Priyanka Gandhi: ସିଇସିଙ୍କ ତୁରନ୍ତ ଇସ୍ତଫା ଦାବିକଲେ ପ୍ରିୟଙ୍କା, କପିଲ ସିବଲ

5 hours ago 1
ARTICLE AD BOX

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର୍‌ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବେ ଜୋର୍‌ ଧରିଥିବାବେଳେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ସିଇସି ଜ୍ଞା‌ନେଶ କୁମାର ତୁରନ୍ତ ଇସ୍ତଫା ଦେବା ଉଚିତ। ସେ ଅଭିଯୋଗ କରିଛନ୍ତି ଯେ ଜ୍ଞା‌ନେଶ କୁମାରଙ୍କର ରାଜନୈତିକ ଆନୁଗତ୍ୟ ରହିଛି। ସେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଛନ୍ତି। ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ନିରୀକ୍ଷଣ ସଂକ୍ରାନ୍ତ ତାଙ୍କ ଦକ୍ଷତାକୁ ନେଇ ପ୍ରିୟଙ୍କା ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢନ୍ତୁ : Terrorists: ପାକିସ୍ତାନ ପଟୁ ଆସିଥିବା ୨୮ ଆତଙ୍କବାଦୀଙ୍କୁ ନିପାତ କଲା ଆଫଗାନିସ୍ତାନ, ୩୨ ଆହତ

 ୱାୟନାଡ଼ ନିର୍ବାଚନମଣ୍ଡଳୀ ଗସ୍ତ ସମୟରେ ପ୍ରିୟଙ୍କା ସାମ୍ବାଦିକମାନଙ୍କ ସହ କଥା ହେବାବେଳେ ଏହି ଟିପ୍ପଣୀ ଦେଇଛନ୍ତି। ଜ୍ଞାନେଶ କୁମାର ଜଣେ ପୂର୍ବତନ କେରଳ ମୁଖ୍ୟ ସଚିବ ଜିଜି ଥମସନ୍‌ଙ୍କୁ ବିଜେପି ଟିକେଟ୍‌ରେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବାକୁ କହିଥିବା ସଂକ୍ରାନ୍ତ ଅଭିଯୋଗ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରିୟଙ୍କା କହିଛନ୍ତି, ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ବେଆଇନ ଏବଂ ଅନୈତିକ ।

ଆହୁରି ପଢନ୍ତୁ : Arrested: ମହାରାଷ୍ଟ୍ରରେ ଅଭାବନୀୟ କାଣ୍ଡ : ଗର୍ଭବତୀଙ୍କୁ ଜିଅନ୍ତା ଜାଳିଦେଲେ, ୪ ଗିରଫ

ରାଜ୍ୟସଭା ସାଂସଦ କପିଲ ସିବଲ ମଧ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବି କରିଛନ୍ତି। ସିବଲ ଅଭିଯୋଗ କରିଛନ୍ତି ଯେ ଜ୍ଞାନେଶ କୁମାର ଏସ୍‌ଆଇଆର୍‌ ସଂକ୍ରାନ୍ତରେ ଏକତରଫା ଭାବେ ନିଷ୍ପତ୍ତି ନେଇଛନ୍ତି। ତାଙ୍କୁ ଦାୟିତ୍ବରୁ ହଟାଇବାପାଇଁ ‌ଏବଂ ନିକଟରେ ପରିଚାଳନା କରାଯାଇଥିବା ନିର୍ବାଚନଗୁଡ଼ିକୁ ରଦ୍ଦ କରିବାପାଇଁ ସେ ଦାବି କରିଛନ୍ତି। କପିଲ ସିବଲ ଏକ ନିର୍ଦ୍ଦିଷ୍ଟ ୧୦ ମାସ ସମୟ ତଥା ୨୦୨୫ ଜୁନ୍‌ରେ ହୋଇଥିବା ବିହାର ନିର୍ବାଚନ ଏବଂ ଗତ ଏପ୍ରିଲରେ ହୋଇଥିବା ପଶ୍ଚିମବଙ୍ଗ ନିର୍ବାଚନ ସବୁକୁ ରଦ୍ଦ କରିବା ଉପରେ ବିଚାର କରିବାପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ସେ ଏହି ଘଟଣାରେ ସିଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.