Puzzle-solving while running: ଦୌଡ଼ି ଦୌଡ଼ି ପଜଲ୍‌ ସମାଧାନରେ ରେକର୍ଡ

3 days ago 4
ARTICLE AD BOX

ରୁବିକ୍‌ସ କ୍ୟୁବ୍‌ ବା ଥ୍ରି-ଡି ପଜଲ୍‌ ସମାଧାନ କରିବା ଅନେକଙ୍କର ସଉକ। ମନ ସ୍ଥିର ରଖି ଏକାଗ୍ରତାର ସହ ଏହା କରିବାକୁ ପଡ଼େ। ତେବେ ବ୍ରିଟିସ୍‌ ଧାବକ ଜର୍ଜ ସ୍କୋଲେ ମାତ୍ର ୫ ମିନିଟ୍‌ ୯.୨୫ ସେକେଣ୍ଡରେ ଏକ ମାଇଲ୍‌ ଦୌ଼ଡ଼ ଅତିକ୍ରମ କରିବା ଭିତରେ ଚାରିଟି ରୁବିକ୍‌ସ କ୍ୟୁବ୍‌ ସମାଧାନ କରିଦେଇଛନ୍ତି। ତାଙ୍କର ଏହି ବିରଳ କୃତିତ୍ବ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ୧୨ ଅକ୍‌ଟୋବର୍‌ରେ କାନାଡାର ଟରଣ୍ଟୋସ୍ଥିତ ସେଣ୍ଟ୍ରାଲ୍‌ ଟେକ୍‌ ହାଇସ୍କୁଲ୍‌ରେ ସ୍କୋଲେ ଏହି ପଜଲ୍‌ କ୍ୟୁବ୍‌ ମାଇଲ୍‌ ଅତିକ୍ରମ କରିଥିଲେ। ସମୁଦାୟ ଟ୍ରାକ୍‌ର ପ୍ରତି ୪୦୦ ମିଟର୍‌ ଲ୍ୟାପ୍‌ ଅତିକ୍ରମ କରିବା ଆଗରୁ ସେ ଗୋଟିଏ ଲେଖାଏଁ ପଜଲ୍‌ର ସମାଧାନ କରିଦେଇଥିଲେ।

ଇଂଲଣ୍ଡ ନର୍ଥାମ୍ପଟନ୍‌ସାୟର୍‌ର ସ୍କୋଲେଙ୍କର ଏହି କାରନାମା ନୂଆ ନୁହେଁ, ପୂର୍ବରୁ ପଜଲ୍‌ କ୍ୟୁବ୍‌ ସମାଧାନରେ ସେ ଅନେକ ରେକର୍ଡ କରିଛନ୍ତି। ୨୦୨୨ ମସିହା ଅକ୍‌ଟୋବର୍‌ରେ ସେ ସ୍କେଟ୍‌ବୋର୍ଡିଂ କରିବା ବେଳେ ୯୦ ମିନିଟ୍‌ ମଧ୍ୟରେ ୫୦୦ ଘୂର୍ଣ୍ଣନ ପଜଲ୍‌ କ୍ୟୁବ୍‌ ସମାଧାନ କରିଥିଲେ। ଏହାର ମାସକ ପରେ ପୁଣି ସେ ୨୪ ଘଣ୍ଟା ଭିତରେ ୬୯୩୧ ଘୂର୍ଣ୍ଣନ ପଜଲ୍‌ କ୍ୟୁବ୍‌ର ସମାଧାନ କରି ଆଉ ଏକ ରେକର୍ଡ ସ୍ଥାପନ କରିଥିଲେ। ସେହିପରି ୨୦୨୪ର ସ୍କୋଲି ଲଣ୍ଡନ ମାରାଥନ୍‌ରେ ଭାଗ ନେଲାବେଳେ ଦୌଡ଼ି ଦୌଡ଼ି ୫୨୦ କ୍ୟୁବ୍‌ ସମାଧାନ କରିଥିଲେ। ଗିନିଜ୍‌ ବୁକ୍‌ ଅନୁଯାୟୀ, ରେକର୍ଡ ପୂର୍ବରୁ ସ୍କୋଲି ସାତ ସପ୍ତାହ କାଳ ପ୍ରସ୍ତୁତି ଚଳାଇଥିଲେ। ତାଙ୍କ ଦୌଡ଼ିବାର ଗତି ଓ ପଜଲ୍‌ ସମାଧାନ କ୍ଷମତା, ଉଭୟକୁ ଉନ୍ନତ କରିବା ପାଇଁ ତାଲିମ ବି ନେଇଥିଲେ। ଅଭ୍ୟାସ ସମୟରେ, ସେ ମାତ୍ର ୩.୮୬ ସେକେଣ୍ଡ୍‌ରେ ଏକ କ୍ୟୁବ୍‌ ସମାଧାନ କରିବାରେ ସଫଳ ହୋଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.