Rahul Gandhi : ମୋଦୀ ସରକାରର ‘ଏକ୍ସପାୟାରି ଡେଟ୍‌’ ପାଖେଇଲା: ଗୋଆରେ ମୋଦୀ, ଶାହଙ୍କୁ ରାହୁଲଙ୍କ ନିଶାଣ

58 minutes ago 1
ARTICLE AD BOX

ପାଣାଜୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରର କ୍ଷମତାରେ ରହିବାର ସମୟ ଶେଷ ହେବାକୁ ଯାଉଛି ବୋଲି କହି ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରବିବାର ଗୋଆର ମାର୍ଗାଓଠାରେ କଂଗ୍ରେସର ‘ଗୋୟ ରାଖୋନ୍‌ ଯାତ୍ରା’ର ଉଦ୍‌ଯାପନୀ ସଭାରେ ଉଦ୍‌ବୋଧନ ଦେଇ ସେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ସମାଲୋଚନା କରିଛନ୍ତି।

ଆହୁରି ପଢନ୍ତୁ : Ramdas Athawale: ନିଜ ଦଳରେ ଦୀପ୍‌କେଙ୍କୁ ସାମିଲ କରିବାକୁ ପ୍ରସ୍ତାବ ଦେଲେ ଅଠାବଲେ

ଭୋଟ୍‌ ଚୋରି ଅଭିଯୋଗ ଉଠାଇ ରାହୁଲ କହିଛନ୍ତି, ଜ୍ଞାନେଶ କୁମାର ଭୋଟ୍‌ ଚୋରିର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି, ଅମିତ ଶାହ ଏହାକୁ ରୂପ ଦେଉଛନ୍ତି ଏବଂ ମୋଦୀ ପଛରେ ରହି ଏହାର ନେତୃତ୍ୱ ନେଉଛନ୍ତି। ଏହି ଅଭିଯୋଗରେ ସମ୍ପୃକ୍ତ ନେତାମାନଙ୍କୁ ଦିନେ ଉତ୍ତରଦାୟୀ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ନିଜ ବିରୋଧରେ ୪୫ରୁ ଅଧିକ ମାନହାନି ମାମଲା ଥିବା କଥା ଉଲ୍ଲେଖ କରି ସେ ପ୍ରଶ୍ନ କରିଥିଲେ, ଭୋଟ୍‌ ଚୋରି ଅଭିଯୋଗ ପାଇଁ ତାଙ୍କ ବିରୋଧରେ କାହିଁକି ସ୍ୱତନ୍ତ୍ର ମାମଲା ହୋଇନାହିଁ?
ମୋଦୀଙ୍କ ପୂର୍ବର ‘୫୬ ଇଞ୍ଚ ଛାତି’ ମନ୍ତବ୍ୟକୁ ନେଇ ମଧ୍ୟ ରାହୁଲ କଟାକ୍ଷ କରିଥିଲେ। ଏବେ ସେହି ଦମ୍ଭ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଥିଲେ। ଦିଲ୍ଲୀରେ ଭୋଟ୍‌ ଚୋରି, ନିଯୁକ୍ତି ଓ ଶିକ୍ଷା ଖର୍ଚ୍ଚ ବୃଦ୍ଧି ବିରୋଧରେ ସ୍ୱର ଉଠାଉଥିବା ଛାତ୍ରଛାତ୍ରୀଙ୍କ ଉପରେ ପେଲେଟ୍‌ ବନ୍ଧୁକ ବ୍ୟବହାର କରାଯାଉଥିବା ଅଭିଯୋଗ ମଧ୍ୟ ସେ ଉଠାଇଥିଲେ।

ଆହୁରି ପଢନ୍ତୁ : Shooting: ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଗୁଳିମାଡ଼, ଅନେକ ଆହତ

ଗୋଆରେ ଜମି ଦଖଲ, ଜମି ବ୍ୟବହାରରେ ପରିବର୍ତ୍ତନ, ବେକାରି ଓ ଦୁର୍ନୀତି ପ୍ରସଙ୍ଗରେ ବିଜେପି ସରକାରକୁ ସମାଲୋଚନା କରି ରାହୁଲ କଂଗ୍ରେସକୁ ପୂର୍ଣ୍ଣ ବହୁମତ ଦେବାକୁ ଭୋଟରଙ୍କୁ ଆହ୍ୱାନ ଦେଇଥିଲେ। ସେ ଦଳୀୟ ନେତା ଓ କର୍ମୀଙ୍କ ସହ ପ୍ରାୟ ୨ କିଲୋମିଟର ପଦଯାତ୍ରା କରିଥିଲେ। ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଗୋଆର ସମସ୍ତ ୪୦ଟି ବିଧାନସଭା କ୍ଷେତ୍ର ପରିକ୍ରମା କରିଥିଲା। ୨୦୨୭ ବିଧାନସଭା ନିର୍ବାଚନପୂର୍ବରୁ ଗୋଆର ଜମି, ପରିବେଶ, ସଂସ୍କୃତି ଓ ପରିଚୟର ସୁରକ୍ଷାକୁ କଂଗ୍ରେସ ଏହି ଅଭିଯାନର ମୁଖ୍ୟ ପ୍ରସଙ୍ଗ କରିଛି |

Read Entire Article
LEFT SIDEBAR AD

Hidden in mobile, Best for skyscrapers.