ARTICLE AD BOX
ନୂଆଦିଲ୍ଲୀ: ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଗୃହରେ ଲଗାତାର ଅଚଳାବସ୍ଥା ଦୂର କରିବା ପାଇଁ ବୁଧବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହ ଯୋଗାଯୋଗ କରିଛନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଛାତ୍ରମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ବିରୋଧୀ ଦଳଗୁଡ଼ିକ ନାରାବାଜି ଜାରି ରଖିବାରୁ ଲୋକସଭା କାର୍ଯ୍ୟ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।ଜୁଲାଇ ୨୦ରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ, ଲୋକସଭା ଏହାର ପ୍ରଶ୍ନକାଳ ସମାପ୍ତ କରିପାରି ନାହିଁ। ହଙ୍ଗାମା ମଧ୍ୟରେ ପାଞ୍ଚଟି ବିଲ୍ ବିନା ଆଲୋଚନାରେ ଗୃହୀତ ହୋଇଛି।
ବର୍ଷକ ପାଇଁ ବ୍ୟାନ ହେଲା ମହାରାଷ୍ଟ୍ରରେ ‘ନକଲି ପନୀର’
ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଏବଂ ଗୃହକୁ ପ୍ରଶ୍ନକାଳ ଆରମ୍ଭ କରିବାକୁ ଅନୁମତି ଦେବାକୁ କହିଥିଲେ। ସଦନ ଭିତରେ ହେଉ କି ବାହାରେ, ସ୍ଲୋଗାନ ଦେବା ଗଣତନ୍ତ୍ର ପାଇଁ ଭଲ ନୁହେଁ। ପ୍ଲାକାର୍ଡ ଦେଖାଇ ଏବଂ ସ୍ଲୋଗାନ ଦେଇ ଆପଣ ଗୃହର ମର୍ଯ୍ୟାଦା କ୍ଷୁଣ୍ଣ କରୁଛନ୍ତି ବୋଲି ବିର୍ଲା ବିରୋଧୀ ସଦସ୍ୟମାନଙ୍କୁ କହିଥିଲେ। ବିର୍ଲା କହିଥିଲେ, ଅନେକ ସଦସ୍ୟ ତାଙ୍କ ପାଖକୁ ଆସି କହିଛନ୍ତି ଯେ, ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ତାଲିକାଭୁକ୍ତ ହୋଇଛି କିନ୍ତୁ ଚଳିତ ମୌସୁମୀ ଅଧିବେଶନରେ ବିରୋଧୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଭ୍ରାଟ ଯୋଗୁଁ ଗୃହରେ ପ୍ରଶ୍ନକାଳ ହୋଇପାରୁନାହିଁ।

1 week ago
5


