Rahul Gandhi: ବାପା-ମାଆଙ୍କ ପ୍ରେମର ସାକ୍ଷୀ ରେସ୍ତୋରାଁକୁ ଗାର୍ଲଫ୍ରେଣ୍ଡଙ୍କୁ ନେଇଥିଲେ ରାହୁଲ

17 minutes ago 1
ARTICLE AD BOX

ନୂଆଦିଲ୍ଲୀ: ମାଆ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍‌ ଲଭ୍‌’ର ଉନ୍ମୋଚନ ଅବସରରେ ନିଜ ପ୍ରେମଜୀବନ ସମ୍ପର୍କିତ ଏକ ରୋଚକ ଅନୁଭୂତି ବଖାଣିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବାପା ରାଜୀବ ଗାନ୍ଧୀ ଓ ମାଆ ସୋନିଆ ପ୍ରଥମେ ଯେଉଁ ରେସ୍ତୋରାଁରେ ସାକ୍ଷାତ୍ କରିଥିଲେ, ବହୁ ବର୍ଷ ପରେ ସେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ସେଠାକୁ ନେଇଥିଲେ। ଏହି ଘଟଣା ବଖାଣିବା ସହ ରେସ୍ତୋରାଁର ଖାଦ୍ୟକୁ ନେଇ ଏକ ମଜାଳିଆ ଟିପ୍ପଣୀ ମଧ୍ୟ ଦେଇଥିଲେ।

ଆହୁରି ପଢନ୍ତୁ: 314 Block-Level Stadiums ୩୧୪ ବ୍ଲକରେ ନିର୍ମାଣ ହେବ ଷ୍ଟାଡିଅମ୍‌, ଖର୍ଚ୍ଚ ହେବ ୪୧୨୪ କୋଟି

ରାହୁଲ କହିଥିଲେ, ତାଙ୍କ ବାପା-ମାଆଙ୍କ ପ୍ରଥମ ସାକ୍ଷାତ୍‌କୁ ନେଇ ପରିବାରରେ ଅନେକ କାହାଣୀ ଶୁଣିବାକୁ ମିଳୁଥିଲା। ଇଂଲଣ୍ଡର କେମ୍ବ୍ରିଜ୍‌ସ୍ଥିତ ‘ଭର୍ସିଟି ରେସ୍ତୋରାଁ’ରେ ସେମାନଙ୍କ ପ୍ରଥମ ଦେଖା ହୋଇଥିଲା। ବହୁ ବର୍ଷ ପରେ ସେ କେମ୍ବ୍ରିଜ୍‌ ଯାଇଥିବା ବେଳେ ଗାର୍ଲଫ୍ରେଣ୍ଡଙ୍କୁ ସାଙ୍ଗରେ ନେଇ ସେହି ରେସ୍ତୋରାଁକୁ ଯାଇଥିଲେ। କିନ୍ତୁ ସେଠାକୁ ଯିବାର ଉଦ୍ଦେଶ୍ୟ ପ୍ରେମିକାଙ୍କୁ ଆଗରୁ ଜଣାଇ ନ ଥିଲେ। ରେସ୍ତୋରାଁର ହଳଦିଆ ରଙ୍ଗର କବାଟ ଦେଇ ଭିତରକୁ ଯିବା ପରେ ଜଣେ କର୍ମଚାରୀ ସେମାନଙ୍କୁ ଦୁଇ ଜଣଙ୍କ ପାଇଁ ଆସନ ଦେଇଥିଲେ। ପରେ ରାହୁଲ ତାଙ୍କୁ ଜଣାଇଥିଲେ ଯେ ଏହି ସ୍ଥାନରେ ତାଙ୍କ ବାପା-ମାଆଙ୍କ ପ୍ରଥମ ସାକ୍ଷାତ୍ ହୋଇଥିଲା। ଏହା ଶୁଣି କର୍ମଚାରୀ ଜଣକ କହିଥିଲେ, ‘ଆଃ, ସେହି ଦୁହେଁ! ମୁଁ ତାଙ୍କୁ ଜାଣିଛି।’ ଏହା ରାହୁଲଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

ଆହୁରି ପଢନ୍ତୁ: Essential car safety features: ପିଲାଙ୍କୁ ଧରି ଯାତ୍ରା କରୁଥିବା ବେଳେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ଖାଦ୍ୟ ଅର୍ଡର କରିବା ବେଳେ କର୍ମଚାରୀ ଜଣକ ‘ଚିକେନ୍‌ ଚାସର୍‌’ ଖାଇବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶରେ ରାହୁଲ ଓ ତାଙ୍କ ପ୍ରେମିକା ଏହି ଖାଦ୍ୟ ଅର୍ଡର କରିଥିଲେ। କିନ୍ତୁ ତାହା ସେମାନଙ୍କୁ ଆଦୌ ଭଲ ଲାଗି ନଥିଲା। ଏହାକୁ ନେଇ ରାହୁଲ ମଜାଳିଆ ଢଙ୍ଗରେ କହିଥିଲେ, ପ୍ରେମରେ ପଡ଼ିବାକୁ ଚାହୁଥିଲେ ଭର୍ସିଟି ରେସ୍ତୋରାଁ ଯାଆନ୍ତୁ, କିନ୍ତୁ ସେଠାରେ ଚିକେନ୍‌ ଚାସର୍‌ ଖାଆନ୍ତୁ ନାହିଁ। ତାଙ୍କ ବାପା-ମାଆଙ୍କର ସେହି ରେସ୍ତୋରାଁ ସହ ଭଲ ସ୍ମୃତି ଯୋଡ଼ି ହୋଇଥିବା ବେଳେ ତାଙ୍କ ଅନୁଭୂତି କିନ୍ତୁ ଭିନ୍ନ ଥିଲା। ତାଙ୍କର ଏହି ମନ୍ତବ୍ୟ ସମାରୋହରେ ହସର ମାହୋଲ ସୃଷ୍ଟି କରିଥିଲା।

ତେବେ ରାହୁଲ ଗାନ୍ଧୀଙ୍କ ଗାର୍ଲଫ୍ରେଣ୍ଡ ଥିବା କଥା ଏହା ତାଙ୍କର ପ୍ରଥମ ସାର୍ବଜନୀନ ସୂଚନା ନୁହେଁ। ୨୦୦୪ରେ ଆମେଥିରେ ନିର୍ବାଚନ ପ୍ରଚାର ସମୟରେ ସେ ଜଣେ ସାମ୍ବାଦିକଙ୍କୁ ନିଜ ଗାର୍ଲଫ୍ରେଣ୍ଡଙ୍କ ନାମ ଭେରୋନିକ୍‌ ବୋଲି କହିଥିଲେ। ସେ ସ୍ପେନ୍‌ର ବାସିନ୍ଦା ଓ ପେସାରେ ଜଣେ ସ୍ଥପତି ବୋଲି ମଧ୍ୟ ଜଣାଇଥିଲେ। ତେବେ ଏହା ପରେ ଦୀର୍ଘ ସମୟ ଧରି ସେ ନିଜ ପ୍ରେମଜୀବନ ସମ୍ପର୍କରେ ସାର୍ବଜନୀନ ଭାବେ କିଛି କହି ନଥିଲେ। ତେଣୁ ଏଥର ସୋନିଆଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଗାର୍ଲଫ୍ରେଣ୍ଡଙ୍କ ସହ କେମ୍ବ୍ରିଜ୍‌ର ରେସ୍ତୋରାଁ ଯିବା ଘଟଣା ବଖାଣିବାକୁ ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କିତ ଏକ ବିରଳ ସାର୍ବଜନୀନ ମନ୍ତବ୍ୟ ଭାବେ ଦେଖାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.