Prithviraj Kapoor: ୯୨ ବର୍ଷ ପୂର୍ବେ ପରଦାରେ ରାମ ସାଜିଥିଲେ ରଣବୀରଙ୍କ ଅଣଜେଜେବାପା

1 day ago 2
ARTICLE AD BOX

ମୁମ୍ବାଇ: ରଣବୀର କପୁରଙ୍କ ଫିଲ୍ମ ‘ରାମାୟଣ’ବକ୍ସ ଅଫିସ୍‌ରେ ଜବରଦସ୍ତ ସଫଳତା ହାସଲ କରୁଛି। ଏହି ଫିଲ୍ମରେ ରଣବୀର ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକମାନେ ମଧ୍ୟ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ରଣବୀରଙ୍କ ଅଣଜେଜେବାପା ପୃଥ୍ୱୀରାଜ କପୁର ଆଜକୁ ୯୨ ବର୍ଷ ପୂର୍ବରୁ ବଡ଼ ପରଦାରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିଲେ।

ରଣବୀର କପୁର ୨୦୨୬ରେ ‘ରାମାୟଣ’ ଫିଲ୍ମ ଜରିଆରେ ଶ୍ରୀରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ଅଣଜେଜେବାପା ପୃଥ୍ୱୀରାଜ କପୁର ୯ ଦଶନ୍ଧି ପୂର୍ବରୁ ଏହି ଭୂମିକାରେ ଅଭିନୟ କରିଥିଲେ। ୧୯୩୪ରେ ରିଲିଜ୍‌ ହୋଇଥିବା ‘ସୀତା’ ଫିଲ୍ମରେ ସେ ଭଗବାନ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମରେ କପୁର ପରିବାରର ଆଉ ଜଣେ କଳାକାର ତ୍ରିଲୋକ କପୁର ମଧ୍ୟ ଅଭିନୟ କରିଥିଲେ। ସେ ପୃଥ୍ୱୀରାଜ କପୁରଙ୍କ ସାନ ଭାଇ ଥିଲେ ଏବଂ ଫିଲ୍ମରେ ଲବଙ୍କ ଭୂମିକାରେ ନଜର ଆସିଥିଲେ। ପରବର୍ତ୍ତୀ ସମୟରେ ସେ ‘ରାମ ଭକ୍ତ ହନୁମାନ’ (୧୯୪୮) ଓ ‘ରାମ ଜନ୍ମ’ (୧୯୫୧) ଭଳି ଧାର୍ମିକ ଫିଲ୍ମରେ ମଧ୍ୟ କାମ କରିଥିଲେ।

‘ସୀତା’ ଫିଲ୍ମ ହାସଲ କରିଥିଲା ଐତିହାସିକ ସଫଳତା

୧୯୩୪ରେ ରିଲିଜ୍‌ ହୋଇଥିବା ‘ସୀତା’ ଫିଲ୍ମରେ ମାତା ସୀତାଙ୍କ ଭୂମିକାରେ ଅଭିନେତ୍ରୀ ଦୁର୍ଗା ଖୋଟେ ଅଭିନୟ କରିଥିଲେ। ଦେବକୀ କୁମାର ବୋଷ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଇଷ୍ଟ ଇଣ୍ଡିଆ କମ୍ପାନି ଏହାକୁ ପ୍ରଯୋଜନା କରିଥିଲା। ଏହି ଫିଲ୍ମ ଦୁଇଟି ବଡ଼ ଐତିହାସିକ ସଫଳତା ହାସଲ କରିଥିଲା। ୧୯୩୪ରେ ଦ୍ୱିତୀୟ ଭେନିସ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହା ପ୍ରଦର୍ଶିତ ହୋଇଥିଲା। ଏହା ସହିତ କୌଣସି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାରେ ଏହା ଭାରତର ପ୍ରଥମ ସବାକ୍ ଚଳଚ୍ଚିତ୍ର ହୋଇଥିଲା। ଏହି ଫିଲ୍ମକୁ ‘ଅନରାରି ଡିପ୍ଲୋମା’ ସମ୍ମାନ ମଧ୍ୟ ମିଳିଥିଲା।

ହିନ୍ଦୀ ସିନେମାରେ କପୁର ପରିବାରର ମୂଳଦୁଆ ପକାଇଥିବା ବ୍ୟକ୍ତି ହେଉଛନ୍ତି ପୃଥ୍ୱୀରାଜ କପୁର। ତାଙ୍କ ଜନ୍ମ ପେଶାୱରରେ ହୋଇଥିଲା। ପରେ ତାଙ୍କ ପରିବାର ଭାରତ ଆସିଥିଲା। ୧୯୩୦ରେ ସେ ‘ସିନେମା ଗର୍ଲ’ ଫିଲ୍ମରେ ଅଭିନୟ କରିଥିଲେ। ୧୯୩୧ରେ ଭାରତର ପ୍ରଥମ ସବାକ୍ ଚଳଚ୍ଚିତ୍ର ‘ଆଲମ ଆରା’ରେ ଖଳନାୟକ ଭାବେ ନଜର ଆସିଥିଲେ। ଏହାବ୍ୟତୀତ ୧୯୪୪ରେ ସେ ‘ପୃଥ୍ୱୀ ଥିଏଟର’ର ଆରମ୍ଭ କରିଥିଲେ। ୧୯୭୨ରେ ୬୫ ବର୍ଷ ବୟସରେ ଏହି ମହାନ ଅଭିନେତାଙ୍କ ପରଲୋକ ହୋଇଥିଲା।

ଆନ୍ଧ୍ରରେ ନୂଆଦଳ ଗଠନ କଲେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟସାଇ ରେଡ୍ଡୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.