Protest: ସରକାରଙ୍କ କଥା ମା‌ନିଲେ ଶିକ୍ଷକ; ସ୍ଥଗିତ ରଖିଲେ ଆନ୍ଦୋଳନ

51 minutes ago 1
ARTICLE AD BOX

ଭୁବନେଶ୍ବର: ୮ ଦଫା ଦାବି ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ୨୧ ଦିନ ଧରି ଧାରଣାରତ ଥିବା ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆଜି ସନ୍ଧ୍ୟାରେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ସହିତ ଦୀର୍ଘ ସମୟ‌ ପର୍ଯ୍ୟନ୍ତ ଆଲୋଚନା ପରେ ଶିକ୍ଷକ ସଂଗଠନ  ଆନ୍ଦୋଳନକୁ ଆଗାମୀ ବିଧାନସଭା ଅଧିବେଶନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।

ସୂଚନାଯୋଗ୍ୟ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଘଟଣାସ୍ଥଳକୁ ଯାଇ ସମାଧାନ ପ୍ରତିଶ୍ରୁତି ଦେଇଥିଲେ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଆହ୍ୱାନରେ ୨୧ ଦିନ ଧରି ଆନ୍ଦୋଳନ ଜୋରଦାର ହୋଇଥିଲା। ସେମାନେ ଅଭିଯୋଗ କରିଥିଲେ ଯେ,, ୨୫ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଛନ୍ତି। ପିଢିଏ ପରେ ପିଢ଼ି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିଛନ୍ତି। ହେଲେ ନିଜ ଭବିଷ୍ୟତ ପାଇଁ ଆଜି ରାଜରାସ୍ତାରେ ଲଢ଼ିବାକୁ ପଡ଼ୁଛି।  

ଶିକ୍ଷକ ଆନ୍ଦୋଳନ ନେଇ ଅକଳରେ ସରକାର: ପ୍ରାଥମିକ ସ୍କୁଲରେ ପଢ଼ାଇବେନି ମାଧ୍ୟମିକ ଶିକ୍ଷକ

ଦାବିରେ କ’ଣ ରହିଛି?

  • ଅନୁଦାନରୁ ବଞ୍ଚିତ ୧୯୪ ଓ ଅନ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନ
  • ନୂତନ ଅନୁଦାନପ୍ରାପ୍ତ ସ୍କୁଲର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ୍ ଓ ଅବସରକାଳୀନ ସୁବିଧା
  • ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ
  • ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା ଓ ଅବସର ବୟସ ୬୦ରୁ ୬୨ ବର୍ଷକୁ ବୃଦ୍ଧି
  • ଗ୍ରେଡ୍ ପେ'ର ଅସଙ୍ଗତି ଦୂର କରିବା
  • ସପ୍ତମ ବେତନରୁ ବାଦ୍ ପଡ଼ିଥିବା ଶିକ୍ଷକଙ୍କୁ ସପ୍ତମ ବେତନ ପ୍ରଦାନ  

Read Entire Article
LEFT SIDEBAR AD

Hidden in mobile, Best for skyscrapers.