କର ରୂପ ନେଇପାରେ। ବାତ୍ୟା ସୃଷ୍ଟି ହେବାର ପ୍ରକ୍ରିୟା ବାବଦରେ କହିବାକୁ ଗଲେ ସମୁଦ୍ର ପୃଷ୍ଠର ତାପମାତ୍ରା ୨୬.୫°ସେଲ୍ସିୟସରୁ ଅଧିକ ହେଲେ ସେଠାରେ ଜଳୀୟ ବାଷ୍ପ ବୃଦ୍ଧି ପାଏ। ସମୁଦ୍ର ଉପରେ ଗରମ ପବନ ଉପରକୁ ଉଠିବା ଦ୍ୱାରା ନିମ୍ନଚାପ/ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ। 

ଆହୁରି ପଢନ୍ତୁ :Railway Recruitment Board: ରେଳବାଇରେ ୧୯୫ଟି ପଦବିରେ ନିଯୁକ୍ତି, ନଭେମ୍ବର ୫ରୁ ଆବେଦନ ଆରମ୍ଭ

ଅବପାତ ଓ ବାତ୍ୟା 
ଚାରିପାଖର ଥଣ୍ଡା ପବନ ଏହି ଖାଲି ଜାଗାକୁ ପୂରଣ କରିବାକୁ ଦ୍ରୁତ ଗତିରେ ଆସେ, ଯାହା ଘୂର୍ଣ୍ଣିବଳୟର ରୂପ ନିଏ।ଏହା ପରେ ମେଘ, ବାଷ୍ପ ଓ ସମୁଦ୍ରର ଉତ୍ତାପ ମିଶି ଏହାକୁ ଏକ ଶକ୍ତିଶାଳୀ ବାତ୍ୟାରେ ପରିଣତ କରେ।

ଆହୁରି ପଢନ୍ତୁ :Dr Ashok Mahapatra: ପଞ୍ଚଭୂତରେ ବିଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର, ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ

ଏତେ ଶୀଘ୍ର ବାତ୍ୟା କାହିଁକି ଆସୁଛି? 
ଜଳବାୟୁ ପରିବର୍ତ୍ତନ: ସମୁଦ୍ରର ଗରମ ପାଣି ଏବଂ ଏଲ୍-ନିନୋ ପ୍ରଭାବ ଯୋଗୁଁ ବଙ୍ଗୋପସାଗରରେ ବାରମ୍ବାର ଦ୍ରୁତ ଗତିରେ ବାତ୍ୟା ସୃଷ୍ଟି ହେଉଛି। ଗବେଷକଙ୍କ ଅନୁଯାୟୀ, ଏଲ-ନିନୋ ବର୍ଷଗୁଡ଼ିକରେ ବାତ୍ୟାର ସଂଖ୍ୟା କମିପାରେ, କିନ୍ତୁ ସୃଷ୍ଟି ହେଉଥିବା ବାତ୍ୟାର ତୀବ୍ରତା ଓ ଭୟଙ୍କରତା ସାଧାରଣ ବର୍ଷ ଅପେକ୍ଷା ଯଥେଷ୍ଟ ଅଧିକ ହୋଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.