ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକବର୍ଷର ଦ୍ବିତୀୟାର୍ଦ୍ଧରେ ରେପୋ ହାର ୫.୭୫ ପ୍ରତିଶତରୁ ୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇପାରେ। ବର୍ତ୍ତମାନ ଏହା ୫.୨୫ ପ୍ରତିଶତରେ ରହିଛି। ବ୍ୟାଙ୍କିଂ ବ୍ୟବସ୍ଥାରେ ଥିବା ଅଧିକ ନଗଦ ଅର୍ଥର ପରିଚାଳନା ସହିତ ମୁଦ୍ରାସ୍ଫୀତିନିୟନ୍ତ୍ରଣ ପାଇଁ ଏହା କରିପାରେ ବୋଲି ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୂର୍ବାନୁମାନ କରିଛି। ଆସନ୍ତା ଡିସେମ୍ବରରୁ ରେପୋ ହାର ବଢ଼ିବା ସମ୍ଭାବନା ଅଧିକ ରହିଛି। ରିଜର୍ଭ ବ୍ୟାଙ୍କ ଦୁଇରୁ ୩ଟି ପର୍ଯ୍ୟାୟରେ ୦.୨୫ ପ୍ରତିଶତ ଲେଖାଏଁ ବୃଦ୍ଧି କରିପାରେ।
ଆହୁରି ପଢନ୍ତୁ :Madhyapradesh: ପ୍ରଦୂଷିତ ନଦୀ ସଫେଇ ପାଇଁ ମଧ୍ୟପ୍ରଦେଶ ଯୁବକ ବିଟୁ ତବାହିଙ୍କୁ ନେଦରଲ୍ୟାଣ୍ଡ କମ୍ପାନୀରୁ ମିଳିଲା ଚାକିରି ପ୍ରସ୍ତାବ
ଏପରିକି ଅକ୍ଟୋବରରେ ମଧ୍ୟ ରେପୋ ହାର ବୃଦ୍ଧି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସେପ୍ଟେମ୍ବରରେ ଯଦି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଯଦି ସୁଧ ହାର ବଢ଼ାଏ ତାହେଲେ ଭାରତରେ ଏହା ହୋଇପାରେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୦ ଡଲାରରୁ ଅଧିକ ରହିଲେ ତାହା ଦେଶରେ ମୁଦ୍ରାସ୍ଫୀତିକୁ ବଢ଼ାଇବ ଏବଂ ଟଙ୍କାର ବିନିମୟ ମୂଲ୍ୟ ଉପରେ ଚାପ ସୃଷ୍ଟି କରିବ। କିନ୍ତୁ ଭୂରାଜନୈତିକ ଉତ୍ତେଜନା ଯଦି କମିଯାଏ ତାହେଲେ ରିଜର୍ଭ ବ୍ୟାଙ୍କ ନିକଟରେ ନୀତିରେ ପରିବର୍ତ୍ତନ ଆଣିବା ଲାଗି ଅଧିକ ସୁଯୋଗ ରହିବ ବୋଲି କୁହାଯାଇଛି।

1 hour ago
2


