Protest: ଡିଏମ୍‌କେର ସ୍ବର ବଦଳିଲା, ରାହୁଲଙ୍କ ଜ୍ଞାନେଶ କୁମାର ବିରୋଧୀ ଆନ୍ଦୋଳନକୁ ସମର୍ଥନ

41 minutes ago 1
ARTICLE AD BOX

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଆୟୋଗ ବିରୋଧୀ ଆନ୍ଦୋଳନକୁ ନେଇ ଡିଏମ୍‌କେ ନିଜ ଆଭିମୁଖ୍ୟ ବଦଳାଇଛି। ମଙ୍ଗଳବାର ଡିଏମ୍‌କେ ମୁଖପାତ୍ର ସରବଣନ ଅନ୍ନାଦୁରାଇ ତାମିଲନାଡୁରେ ଏସ୍‌ଆଇଆର୍‌ ପ୍ରକ୍ରିୟାରେ ଭୋଟରଙ୍କ ନାମ କଟାଯିବା ମାମଲାରେ ରାହୁଲଙ୍କ ନିରବତା ଉପରେ ପ୍ରଶ୍ନ କରିଥିଲେ। ଏହାର ଦିନକ ପରେ ବୁଧବାର ଦଳର ଅନ୍ୟତମ ମୁଖପାତ୍ର ଟିକେଏସ୍‌ ଏଲଙ୍ଗୋଭାନ ରାହୁଲଙ୍କ ଦିଲ୍ଲୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।

ଭୁଲ୍‌ କାର୍ଯ୍ୟ ବିରୋଧରେ ଲଢ଼ିବା ନାଗରିକଙ୍କ ଅଧିକାର

ଏଲଙ୍ଗୋଭାନ କହିଛନ୍ତି, ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଗଣତନ୍ତ୍ର ବିରୋଧୀ ହେଲେ ନିର୍ବାଚନ କିପରି ନିରପେକ୍ଷ ହୋଇପାରିବ? ତାଙ୍କୁ ପଦରୁ ହଟାଯିବା ଉଚିତ। ସରକାରର ଭୁଲ୍‌ କାର୍ଯ୍ୟ ବିରୋଧରେ ଲଢ଼ିବା ନାଗରିକଙ୍କ ଅଧିକାର ଏବଂ ରାହୁଲ ଗାନ୍ଧୀ ସେହି ଅଧିକାରର ବ୍ୟବହାର କରିଛନ୍ତି ବୋଲି ସେ କହିଛନ୍ତି। ମଙ୍ଗଳବାର ରାହୁଲ ଗାନ୍ଧୀ ବିରୋଧୀ ଇଣ୍ଡିମେଣ୍ଟର ନେତାମାନଙ୍କ ସହ ସଂସଦରୁ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ଅଭିମୁଖେ ପଦଯାତ୍ରା କରିଥିଲେ। ଏସ୍‌ଆଇଆର୍‌ ପ୍ରକ୍ରିୟା ବାତିଲ ଏବଂ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏହି ଆନ୍ଦୋଳନ ହୋଇଥିଲା। ପୁଲିସ ତାଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଅନ୍ୟ ବିରୋଧୀ ନେତାଙ୍କୁ ଅଟକ ରଖିଥିଲା। 

Rahul Gandhi: ରାହୁଲ ଗାନ୍ଧୀ କେତେ ସମ୍ପତ୍ତିର ମାଲିକ, କେଉଁଠୁ ହୁଏ ତାଙ୍କର ଆୟ?

ଏହାର ଠିକ୍‌ ପୂର୍ବଦିନ ଡିଏମ୍‌କେ ନେତା ସରବଣନ ଅନ୍ନାଦୁରାଇ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ ତାମିଲନାଡୁରେ ଏସ୍‌ଆଇଆର୍‌ ଯୋଗୁଁ ଲକ୍ଷ ଲକ୍ଷ ଭୋଟରଙ୍କ ନାମ କଟାଯାଇଥିବା ଅଭିଯୋଗ ଉପରେ ସେ କାହିଁକି ସମାନ ଭାବେ ମତ ରଖୁନାହାନ୍ତି। ଏହାକୁ ନେଇ ଡିଏମ୍‌କେ ଓ କଂଗ୍ରେସ ମଧ୍ୟରେ ମତଭେଦ ସାମ୍ନାକୁ ଆସିଥିଲା। ଡିଏମ୍‌କେ ଗତ ସପ୍ତାହରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନର ରଣନୀତି ପ୍ରସ୍ତୁତି ପାଇଁ ହୋଇଥିବା ଇଣ୍ଡିମେଣ୍ଟ ବୈଠକରେ ମଧ୍ୟ ଯୋଗ ଦେଇନଥିଲା। ତେବେ ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟ ସହ ରହିଥିବା ଦଳ ପୂର୍ବରୁ କହିଥିଲା। ରାହୁଲ କିମ୍ବା କଂଗ୍ରେସ ପକ୍ଷରୁ ଡିଏମ୍‌କେର ପୂର୍ବ ଆକ୍ରମଣାତ୍ମକ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ମିଳିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.