Python: ୧୦ ଫୁଟର ଅଜଗର ଉଦ୍ଧାର

33 minutes ago 1
ARTICLE AD BOX

କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ସୁନାପୋଷି ଗାଁ ନିକଟରୁ ବିରାଟ ଅଜଗର ଉଦ୍ଧାର । ଗାଁ ବନ୍ଧ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ଚମ୍ପୁଆ ସାପ ଧରାଳି ମହମ୍ମଦ ସାଜୁ ସାପଟିକୁ ଉଦ୍ଧାର କରିଛନ୍ତି।

 ୧୦ ଫୁଟର ଅଜଗର ଉଦ୍ଧାର

ଚମ୍ପୁଆ: କେନ୍ଦୁଝରଜିଲ୍ଲା ଚମ୍ପୁଆ ବ୍ଲକ ସୁନାପୋଷି ଗାଁ ନିକଟରୁ ବିରାଟ ଅଜଗର ଉଦ୍ଧାର । ଗାଁ ବନ୍ଧ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ଚମ୍ପୁଆ ସାପ ଧରାଳି ମହମ୍ମଦ ସାଜୁ ସାପଟିକୁ ଉଦ୍ଧାର କରିଛନ୍ତି। ଆଜି ସକାଳେ ଗ୍ରାମବାସୀ ବନ୍ଧ ନିକଟରେ କିଛି ପିଲା ଖେଳୁଥିବାବେଳେ ଏହି ବିରାଟ  ଅଜଗର ସାପ ଦେଖିବାକୁ ପାଇଥିଲେ। ଅଜଗରଟି ବନ୍ଧ ପାଖ ବୁଦା ନିକଟରେ ଗୁଡାଇ ହୋଇ ପଡ଼ିଥିଲା। ଖବର ପାଇ ଗାଁ ଲୋକ ଜମା ହୋଇଯାଇଥିଲେ।

ଆହୁରି ପଢନ୍ତୁ: Philippines: ଫିଲିପାଇନ୍ସରେ ଯାତ୍ରୀବାହୀ ଫେରୀରେ ଅଗ୍ନିକାଣ୍ଡ: ୫ ମୃତ, ୮୦ରୁ ଉର୍ଦ୍ଧ୍ୱ ନିଖୋଜ

ପରେ ଗ୍ରାମବାସୀ ସାପ ଧରାଳି ମହମ୍ମଦ ସାଜୁଙ୍କୁ ଯୋଗାଯୋଗ କରିବାରୁ ଘଟଣାସ୍ଥଳରେ ପହଂଚି ଅଜଗରକୁ ଉଦ୍ଧାର କରିଥିଲେ। ସାପଟିର ବୟସ ପାଖାପାଖି ୯ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଦଶଫୁଟରୁ ଅଧିକ ଲମ୍ବା ଏହି ସାପଟି ଖାଦ୍ୟ ଅନ୍ୱେଷଣରେ ଗାଁ ପାଖକୁ ଚାଲି ଆସିଥିବା ଅନୁମାନ କରାଯାଉଛି । ଅଜଗରଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛଡାଯାଇଛି |

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.