ARTICLE AD BOX
ଟୋକିଓ: ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ରବିବାର ଚମତ୍କାର ପ୍ରଦର୍ଶନ କରି ଜାପାନ ଓପନ୍ ଜିତି ନେଇଛନ୍ତି। ମହିଳା ଏକକ ଫାଇନାଲ୍ରେ ସିନ୍ଧୁ ଆକ୍ରମଣାତ୍ମକ ଖେଳ ଖେଳି ସ୍ଥାନୀୟ ଖେଳାଳି ଆକାନେ ୟାମାଗୁଜିଙ୍କୁ ସିଧାସଳଖ ୨୧-୧୭, ୨୧-୧୭ରେ ମାତ୍ ଦେଇଥିଲେ।
ଟ୍ରଫି ଜିତିବାର ଗୌରବ
ଏଥିସହ ୩୧ ବର୍ଷୀୟା ସିନ୍ଧୁ ନିଜର ପ୍ରଥମ ସୁପର ୭୫୦ ମୁକୁଟ ଜାପାନ୍ ଓପନ୍ରେ କରାୟତ୍ତ କରିଥିଲେ ଏବଂ ପ୍ରଥମ ଭାରତୀୟ ଭାବେ ଏଠାରେ ଟ୍ରଫି ଜିତିବାର ଗୌରବ ପାଇଥିଲେ। ଏହି ବିଜୟ ସହ ୩ ଥରର ଏହି ବିଶ୍ବବିଜୟିନୀ ନିଜ ୨ ବର୍ଷରୁ ଟ୍ରଫି ମରୁଡ଼ିର ଅନ୍ତ ଘଟାଇଥିଲେ। ଶେଷ ଥର ଲାଗି ୨୦୨୪ରେ ସୟଦ ମୋଦି ଅନ୍ତର୍ଜାତୀୟ ଟ୍ରଫି ଜିତିଥିବା ସିନ୍ଧୁଙ୍କ ୨୦୧୯ ବିଶ୍ବବିଜୟ ପରେ ଏହା ସବୁଠୁ ମୁକୁଟ ହାସଲ।
FIFA World Cup: ଇଂଲଣ୍ଡକୁ କାଂସ୍ୟ: ଫ୍ରାନ୍ସକୁ ୬-୪ରେ ହରାଇଲା
ଷଷ୍ଠ ଥର ଲାଗି ଜାପାନ ଓପନ୍ ଫାଇନାଲ୍ ଖେଳିଥିବା ୟାମାଗୁଚିଙ୍କୁ ଗତ ୪ ବର୍ଷ ମଧ୍ୟରେ ଏକ ସମ୍ପୂର୍ଣ୍ଣ ମ୍ୟାଚ୍ରେ ହରାଇ ନଥିଲେ ସିନ୍ଧୁ। ଚଳିତ ବର୍ଷ ମାଲେସିଆ ଓପନ୍ରେ ଉଭୟ ମୁହାଁମୁହିଁ ହୋଇଥିଲେ ମଧ୍ୟ ୟାମାଗୁଚି ଓହରି ଯିବାରୁ ସିନ୍ଧୁ ବିଜୟୀ ଘୋଷିତ ହୋଇଥିଲେ। ୟାମାଗୁଚିଙ୍କ ବିପକ୍ଷରେ ଶେଷ ପୂର୍ଣ୍ଣ ମ୍ୟାଚ୍ ବିଜୟ ୨୦୨୨ ଥାଇଲାଣ୍ଡ ଓପନ୍ରେ ସିନ୍ଧୁ ପାଇଥିଲେ।

8 hours ago
1


