Punjab carpenter: ଝିଅ ଜନ୍ମର ୨୪ ଘଣ୍ଟା ଭିତରେ ବାପା ଜିତିଲେ ଦେଢ଼ କୋଟିର ଲଟେରି

5 hours ago 2
ARTICLE AD BOX

ପଞ୍ଜାବ: କଥାରେ ଅଛି ଝିଅ ହେଉଛନ୍ତି ଘରର ଲକ୍ଷ୍ମୀ। ପଞ୍ଜାବରେ ଘଟିଥିବା ଏକ ଘଟଣା ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛି।  ଘରେ ଝିଅ ଜନ୍ମ ହେବାର ମାତ୍ର ୨୪ ଘଣ୍ଟା ଭିତରେ ବାପା ଦେଢ଼ କୋଟି ଟଙ୍କାର ଲଟେରି ଜିତିଥିଲେ। ଏହାପରେ ପରିବାରରେ ଖୁସିର ଲହରି ‌ଖେଳି ଯାଇଥିଲା। ଝିଅକୁ ଘରର ସୌଭାଗ୍ୟ ବୋଲି ମାନି ବାପା ତାଙ୍କ ନାମ ରଖିଛନ୍ତି ‘ବରକତ’।

ସୂଚନା ଅନୁସାରେ, ପଞ୍ଜାବର ମାନସା ଜିଲ୍ଲା ବରେଟା ସହରରେ ରହୁଥିବା  ଯୁଦ୍ଧବୀର ସିଂହ ପେସାରେ ଜଣେ ବଢ଼େଇ। ତାଙ୍କ ଘରେ ଝିଅ ଜନ୍ମ ହେବାକୁ ନେଇ କିଛି ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ପୁଅ ହେବା ଆଶା ରଖିଥିଲେ। କିନ୍ତୁ ଏହି ଝିଅ ଜନ୍ମ ହେବା ପରେ ପରିବାରର ଭାଗ୍ୟ ବଦଳିଯାଇଛି।

ହସ୍ପିଟାଲ ଯିବା ବାଟରେ କିଣିଥିଲେ ଲଟେରି ଟିକେଟ୍

ଗତ ନଭେମ୍ବର ୪ ତାରିଖରେ ଯୁଦ୍ଧବୀର ଗର୍ଭବତୀ ପତ୍ନୀ ହରମନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ମାନସାର ଏକ ହସ୍ପିଟାଲକୁ ନେଉଥିଲେ। ଏହି ସମୟରେ ବୁଢ଼ଲାଡ଼ାର ଏକ ଲଟେରି ଦୋକାନରୁ ସେ ଟିକେଟ୍ କିଣିଥିଲେ। ମୋବାଇଲ୍ ନମ୍ବର ପୋର୍ଟ କରିବା ପାଇଁ ରାସ୍ତାରେ ଅଟକିଥିବା ବେଳେ ହଠାତ୍ ଲଟେରି କିଣିବାକୁ ମନ ବଳାଇଥିଲେ। ତେବେ ଏହି ଟିକେଟ୍ ତାଙ୍କ ଭାଗ୍ୟ ବଦଳାଇଦେବ ବୋଲି ସେ କେବେ ଭାବି ନଥିଲେ। ନଭେମ୍ବର ୬ ତାରିଖରେ ତାଙ୍କ ଘରେ ଝିଅ ଜନ୍ମ ହୋଇଥିବା ବେଳେ ନଭେମ୍ବର ୭ ତାରିଖରେ ଲଟେରି ବିଜେତାଙ୍କ ନାମ ଘୋଷଣା ହୋଇଥିଲା। ଯୁଦ୍ଧବୀର ପଞ୍ଜାବ ଷ୍ଟେଟ୍ ଡିୟର ୨୦୦ ମାସିକ ଲଟେରିରେ ପ୍ରଥମ ପୁରସ୍କାର ଭାବେ ଦେଢ଼ କୋଟି ଟଙ୍କା ଜିତିଛନ୍ତି।

ଝିଅର ନାଁ ରଖିଲେ ‘ବରକତ’

ପୂର୍ବରୁ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାରୁ ଯୁଦ୍ଧବୀରଙ୍କ ଲଟେରି ଟିକେଟ୍ କିଣିବା ନିଷ୍ପତ୍ତିରେ ପତ୍ନୀ ଖୁସି ନଥିଲେ। ଏପରିକି ହସ୍ପିଟାଲ ଓ ଔଷଧ ଖର୍ଚ୍ଚ ପାଇଁ ପରିବାରକୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା। ହେଲେ ଝିଅ ଜନ୍ମ ହେବା ପରେ ଏତେ ବଡ଼ ପୁରସ୍କାର ମିଳିବାରୁ ଯୁଦ୍ଧବୀର ନିଜ ଝିଅକୁ ଭାଗ୍ୟର ଦେବୀ ବୋଲି ମାନିଛନ୍ତି।

ଯୁଦ୍ଧବୀର କହିଛନ୍ତି, ଝିଅର ନାମ ‘ବରକତ’ ରଖିଛି। ସେ ଆମ ଘରକୁ ସୌଭାଗ୍ୟ ନେଇ ଆସିଛି।’

ଉପରାଷ୍ଟ୍ରପତିଙ୍କ ସ୍କୁଲ ସାର୍ଟିଫିକେଟ୍ ଜାଲ୍: କୋର୍ଟଙ୍କ ଭର୍ତ୍ସନା ପରେ ଦେଲେ ଇସ୍ତଫା

Read Entire Article
LEFT SIDEBAR AD

Hidden in mobile, Best for skyscrapers.