Question paper leaks: ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ପ୍ରୟାସ: ପରୀକ୍ଷା ସଂସ୍କାର ପାଇଁ ଟାସ୍କଫୋର୍ସ, ନନ୍ଦନ ନିଲେକାନି ଅଧ୍ୟକ୍ଷ

2 hours ago 2
ARTICLE AD BOX

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଏବଂ କକ୍ରୋଚ୍‌ ଜନତା ପାର୍ଟିର ଆନ୍ଦୋଳନ ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷାରେ ସଂସ୍କାର ଆଣିବା ଲାଗି ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ନନ୍ଦନ ନିଲେକାନିଙ୍କ ନେତୃତ୍ବରେ ପ୍ରଧାନମନ୍ତ୍ରୀ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। 

Indian Idol: ଇଣ୍ଡିଆନ ଆଇଡଲ ଜିତିଲେ ଓଡ଼ିଶାର ଜ୍ୟୋତିର୍ମୟୀ

ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଭାରତ ସରକାର ନିରବଚ୍ଛିନ୍ନ ଭାବେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁମାନେ ଛାତ୍ରଙ୍କ ଭବିଷ୍ୟତ ସହିତ ଖେଳିଛନ୍ତି ସେମାନେ ଜେଲ୍‌ରେ ଅଛନ୍ତି। ଆମେ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ ଗଠନ କରି ସାରିଛୁ। ସଂସଦରେ ଅଧିକ କଠୋର ଆଇନ ପ୍ରଣୟନ କରିବା ଦିଗରେ ଆମେ ଆଗକୁ ବଢ଼ୁଛୁ। ଏହା ସତ୍ତ୍ବେ ଆମକୁ ଭବିଷ୍ୟତ ଦେଖିବାକୁ ହେବ। ଆମର ପରୀକ୍ଷା ବ୍ୟବସ୍ଥା ବିଶ୍ବସନୀୟ ଓ ସ୍ବଚ୍ଛ ହେବା ଆବଶ୍ୟକ। ଏଥିରେ ସର୍ବାଧିକ ମାତ୍ରାରେ ପ୍ରଯୁକ୍ତିର ବ୍ୟବହାର ହେବା ଦରକାର। ଏସବୁ ବିଷୟକୁ ଦୃଷ୍ଟିରେ ରଖି ଆମେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପ୍ରଯୁକ୍ତି ବିଶେଷଜ୍ଞ ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତାସମ୍ପନ୍ନ ଟାସ୍କଫୋର୍ସ ଗଠନ ପାଇଁ ନିଷ୍ପତ୍ତି ନେଇଛୁ। ଏହି ଟାସ୍କଫୋର୍ସ ପରୀକ୍ଷା ସଂସ୍କାର ଉପରେ ଗୁରୁତ୍ବ ଦେବ। ଟାସ୍କଫୋର୍ସର ରିପୋର୍ଟ ଆଧାରରେ ଯଥାଶୀଘ୍ର ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷାଗୁଡ଼ିକର ବିଶ୍ବସନୀୟତାକୁ ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଟାସ୍କଫୋର୍ସରେ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଏସ୍‌ ସୋମନାଥ, ଆଇବିର ପୂର୍ବତନ ନିର୍ଦ୍ଦେଶକ ତପନ ଡେକା, ଆଇଆଇଟି ଚେନ୍ନାଇର ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନୀତା କରୱାଲ ଏବଂ ଲଜିଷ୍ଟିକ୍ସ ବିଶେଷଜ୍ଞ ଅମୃତ ଲାଲ୍‌ ମୀନା ରହିଛନ୍ତି। 

ନନ୍ଦନ ନିଲେକାନି ସୂଚନା ପ୍ରଯୁକ୍ତି କ୍ଷେତ୍ରର ଜଣେ ବଡ଼ ଉଦ୍ୟୋଗୀ। ଏନ୍‌ଆର୍‌ ନାରାୟଣମୂର୍ତ୍ତି ଓ ଅନ୍ୟ ସହପ୍ରତିଷ୍ଠାତାମାନଙ୍କ ସହ ମିଶି ୧୯୮୧ ମସିହାରେ ସେ ଇନ୍‌ଫୋସିସ୍‌ ପ୍ରତିଷ୍ଠା କରିଥିଲେ। ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଇନ୍‌ଫୋସିସ୍‌ର ସିଇଓ ତଥା ଏମ୍‌ଡି ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୧୭ରେ ସେ କମ୍ପାନିର ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ତାଙ୍କ ପୂରାନାମ ନନ୍ଦନ ମୋହନରାଓ ନିଲେକାନି। ଭାରତରେ ଆଧାର କାର୍ଡର ଜନକ ବୋଲି ତାଙ୍କୁ ବିବେଚନା କରାଯାଏ। ମନମୋହନ ସିଂହଙ୍କ ନେତୃତ୍ବରେ ଚାଲିଥିବା ଉପା ସରକାର ଅମଳରେ ୨୦୦୯ ମସିହାରେ ତାଙ୍କୁ ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ବରେ ଆଧାର ପ୍ରକଳ୍ପ ଆରମ୍ଭ ହୋଇଥିଲା। ୨୦୧୪ ମସିହାରେ କଂଗ୍ରେସ ଦଳରୁ ସେ ବେଙ୍ଗାଲୁରୁ ଦକ୍ଷିଣ ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜେପିର ଅନନ୍ତ କୁମାରଙ୍କଠାରୁ ବିପୁଳ ଭୋଟରେ ପରାଜିତ ହୋଇଥିଲେ। ଏହା ପରେ ସେ ନିର୍ବାଚନୀ ରାଜନୀତିରୁ ଦୂରେଇ ଯାଇଥିଲେ। ୧୯୫୫ ମସିହା ଜୁନ୨ରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ତାଙ୍କର ଜନ୍ମ ହୋଇଥିଲା। ଆଇଆଇଟି ବମ୍ବେରୁ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ ସେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି।

ଆଜି ଆସିବ ସଂସଦରେ ନୂଆ ସଂଶୋଧନ ବିଲ୍‌, ୧୦ ବର୍ଷ ଜେଲ୍‌, ୧୦ କୋଟି ଟଙ୍କା ଜରିମାନା ପ୍ରସ୍ତାବ

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ‘ପବ୍ଲିକ୍‌ ଏକ୍ସାମିନେସନ୍‌ (ପ୍ରିଭେନ୍‌ସନ୍‌ ଅଫ୍‌ ଅନ୍‌ଫେୟାର୍‌ ମିନ୍ସ) ସଂଶୋଧନ ବିଲ୍‌-୨୦୨୬’କୁ ସୋମବାର ସଂସଦରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ରବିବାର ସାଂସଦମାନଙ୍କୁ ଏହାର ଡ୍ରାଫ୍ଟ ପ୍ରଦାନ କରାଯାଇଛି। ସମ୍ପ୍ରତି ଘଟିଥିବା ପ୍ରଶ୍ନପତ୍ର ଲିକ୍‌ ବିବାଦ ଏବଂ ପ୍ରବଳ ଜନଅସନ୍ତୋଷ ପରିପ୍ରେକ୍ଷୀରେ ଏହି ବିଲ୍‌ରେ ବର୍ତ୍ତମାନ ଆଇନକୁ ଆହୁରି କଠୋର କରିବାକୁ ପ୍ରସ୍ତାବ ରହିଛି। ଚିଠା ବିଲ୍‌ ଅନୁସାରେ, ସଂଗଠିତ ଭାବେ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କିମ୍ବା ଏଭଳି ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତି, ଗ୍ୟାଙ୍ଗ୍‌, ସଂସ୍ଥା କିମ୍ବା ସେବା ପ୍ରଦାନକାରୀଙ୍କ ବିରୋଧରେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।

Neglect: ସହିଦ ନୁଦୁରାମ୍‌ଙ୍କ ଗାଁକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ

ପ୍ରୟୋଜନ ପଡ଼ିଲେ ଅପରାଧରୁ ହୋଇଥିବା କ୍ଷତିର ଅର୍ଥ ମଧ୍ୟ ଦୋଷୀଙ୍କଠାରୁ ଆଦାୟ କରାଯିବ। ବିଲ୍‌ରେ ପ୍ରଶ୍ନପତ୍ର ଲିକ୍‌ ମାମଲାର ଶୀଘ୍ର ବିଚାର ପାଇଁ ସ୍ବତନ୍ତ୍ର ଫାଷ୍ଟ୍‌ଟ୍ରାକ୍‌ କୋର୍ଟକୁ ଆଇନଗତ ମାନ୍ୟତା ଦେବାର ପ୍ରସ୍ତାବ ରହିଛି। ଏହି କୋର୍ଟର ରାୟ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ତିନି ମାସ ମଧ୍ୟରେ ଶେଷ କରିବାକୁ ମଧ୍ୟ ବ୍ୟବସ୍ଥା ରହିଛି। ଏହା ଫଳରେ ବହୁଦିନ ଧରି ମାମଲା ଝୁଲି ରହିବାର ପ୍ରବଣତା କମିବ ବୋଲି ସରକାରଙ୍କ ଆଶା। ଏହି ସଂଶୋଧନ ବିଲ୍‌ ୨୦୨୪ରେ ପ୍ରଣୀତ ‘ପବ୍ଲିକ୍‌ ଏକ୍ସାମିନେସନ୍‌ (ପ୍ରିଭେନ୍‌ସନ୍‌ ଅଫ୍‌ ଅନ୍‌ଫେୟାର୍‌ ମିନ୍ସ) ଆଇନ’କୁ ଆହୁରି ସଶକ୍ତ କରିବ। ଗତ କିଛି ମାସ ଧରି ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହି ପରିସ୍ଥିତିରେ ପରୀକ୍ଷା ବ୍ୟବସ୍ଥାର ସ୍ବଚ୍ଛତା ଓ ବିଶ୍ବସନୀୟତା ପୁନଃସ୍ଥାପନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଅଧିକ କଠୋର ଦଣ୍ଡ ବ୍ୟବସ୍ଥା ଆଣୁଛନ୍ତି। ବିଲ୍‌ଟି ସଂସଦରେ ଅନୁମୋଦନ ପାଇଲେ ଦେଶର ସାର୍ବଜନିକ ପରୀକ୍ଷାରେ ଜାଲିଆତି ଓ ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆହୁରି କଠୋର ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.